44.1 C
Bhubaneswar
Wednesday, April 22, 2026
Homeଓଡିଶାଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ

ଆନନ୍ଦପୁର କଲେଜର ସାମ୍ସ ରୁମରେ ଅଗ୍ନିକାଣ୍ଡ

ଆନନ୍ଦପୁର: ଆନନ୍ଦପୁର କଲେଜର ସାମ୍ସ (SAMS) ରୁମରେ ଆଜି ହଠାତ୍ ଅଗ୍ନିକାଣ୍ଡ ଘଟିଛି । ରୁମ ଭିତରେ ହଠାତ୍ ନିଆଁ ଲାଗିଯାଇଥିବାରୁ ୧୦ରୁ ଅଧିକ କମ୍ପ୍ୟୁଟର ସହିତ ଛାତ୍ରୀଛାତ୍ରଙ୍କ ଅନେକ ଜରୁରୀ ଡକ୍ୟୁମେଣ୍ଟ ଓ ଫାଇଲ ସମ୍ପୂର୍ଣ୍ଣ ଭାବେ ଜଳି ନଷ୍ଟ ହୋଇଯାଇଛି। ଅଗ୍ନିକାଣ୍ଡ ଘଟିବା ପରେ କଲେଜ ପରିସରରେ ଆତଙ୍କ ଓ ଅସ୍ଥିରତା ଦେଖାଦେଇଥିଲା। ଖବର ପାଇବା ପରେ ସଙ୍ଗେସଙ୍ଗେ ଆନନ୍ଦପୁର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିୟନ୍ତ୍ରଣ କରିଥିଲେ। ସେମାନଙ୍କ ଦ୍ରୁତ ପଦକ୍ଷେପ ଫଳରେ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଛି ।ପ୍ରାଥମିକ ତଦନ୍ତରୁ ବିଦ୍ୟୁତ୍ ସର୍କିଟ୍ ତ୍ରୁଟି ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। କ୍ଷତିର ସଠିକ୍ ଆକଳନ ଏପର୍ଯ୍ୟନ୍ତ ହୋଇନଥିବା ବେଳେ, ଘଟଣାକୁ ନେଇ କଲେଜ ପକ୍ଷରୁ ତଦନ୍ତ ଜାରି ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking