33.1 C
Bhubaneswar
Friday, April 26, 2024
HomeUncategorizedଝଡର ଇଗଲ୍ ବିଜୁ ପଟ୍ଟନାୟକ

ଝଡର ଇଗଲ୍ ବିଜୁ ପଟ୍ଟନାୟକ

ଭୁବନେଶ୍ୱର: ୬୦ ଦଶକ ହେଉଛି ଓଡିଶା ରାଜନୀତିର ଏକ ଟର୍ଣ୍ଣିଂ ପଏଂଟ । ଏହାସହ ଧିରେଧିରେ ରାଜନୀତିର ଦୃଶ୍ୟପଟକୁ ଆସୁଥିଲେ ବିଜୁପଟ୍ଟନାୟକ । ଆଇ ପରଦା ପଛକୁ ହଟିଯାଉଥିଲେ ଡକ୍ଟର ହରେକୃଷ୍ଣ ମହତାବ । ବିଜୁ ପଟ୍ଟନାୟକଙ୍କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ସୃଷ୍ଟି ହେଉଥିଲା ଅସାଧାରଣ ଆଗ୍ରହ । ସେ ଏଭଳି ଜଣେ ବ୍ୟକ୍ତିତ୍ୱ ଥିଲେ ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଥିଲା ଅନେକ ଆଶା ଓ ଉଦ୍ଦୀପନା । ଆକାଶରେ ବିମାନରେ ଉଡୁଥିବା ବିଜୁ ବାବୁଙ୍କୁ ନେଇ ଆଶ୍ଚର୍ଯ୍ୟ ହେଉଥିଲେ ଓଡିଶାବାସୀ । ଜନସାଧାରଣଙ୍କ ଆଗରେ ଥିଲା ତାଙ୍କର ଆକାଶ ଛୁଆଁ ବ୍ୟକ୍ତିତ୍ୱ । ତେବେ ବିଜୁ ବାବୁ ରାଜନୀତିରେ ପ୍ରବେଶ କରିବା ମାତ୍ରେ ଲୋକଙ୍କ ପାଇଁ ପାଲଟିଯାଇଥିଲେ ମେଘକୁ ଛୁଇଁଥିବା ପରି ରାଇଜର ରାଜକୁମାର । ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ତାଙ୍କ ଦୁଃସାହସିକ କାର୍ଯ୍ୟ ଜନମାନସରେ ବେଶ୍ ପ୍ରଭାବ ସୃଷ୍ଟି କରିପାରିଥିଲା ।
୧୯୩୭ ମସିହାରେ ବିଜୁ ବାବୁ ଯୋଗ ଦେଇଥିଲେ ରୟାଲ ଇଂଡିଆ ଏୟାରଫୋର୍ସରେ । ମାତ୍ର ୨୧ ବର୍ଷ ବୟସରେ ସେ ଦକ୍ଷ ପାଇଲଟ ଭାବେ ସୁନାମ ଅର୍ଜନ କରିଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧର ଘନଘଟା । ମିଆଂମାରକୁ ଆକ୍ରମଣ କରିଥିଲା ଜାପାନ । ଆଉ ଏହି ସମୟରେ ମିତ୍ର ଶକ୍ତି କବଳରୁ ରେଂଗୁନକୁ ଛଡାଇ ନେବାକୁ ଯୋଜନା କରିଥିଲା ଜାପାନ । ସେହି ସମୟରେ ରେଂଗୁନ ସହରରେ ବାସ କରୁଥିବା ବହୁ ବ୍ରିଟିସ ଅଫିସରଙ୍କୁ ଚାରିଆଡୁ ଘେରି ରଖିଥିଲେ ଜାପାନୀ ସେନା । ବ୍ରିଟିସ ଇଂଡିଆ ବାୟୁସେନାର ଏୟାରଫୋର୍ସ ଚିଫ୍ କମାଣ୍ଡାଂଟ ତଥା ଦୁର୍ଦ୍ଦଶ ପାଇଲଟ ବିଜୁ ପଟ୍ଟନାୟକଙ୍କ ଉପରେ ପଡିଲା ସେମାନଙ୍କୁ ଉଦ୍ଧାର କରିବାର ଦାୟିତ୍ୱ । ସବୁବେଳେ ଦୁଃସାହସ ପାଇଁ ଆଗେଇ ଆସୁଥିବା ବିଜୁ ପଟ୍ଟନାୟକ ଏହି ଦାୟିତ୍ୱ ମିଳିବା ପରେ ନିଜ ଜୀବନକତୁ ବାଜି ଲଗାଇ ଦେଇଥିଲେ । ଆଉ ଜାପାନର ଘେରାବନ୍ଦୀକୁ ଭଣ୍ଡୁର କରି ବ୍ରିଟିଶ ପରିବାରଗୁଡିକୁ ରେଙ୍ଗୁନରୁ ଉଦ୍ଧାର କରିଥିଲେ ବିଜୁବାବୁ ବିଜୁ ପଟ୍ଟନାୟକ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking