38.1 C
Bhubaneswar
Friday, April 26, 2024
Homeସ୍ୱାସ୍ଥ୍ୟସ୍ୱାସ୍ଥ୍ୟ ପାଇଁ ଫାଇଦାକାରୀ ହୋଇଥାଏ ଅଣ୍ଡା ,ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ସ୍ୱାସ୍ଥ୍ୟ ପାଇଁ ଫାଇଦାକାରୀ ହୋଇଥାଏ ଅଣ୍ଡା ,ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର : ଅଣ୍ଡାରେ ଅନେକ ପ୍ରକାରର ପୋଷାକ ତତ୍ୱ ରହିଥାଏ ।ସେଥିପାଇଁ ଅଣ୍ଡାକୁ ସୁପରଫୁଡ୍ କୁହାଯାଇଥାଏ ।ଡାକ୍ତରମାନେ ମଧ୍ୟ ପ୍ରତିଦିନ ଅତି କମ୍‌ରେ ଗୋଟିଏ ଅଣ୍ଡା ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଗବେଷଣାରୁ ମଧ୍ୟ ଅଣ୍ଡାରୁ ୯ ଫାଇଦାକାରୀ ଗୁଣ ବିଷୟରେ ଜଣାଯାଇଛି । ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ
୧ -ଅଣ୍ଡାରେ ଭରି ରହିଥାଏ ପୋଷକ ତତ୍ୱ
ଅଣ୍ଡାରେ ସବୁଠାରୁ ଅଧିକ ପୋଷକ ତତ୍ୱ ଭରପୁର ହୋଇ ରହିଥାଏ ।ଗୋଟିଏ ଅଣ୍ଡାରେ ୬% ଭିଟାମିନ୍ –ଇ,୫% ଫୋଲେଟ ,୭ % ଭିଟାମିନ୍ ଈ୫ ,୯% ଭିଟାମିନ୍ ଈ ୧୨, ୯ % ଫସ୍‌ଫରସ୍ ,୨୨% ସେଲେନିୟମ ,ମିଳିଥିବା ବେଳେ ଆହୁରୀ ଭିଟାମିନ୍ ଊ, ଭିଟାମିନଋ , ଭିଟାମିନ , ଭିଟାମିନ ଈ୬,ଏବଂ କ୍ୟାଲସିୟମ ଓ ଜିଙ୍କ୍ ମିଳିଥାଏ ।
୨-ବ୍ଲଡ କୋଲେଷ୍ଟ୍ରଲକୁ ହ୍ରାସ କରିଥାଏ
ଅଣ୍ଡାରେ ବହୁ ସାରା କୋଲେଷ୍ଟ୍ରଲ ଥାଏ କିନ୍ତୁ ଏହା ଶରୀର ପାଇଁ କ୍ଷତିକାର ହୋଇ ନଥାଏ ।ଏହା କେତେକ ଲୋକଙ୍କ ଶରୀରର କ୍ଷମତା ଉପରେ ମଧ୍ୟ ନିର୍ଭର କରିଥାଏ । ୭୦% ଲୋକଙ୍କ ଅଣ୍ଡା ଖାଇବା ଦ୍ୱାରା କୌଣସି ଖରାପ ପ୍ରଭାବ ପକାଇ ନଥିବା ବେଳେ ୩୦ % ଲୋକଙ୍କ ମଧ୍ୟରେ ଏହା ଖାଇବା ଦ୍ୱାରା ଖରାପ ପ୍ରଭାବ ପକାଇଥାଏ ।
୩-ଅଣ୍ଡାରେ ଥାଏ କୋଲିନ୍
କୋଲିନ୍ ଏକ ମହତ୍ୱପୂର୍ଣ୍ଣ ପୋଷକ ତତ୍ୱ ହୋଇଥାଏ ଯାହା ସମସ୍ତଙ୍କ ଶରୀରରେ ନଥାଏ ।କୋଲିନ ୍ ଶରୀରର ସେଲ୍ ମେମ୍‌ରେନ୍ ଏବଂ ମସ୍ତିକରେ ମଲିକୁଲ ତିଆରି କରିବାରେ ସାହାର୍ଯ୍ୟ କରିଥାଏ । ଶରୀରରେ କୋଲିନ୍ ମାତ୍ରା କମ୍ ହେଲେ ଅନେକ ପ୍ରକାର ସ୍ୱାସ୍ଥ୍ୟ ଜନିତ ରୋଗ ସମସ୍ୟା ଦେଖା ଯାଇଥାଏ । ଗୋଟିଏ ଅଣ୍ଡାରେ ୧୦୦ ଏମ୍ ଜି ରୁ ଅଧିକ କୋଲିନ୍ ମିଳିଥାଏ ।
୪-ସ୍ୱାସ୍ଥ୍ୟ ଜନିତ ରୋଗକୁ କମ୍ କରିଥାଏ
ଏଲ୍ .ଡି .ଏଲ୍ କୋଲେଷ୍ଟ୍ରଲ୍‌କୁ ସାଧାରଣତଃ ଖରାବ କୋଲେଷ୍ଟ୍ରୋଲ୍ ବୋଲି ଜଣାଯାଇଥାଏ ।ଶରୀରରେ ଏଲ୍ .ଡି .ଏଲ୍‌ର ମାତ୍ରା ବୃଦ୍ଧି ପାଇବା ଦ୍ୱାରା ଶରୀରରେ ରୋଗର ମାତ୍ରା ମଧ୍ୟ ବୃଦ୍ଧି ପାଇଥାଏ । କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ,ଏଲ୍ .ଡି .ଏଲ୍ ରେ ବଡ଼ କଣ ଥାଏ ଯାହା ଦ୍ୱାରା ହୃତପିଣ୍ଡ ରୋଗକୁ କମ୍ କରିଥାଏ ।
୫-ଚକ୍ଷୁ ପାଇଁ ଉପକାରୀ ହୋଇଥାଏ ଅଣ୍ଡା
ଇୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ଚକ୍ଷୁର ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଇବାରେ ଲାଗିଥାଏ ।ଲିୟୁଟନ୍ ଓ ଆଂନ୍‌ଟି ଅକ୍ସିଣ୍ଡାନଟ ଆଖିର ରେଟିନାରେ ଜମା ହୋଇଯାଇଥାଏ ।ଯାହାଦ୍ୱରା ଆଖିର ଦୃଷ୍ଟି ଶକ୍ତିକୁ ବୃଦ୍ଧି କରିଥାଏ ।ଲିୟୁଟିନ୍ ଓ ଆଂନଟି ଅକ୍ସିଣ୍ଡାନ୍‌ଟ ମୋତିବିନ୍ଦର ସମସ୍ୟାକୁ ମଧ୍ୟ ଦୂର କରିଥାଏ ।ଅଣ୍ଡାରେ ଭିଟାମିନ୍ ଏ ଅଧିକ ମାତ୍ରା ରହିଥିବାରୁ ଏହା ଚକ୍ଷୁ ପାଇଁ ଫାଇଦାକାରୀ ହୋଇଥାଏ ।
୬-ଗୁଡ୍ କୋଲେଷ୍ଟ୍ରୋଳକୁ ବୃଦ୍ଧି କରିଥାଏ
ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଗୁଡ୍ କୋଲେଷ୍ଟ୍ରୋଲ୍ ମାତ୍ରା ବୃଦ୍ଧି ହୋଇଥାଏ । ଗୁଡ୍ କୋଲେଷ୍ଟ୍ରୋଲ ଶରୀରରେ ହୃତ୍‌ପିଣ୍ଡ ଜନିତ ରୋଗକୁ କମ୍ କରିଥାଏ ତାହା ସହ ହୃଦ୍‌ଘାତରୁ ମଧ୍ୟ ରକ୍ଷା କରିଥାଏ ।ଗବେଷଣାରୁ ଜଣାଯାଇଛି ଯେ ,୬ ସପ୍ତାହ ଯାଏ ଦିନକୁ ଦୁଇଟି ଲେଖାଏଁ ଅଣ୍ଡା ଖାଇବା ଦ୍ୱାରା ଶରୀରରେ ଏଚ୍ .ଡି.ଏଲ୍ ସ୍ତର ୧୦ % ବଢିଯାଇଥାଏ ।
୭୦-ଅଣ୍ଡାରେ ଏମିନୋ ଏସିଡ୍ ଏବଂ ପ୍ରେଟିନ୍‌ର ସଠିକ୍ ମାତ୍ରା
ଶରୀର ପାଇଁ ପ୍ରେଟିନ୍ ବହୁ ତ ଆବଶ୍ୟକ ହୋଇଥାଏ ।ଅଣ୍ଡାରେ ଭରପୂର ରହି୍‌ଥାଏ ପ୍ରୋଟିନ୍ । ପ୍ରେଟିନ୍ ଶରୀରରେ ନୂତନ ସେଲ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ।ଗୋଟେ ବଡ଼ ଅଣ୍ଡାରେ ୬ ଗ୍ରାମର ପ୍ରେଟିନ୍ ରହିଥାଏ ।ଅଣ୍ଡାରେ ସଠିକ୍ ମାତ୍ରାରେ ଏମିନୋ ଏସିଡ୍ ମଧ୍ୟ ମିଳିଥାଏ ଯାହା ପ୍ରେଟିନ୍ କୁ ନୂତନ କୋଷ ିତଆରୀ କରିବାରେ ସାହାର୍ଯ୍ୟ କରିଥାଏ ।
୮-ହୃଦ୍‌ଘାତର ବିପଦକୁ କମ୍ କରିଥାଏ ।
ଏମିତି ମନାଯାଏକି ଅଣ୍ଡାରେ ଥିବା କେଲେଷ୍ଟ୍ରୋଲ ହୃତ୍‌ପିଣ୍ଡ ପାଇଁ ହାନିକାରକ ହୋଇଥାଏ ।କିନ୍ତୁ ଗବେଷଣାରୁ ଜଣାଯାଇଛି ଯେ ,ଅଣ୍ଡା ଏବଂ ହୃତ୍ ପିଣ୍ଡ ଜନିତ ରୋଗ ମଧ୍ୟରେ କୌଣସି ସମ୍ପର୍କ ନାହିଁ । କିନ୍ତୁ କେତେକ ଗବେଷଣାରୁ ଦାବି କରାଯାଇଛି ଯେ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହାଳ ହାନିକାର ହୋଇଥାଏ ।କିନ୍ତୁ ସଠିକ୍ ଭାବରେ ଡାଏଟ୍ ରେ କମ୍ କ୍ୟାଲୋରୀ ଅଣ୍ଡା ଖାଇଲେ ରୋଗୀ ପାଇଁ କ୍ଷିତକାର ହୋଇ ନଥାଏ ।
୯- ଓଜନ ହ୍ରାସ କରିବାରେ ସାହାର୍ଯ୍ୟ କରିଥାଏ ।
ଯଦି ଆପଣ ଆପଣଙ୍କ ଓଜନ ହ୍ରାସ କରିବା ପାଇଁ କମ୍ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ପାଇଁ ଚାହୁଁଛନ୍ତି ତେବେ ଅଣ୍ଡା ସବୁଠୁ ଭଲ ସାବ୍ୟସ୍ତ ହୋଇଥାଏ ।ଅଣ୍ଡା ଖାଇବା ଦ୍ୱରା ଜଲଦି ଭୋକ ହୋଇ ନଥାଏ । ଫଳରେ କମ୍ କ୍ୟାଲୋରୀ ଖାଦ୍ୟ ଖାଇ ଜଲଦ୍ ଓଜନ ହ୍ରାସ ହୋଇଥାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking