29.1 C
Bhubaneswar
Wednesday, May 1, 2024
Homeବ୍ରେକୀଙ୍ଗ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

୭୫ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ

ଭୁବନେଶ୍ୱର,(ଓଏନଏ): ଜାନୁଆରୀ ମାସରେ ଅଫିସ ଚାଲିବା ନେଇ ଜିଏ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।  ୭୫ ପ୍ରତିଶତ କର୍ମଚାରୀଙ୍କୁ ନେଇ ରାଜ୍ୟରେ ଚାଲିବ ସରକାରୀ ଅଫିସ । ଭୁବନେଶ୍ୱର, କଟକରେ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ ଚାଲିବ । ସମସ୍ତ ବିଭାଗୀୟ ଓ ଅଧସ୍ତନ କାର୍ଯ୍ୟାଳୟ ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ଉଲ୍ଲେଖ ରହିଛି । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ଏସଆରସି, ପୋଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟ ବିଭାଗରେ ସମସ୍ତେ ଅଫିସ ଆସିବେ । ରାଜ୍ୟର ସମସ୍ତ ରାଜ୍ୟ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ବୋଲି ଦର୍ଶାଯାଇଛି । ଯଦି କାମ କରିବା ବେଳେ କୌଣସି କର୍ମଚାରୀ କୋରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ଅଫିସ ପକ୍ଷରୁ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା କୋଭିଡ ପ୍ରୋଟକଲ ମାନିବାକୁ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking