33.8 C
Bhubaneswar
Tuesday, April 14, 2026
Homeଓଡିଶାନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ

ନିଜ ଗୁରୁଙ୍କ ପାଦଛୁଇଁ ଭାବବିହ୍ବଳ ହୋଇପଡିଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଝୁମ୍ପୁରା ଉଚ୍ଚ ବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। କେବଳ ଜଣେ ପୁରାତନ ଛାତ୍ର ଭାବରେ ନୁହେଁ ବରଂ ଏ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବରେ ଆଜି ମୁଁ ମୋ ସ୍କୁଲ ପାଇଁ ଗର୍ବିତ ବୋଲି ନିଜ ଅଭିଭାଷଣରେ କହିଥିଲେ। ନିଜ ଗୁରୁମାନଙ୍କୁ ପାଖରେ ଦେଖି ମୁଖ୍ୟମନ୍ତ୍ରୀ ପାଦଛୁଇଁ ପ୍ରଣାମ କରିବା ସହିତ, ସମସ୍ତ ଶିକ୍ଷକ ଏବଂ ସହପାଠୀମାନଙ୍କୁ ସମ୍ମାନିତ କରିଥିଲେ। ଶିକ୍ଷକମାନେ ମଧ୍ୟ ନିଜ ଆଦରର ଛାତ୍ର ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ସ୍ନେହରେ କୋଳାଗ୍ରତ କରୁଥିବାର ଦେଖାଯାଇଥିଲା।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ମାଝୀ ଝୁମ୍ପୁରା ଉଚ୍ଚ ବିଦ୍ୟାଳୟ ପାଇଁ ୨୦ କୋଟି ଟଙ୍କାର ଅର୍ଥରାଶି ଘୋଷଣା କରିଛନ୍ତି। ଏହି ଅର୍ଥ ବିଦ୍ୟାଳୟର ବହୁବିଧ ଉନ୍ନତିକରଣରେ ଖର୍ଚ୍ଚ ହେବ। ୫୦୦ ସିଟର ଅଡିଟୋରିଅମ, ବହୁ ମହଲା ବିଶିଷ୍ଟ ବିଲଡିଂ, ଇଣ୍ଡୋର ଗେମ ଫାସିଲିଟି, ସ୍କୁଲ ପାଚେରୀ, ସାଇକେଲ ଷ୍ଟାଣ୍ଡ ସମେତ ବିଭିନ୍ନ ଆବଶ୍ୟକୀୟ ସୁବିଧା ସମସ୍ତ ନିର୍ମାଣ ପାଇଁ ଏହି ଅର୍ଥ ପ୍ରଦାନ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଏବଂ ଆଉ ଅଧିକ ଅର୍ଥର ଆବଶ୍ୟକତା ହେଲେ ମଧ୍ୟ ବିଦ୍ୟାଳୟ ପାଇଁ ଅର୍ଥ ପ୍ରଦାନ କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବଶୀଘ୍ର କାନୁପୁର ବନ୍ଧରୁ ଝୁମ୍ପୁରାର ସମସ୍ତ ଚାଷ ଜମିକୁ ଜଳସେଚନ ହେବ। ରାଇକଳା ପଞ୍ଚାୟତକୁ ଲିଫ୍ଟ ଇରିଗେସନ ମାଧ୍ୟମରେ ପାଣି ଯିବ। ଓଡ଼ିଶାର ଶ୍ରେଷ୍ଠ ବିଦ୍ୟାଳୟ ମାନଙ୍କ ମଧ୍ୟରେ ଆମ ଝୁମ୍ପୁରା ହାଇସ୍କୁଲ ମଧ୍ୟ ସ୍ଥାନ ପାଇବ। କେବଳ ଶିକ୍ଷା କ୍ଷେତ୍ରରେ ନୁହେଁ,ସମସ୍ତ ଆନୁସଙ୍ଗିକ କ୍ଷେତ୍ରରେ ଆମ ସ୍କୁଲ ହେବ ନମ୍ବର-୧। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ସବୁଠୁ ଅଧିକ ପ୍ରାଧାନ୍ୟ ଶିକ୍ଷା କ୍ଷେତ୍ରକୁ ଦେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking