29.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ସ୍ତରରେ ଆଲୋଚନା ଜାରି ରହିଛି - ପ୍ରତିରକ୍ଷା ମନ୍ତ୍ରୀ

ଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ସ୍ତରରେ ଆଲୋଚନା ଜାରି ରହିଛି – ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ : ଗତ କିଛି ମାସ ହେବ ଲଗାତର ଭାବରେ ଭାରତ ଓ ଚୀନ ମଧ୍ୟରେ ମିଲିଟାରୀ ସ୍ତରରେ ଆଲୋଚନା ଜାରି ରହିଥିଲେ ମଧ୍ୟ ଏଯାଏଁ କୌଣସି ସ୍ଥାୟୀ ସମାଧାନ ମିଳିପାରି ନାହିଁ । ଏନେଇ ଗଣ ମାଧ୍ୟମକୁ ସୂଚନା ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସେ କହିଛନ୍ତି ପୂର୍ବରୁ ଯେଉଁ ପରିସ୍ଥିତି ଥିଲା ତାହା ଏବେ ମଧ୍ୟ ସମାନ ରହିଛି । ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଶ୍ରୀ ସିଂ କହିଛନ୍ତି ଯେ ଭାରତ ସମସ୍ତଙ୍କ ସହ ଶାନ୍ତି ଓ ସୌହାଦ୍ର୍ଦ୍ୟର ସହ ରହିବାକୁ ଚାହିଁଛି । କିନ୍ତୁ ପାକିସ୍ତାନ ବାରମ୍ବାର ତାର ସୀମା ଉଲଘଂନନ କରୁଛି । ଭାରତର ସୈନ୍ୟମାନେ ମଧ୍ୟ ଏହାର ଦୃଢ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି । ସମୟ ଆସିଲେ ଏହାର ସଠିକ ଜବାବ ଦିଆଯିବ ।
କୌଣସି ପରିସ୍ଥିିତିରେ ମଧ୍ୟ ଭାରତ ତା’ର ଆତ୍ମସମ୍ମାନକୁ କ୍ଷୁର୍ଣ୍ଣ ହେବାକୁ ଦେବ ନାହିଁ । ଚୀନ ଏବଂ ଭାରତ ନିଜ ନିଜ ଭିତ୍ତିଭୂମିକୁ ବିକାଶ କରିଛି । କୌଣସି ଦେଶକୁ ଆକ୍ରମଣ କରିବା ନୁହଁ ବରଂ ଆମ ଦେଶର ଜନତାଙ୍କର ବିକାଶ କରିବା ଏହାର ଲକ୍ଷ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking