30.1 C
Bhubaneswar
Friday, April 26, 2024
Homeଦେଶ ବିଦେଶ୭୦ ବର୍ଷରୁ ଊର୍ଦ୍ଧ୍ୱ ୪୦% ଲୋକ ଟିକା ନେବାକୁ କୁଣ୍ଠିତ

୭୦ ବର୍ଷରୁ ଊର୍ଦ୍ଧ୍ୱ ୪୦% ଲୋକ ଟିକା ନେବାକୁ କୁଣ୍ଠିତ

ନୂଆଦିଲ୍ଲୀ: କୋଭିଡ୍‌ର ଦ୍ୱିତୀୟ ଲହର ଓ ଡେଲ୍‌ଟା ଭାରିଆଣ୍ଟ୍ ବର୍ତ୍ତମାନ ପ୍ରଭାବ ବିସ୍ତାର କରୁଥିବାବେଳେ ସରକାର ବ୍ୟାପକ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ତେବେ ୭୦ କିମ୍ବା ତଦୂର୍ଦ୍ଧ୍ୱ ବୟସର ୪୦ ପ୍ରତିଶତ ଲୋକ ବର୍ତ୍ତମାନ କୋଭିଡ୍ ଟିକା ନେବାକୁ କୁଣ୍ଠାବୋଧ କରୁଛନ୍ତି ବୋଲି ସରକାରୀସ୍ତରରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି । ଏଥିପାଇଁ ଟିକା ନେଇନଥିବା ପ୍ରାୟ ୪୦୦୦ ଲୋକଙ୍କୁ ଫୋନରେ ଯୋଗାଯୋଗ କରାଯାଇଥିଲା । ଏମାନଙ୍କ ମଧ୍ୟରୁ ୫୭ ପ୍ରତିଶତ କହିଛନ୍ତି ଯେ ଟିକାର ସଫଳତା ପ୍ରସଙ୍ଗ ନେଇ ସେମାନେ ଦ୍ୱନ୍ଦ୍ୱରେ ଥିବାରୁ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ଅପରପକ୍ଷରେ ୨୯ ପ୍ରତିଶତ କହିଛନ୍ତି ଯେ ବୟସ ଅଧିକ ହୋଇଗଲାଣି, ତେଣୁ ଟିକା ନେବାର ଆଉ କ’ଣ ଆବଶ୍ୟକତା ରହିଛି । ତେବେ ବୟସ୍କ ନାଗରିକଙ୍କ କ୍ଷେତ୍ରରେ ଏଭଳି ନକାରାତ୍ମକ ମନୋଭାବ ନେଇ ବିଶେଷଜ୍ଞମାନେ ଚିନ୍ତାବ୍ୟକ୍ତ କରିଛନ୍ତି । ଦେଶରେ ବୟସ୍କ ବ୍ୟକ୍ତିମାନେ ବିଭିନ୍ନ ଭାଇରାଲ ସଂକ୍ରମଣର ଶିକାର ହେଉଥିବାବେଳେ ଟିକା ପ୍ରତି ଏଭଳି ମନୋଭାବ କ୍ଷତିକାରକ ହୋଇପାରେ ବୋଲି ସେମାନେ ଆଶଙ୍କାବ୍ୟକ୍ତ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ୬୦ ବର୍ଷରୁ ଊର୍ଦ୍ଧ୍ୱ ପ୍ରାୟ ୧୩.୮ କୋଟି ଲୋକଙ୍କ ମଧ୍ୟରୁ ୫୦ ପ୍ରତିଶତ ଅତିକମରେ ଗୋଟିଏ ଡୋଜ୍ ଟିକା

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking