37.5 C
Bhubaneswar
Monday, April 20, 2026
Homeଓଡିଶାଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ବିଭାଗ

ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ବିଭାଗ

ଭୁବନେଶ୍ୱର: ଭୋଟର ତାଲିକାରୁ ୯.୮ ଲକ୍ଷ ଭୋଟର କଟିବା ପରେ ଚିନ୍ତାରେ ଗୃହ ବିଭାଗ । ହୋଲ୍ଡରେ ରହିଲା ୨ ଲକ୍ଷ ଫର୍ମ-୭ । ରାଜ୍ୟ ସରକାରଙ୍କ ଗୃହ ନିର୍ବାଚନ ବିଭାଗ ଦ୍ୱାରା ଭୋଟର ତାଲିକାରୁ ବ୍ୟାପକ ନାମ କାଟିବାକୁ ନେଇ ଚିନ୍ତା ପ୍ରକାଶ ପାଇଛି । ବିଭାଗ ପକ୍ଷରୁ କୁହାଯାଇଛି ଯେ, ଇଲେକ୍ଟର ମ୍ୟାପିଂ ପ୍ରକ୍ରିୟା ଆରମ୍ଭ ପରଠୁ ପ୍ରାୟ ୯.୮ ଲକ୍ଷ ନାମ କଟିଯାଇଛି । କିନ୍ତୁ ଏଥିରେ ଅନେକ ତ୍ରୁଟି ନେଇ ଅଭିଯୋଗ ମିଳିଛି । ଅନେକ ମାମଲାରେ ଜୀବୀତ ଓ ସ୍ଥାନୀୟ ଭୋଟରଙ୍କ ନାମ କଟାଯାଇଥିବା ସହିତ ବିଏଲଓମାନେ ତୃଣମୂଳସ୍ତରରେ ଯାଞ୍ଚ କରିନଥିବା ଅଭିଯୋଗ ଆସିଛି । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ଏପ୍ରିଲ ୨ ୨୦୨୬ ପରେ ଆସିଥିବା ପ୍ରାୟ ୨ ଲକ୍ଷ ଫର୍ମ-୭ ଆବେଦନକୁ ଅସ୍ଥାୟୀ ଭାବେ ହୋଲ୍ଡରେ ରଖାଯାଇଛି । ଭୋଟରମାନଙ୍କ ଅଭିଯୋଗଗୁଡିକୁ ୧୯୫୦ କଲ ସେଣ୍ଟର , ଇମେଲ କିମ୍ବା ଅନ୍ୟ ମାଧ୍ୟମରେ ଆସୁଥିବା ସମସ୍ତ ମାମଲାକୁ ଗୁରୁତ୍ୱ ସହ କ୍ଷେତ୍ରସ୍ତରରେ ଯାଞ୍ଚ କରିବାକୁ କୁହାଯାଇଛି । ଯାଞ୍ଚ ପ୍ରକ୍ରିୟା ଶେଷ ହେବା ପରେ ସମ୍ବନ୍ଧୀତ ଅଧିକାରୀମାନେ କମରେ ୫୦ ପ୍ରତିଶତ ମାମଲା ଯାଞ୍ଚ ହୋଇଥିବା ସନ୍ଦର୍ଭରେ ସର୍ଟିଫିକେଟ ଦେବା ପରେ ମାତ୍ର ପୁଣିଥରେ ଅନଲାଇନ ପ୍ରକ୍ରିୟା ଆରମ୍ଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking