27.8 C
Bhubaneswar
Tuesday, April 14, 2026
Homeଦେଶ ବିଦେଶଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୀର୍ଘ ଦିନର ଅପେକ୍ଷାର ଅନ୍ତ ଘଟିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉଦଘାଟନ କରିଛନ୍ତି। ଏହି ଏକ୍ସପ୍ରେସୱେ ଖୋଲିବା ପରେ, ଦିଲ୍ଲୀରୁ ଡେରାଡୁନ୍ ଯାତ୍ରା କେବଳ ଅଢ଼େଇ ଘଣ୍ଟାରୁ ତିନି ଘଣ୍ଟା ଲାଗିବ।  ଯାହା ପୂର୍ବରୁ ଦିଲ୍ଲୀ-ମିରଟ-ମୁଜାଫରନଗର-ସହାରନପୁର-ଡେରାଡୁନ୍ ରୁଟ୍ ଦେଇ ୬ ଘଣ୍ଟା ସମୟ ଲାଗୁଥିଲା। ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେକୁ ଉତ୍ତର ଭାରତର ଦିଲ୍ଲୀ-ସହାରନପୁର-ଡେରାଡୁନ୍ ଅର୍ଥନୈତିକ କରିଡର ଭାବରେ ମଧ୍ୟ ଜଣାଶୁଣା। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ୍ସପ୍ରେସୱେରେ ଯାତ୍ରା କରିଥିଲେ । ଏହି ଏକ୍ସପ୍ରେସୱେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ  ଦ୍ୱାରା ନିର୍ମିତ ହୋଇଥିଲା। ଏହି ୨୧୦ କିଲୋମିଟର ଲମ୍ବା ଏକ୍ସପ୍ରେସୱେରେ ୬ ଲେନ୍ ରହିଛି।  ଦିଲ୍ଲୀ-ଡେରାଡୁନ୍ ଏକ୍ସପ୍ରେସୱେ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ, ହରିୟାଣା ଏବଂ ଅନ୍ୟାନ୍ୟ ଅଞ୍ଚଳର ଲୋକଙ୍କ ପାଇଁ  ଅଧିକ ଲାଭଦାୟକ ହେବ। ଏହା ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା କରୁଥିବା ଲୋକଙ୍କୁ ସୁବିଧା ଯୋଗାଇବା ସହ ପର୍ଯ୍ୟଟନ ଏବଂ ବାଣିଜ୍ୟ ଉଭୟକୁ ସୁଦୃଢ କରିବ। ଏହି ଏକ୍ସପ୍ରେସୱେ ଦିଲ୍ଲୀର ଅକ୍ଷୟଧାମ ମନ୍ଦିର ନିକଟରେ ଆରମ୍ଭ ହୋଇ ଉତ୍ତରାଖଣ୍ଡର ଦେହରାଡୁନ୍ ନିକଟରେ ଶେଷ ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking