ସୁନ୍ଦରଗଡ: ଆସନ୍ତାକାଲି ଓଡିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୁନ୍ଦରଗଡ ଜିଲ୍ଲା ରାଉରକେଲାରେ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର ଚାଲିଛି । ରାଷ୍ଟ୍ରପତିଙ୍କ ଦିନିକିଆ ଗସ୍ତକୁ ନଜରରେ ରଖି କଟକଣା ଜାରି କରିଛନ୍ତି ଜିଲ୍ଲାପାଳ । ବିମାନବନ୍ଦର ଅଂଚଳ , ଟ୍ରାଇବଲ ମ୍ୟୁଜିୟମ, ସର୍କିଟ ହାଉସ ସମେତ ମହାମହିମଙ୍କ ଗସ୍ତ ଥିବା ଅଂଚଳରେ ନୋ ଡ୍ରୋନ ଜୋନ ବପ୍ନୋ ଫ୍ଲାଇଂ ଜୋନ ଘୋଷଣା କରାଯାଇଛି । ସେସବୁ ଅଂଚଳରେ ଡ୍ରୋନ ବା ବିମାନ ଉଡାଣ କରିପାରିବ ନାହିଁ । ଏହି କଟକଣା ଆଗାମୀ ୨୨ ତାରିଖ ସକାଳ ପର୍ଯ୍ୟନ୍ତ ଲାଗୁ ରହିବ ।










