32.1 C
Bhubaneswar
Saturday, May 4, 2024
Homeଲାଇଫ୍ ଷ୍ଟାଇଲ୍କଞ୍ଚାଲଙ୍କା ଖାଇଲେ କ'ଣ ଲାଭ ମିଳେ

କଞ୍ଚାଲଙ୍କା ଖାଇଲେ କ’ଣ ଲାଭ ମିଳେ

ଭୁବନେଶ୍ୱର: ସବୁଜ ଲଙ୍କା ଆମ ଖାଇବାରେ ଆଣେ ଏକ ଭିନ୍ନ ସ୍ୱାଦ । ଟିକିଏ ରାଗ ନଲାଗିଲେ ଖାଇବାର ମଜା ଆସେନି । ରାଗ ଯୋଗୁଁ ଅନେକେ ଲଙ୍କା ଖାଇବାକୁ ମଧ୍ୟ ଡରନ୍ତି । କିନ୍ତୁ ଆପଣ ଜାଣନ୍ତି ଏହି ଲଙ୍କା ଖାଦ୍ୟର ସ୍ୱାଦ ବଢ଼ାଇବା ସହ ଏହାର ପୌଷ୍ଟିକ ତତ୍ତ୍ୱ ଆମ ଶରୀର ପାଇଁ ବେଶ ଉପଯୋଗୀ । ସାଲାଡ୍ କିମ୍ବା ଅନ୍ୟ ଖାଦ୍ୟରେ କଞ୍ଚାଲଙ୍କାକୁ ଖାଦ୍ୟଭାବେ ବ୍ୟବହାର କରାଯାଇପାରିବ । କଞ୍ଚାଲଙ୍କା ହେଉଛି ଏପରି ଏକ ଉପାଦାନ ଯାହା ଅଧିକାଂଶ ଭାରତୀୟ ଖାଦ୍ୟରେ ବ୍ୟବହୃତ ହୁଏ । ଏହାର ବ୍ୟବହାର କରାଯାଇପାରିବ ଅନେକ ଉପାୟ ଅଛି ଯଥା – କଞ୍ଚା, ଭଜା, ତରକାରୀ , ଏହା ମଧ୍ୟ ଶକ୍ତିଶାଳୀ ଉପାଦାନ ଭାବରେ ଯୋଗ କରାଯାଇଥାଏ । ଏହା ବ୍ୟତୀତ ସ୍ୱାଦକୁ ବଢାଇବା ପାଇଁ ବ୍ୟବହୃତ ହୁଏ । କଞ୍ଚାଲଙ୍କାରେ ଅନେକଗୁଡ଼ିଏ ସ୍ୱାସ୍ଥ୍ୟ ଉପକାର ରହିଥାଏ ଯାହା କେବଳ ଖାଦ୍ୟରେ ମସଲା ଯୋଗାଏ ନାହିଁ ବରଂ ଜୀବନରେ କିଛି ରୋଗରୁ ମୁକ୍ତି ଦେଇଥାଏ ।

କଞ୍ଚାଲଙ୍କାରେ ଭିଟାମିନ୍ ‘ଏ’ ରହିଥାଏ । ଶରୀରକୁ ଭିଟାମିନ ‘ଏ’ ଯୋଗାଇବା ପାଇଁ ସବୁଜ ଲଙ୍କା ଖାଇବା ନିହାତି ଆବଶ୍ୟକ । ଭିଟାମିନ ‘ଏ’ ଆମ ଶରୀରର ବିକାଶ ତଥା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ବେଶ ସହାୟକ ହୋଇଥାଏ । ଆମ ଶରୀରରେ ଭିଟାମିଟ ‘ଏ’ କମିଗଲେ ଚକ୍ଷୁ ରୋଗ ଦେଖାଯାଇଥାଏ । ଆଉ ଏଥିରୁ ବଞ୍ଚିତ ରହିବା ପାଇଁ କଞ୍ଚାଲଙ୍କା ଖାଇବା ନିହାତି ଜରୁରୀ ।

କଞ୍ଚା ଲଙ୍କାରେ ମେଟାବୋଲିଜିମ୍ ଥାଏ ଯାହା ଦ୍ୱାରା ଚର୍ବି ,କ୍ୟାଲୋରୀ ଓ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ । ଖାଦ୍ୟ ଖାଇବାର ତିନି ଘଣ୍ଟା ପର୍ଯ୍ୟନ୍ତ ଏହା ମେଟାବୋଲିଜିମ୍ କୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଥାଏ ।

କଞ୍ଚାଲଙ୍କା ଖାଇବା ଦ୍ୱାରା ଶରୀରରେ ଚିନି ସ୍ତରକୁ ସନ୍ତୁଳିତ କରିବାରେ ସାହାଯ୍ୟ କରେ , ରକ୍ତରେ ଶର୍କରା ସ୍ତରକୁ ହ୍ରାସ କରିଥାଏ ।

ନିୟମିତ ଉପଯୁକ୍ତ ମାତ୍ରାରେ କଞ୍ଚାଲଙ୍କା ଖାଇଲେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହ ସୁଗାର ଲେବଲକୁ ମଧ୍ୟ ଆୟତ୍ତ କରିବାରେ ଏହା ସହାୟକ ହୋଇଥାଏ । ଯେଉଁମାନେ ସାଧାରଣତଃ ଡାଇବେଟିସ୍ ତଥା ମୋଟାପଣ ଯୋଗୁଁ ଅସୁବିଧା ଭୋଗିଥାନ୍ତି, ସେମାନଙ୍କ ପାଇଁ କଞ୍ଚାଲଙ୍କା ଅବ୍ୟର୍ଥ ଔଷଧ ଭାବେ କାମ କରିଥାଏ ।

 ଆମ ଶରୀରକୁ ଭିଟାମିନ ‘ସି’ର ଆବଶ୍ୟକତା ରହିଛି । ଭିଟାମିନ ‘ସି’ ଯୋଗୁଁ ଶରୀରରେ କୌଣସି ସ୍ଥାନରେ କ୍ଷତ ହେଲେ ଶୀଘ୍ର ଶୁଖିଯାଏ ଏବଂ ଏହା ଆମ ଶରୀରର ହାଡ଼ ମଜବୁତ କରିଥାଏ । ବିଭିନ୍ନ ରୋଗର ମୁକାବିଲା କରିବା ପାଇଁ ଭିଟାମିନ ‘ସି’ ଆମ ଶରୀରକୁ ଶକ୍ତି ଯୋଗାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking