27.1 C
Bhubaneswar
Thursday, April 25, 2024
Homeଓଡିଶାମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ବିଜେଡି

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ
ହରାଇବା ଭଳି ଲକ୍ଷ୍ୟ କରାଯାଉଛି । ଆମେ ବାରମ୍ବାର କହୁଛୁ ଯେ ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି
ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ । ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାନ୍ତି ବୋଲି
କହିଛନ୍ତି ବିଜେଡି ପ୍ରବକ୍ତା ଇସ୍ପିତା ସାହୁ ।
ସୁଶ୍ରୀ ସାହୁ କହିଛନ୍ତି ଯେ ରାଜ୍ୟ ସରକାର କେଉଁ ଆଇନ୍‍ଜୀବୀଙ୍କୁ ନିୟୋଜିତ କରିବେ ଲେଖାଶ୍ରୀଙ୍କୁ ପଚାରି
କରିଥାଆନ୍ତେ । ଯେଭଳିକି ଏହାର ତଦନ୍ତ କିଭଳି ହେବ ତାହା ସ୍ଥିର କରିବା ଲେଖାଶ୍ରୀ ଚାହୁଁଥିଲେ । ଏହା ଦ୍ୱାରା ସେ
ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି । ଏଭଳି କାର୍ଯ୍ୟପାଇଁ ସେ ଲଜ୍ଜିତ ହେବା ସହିତ ଓଡିଶାବାସୀଙ୍କ
ନିକଟରୁ ଏଥିପାଇଁ କ୍ଷମା ମାଗିନେବା ଉଚିତ୍‍ ।
ବିଗତ ୨୧ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଅଞ୍ଚଳରେ ବ୍ୟାପକ ବିକାଶ
କାର୍ଯ୍ୟ ହୋଇଥିବାବେଳେ ଲେଖାଶ୍ରୀଙ୍କ ମନଗଢା କାହାଣୀ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।
ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି । ବିଗତ ଦୁଇଟି ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ
କାଳେ ଟିକେଟ ମିଳିଯିବ ସେହି ଆଶାରେ ସେ ଏବେ ପିପିଲିରେ ନାକ ପୂରାଉଛନ୍ତି । ଜଣେ ମହିଳା ହିସାବରେ ମୁଁ
ତାଙ୍କ ପ୍ରତି ସମବେଦନା ଜଣାଉଛି ବୋଲି କହିଛନ୍ତି ସୁଶ୍ରୀ ସାହୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking