ବିଜୁବାବୁ ଥିଲେ ଜଣେ ଦକ୍ଷ କୂଟନୀତିଜ୍ଞ ଓ ଶିଳ୍ପଦ୍ୟୋଗୀ

ଭୁବନେଶ୍ୱର : ବିଜୁପଟ୍ଟନାୟକ ଙ୍କ ସ୍ବପ୍ନ ର ନମୁନା ହେଉଛି ପାରାଦ୍ୱୀପ ବନ୍ଦର । କେନ୍ଦ୍ର ନିକଟରେ ଏଥିପାଇଁ ତାଙ୍କୁ କମ ଓକିଲାତି କରିବାକୁ ପଡ଼ିନଥିଲା କିନ୍ତୁ ଆଜି ରାଜ୍ୟ ବିକାଶ କ୍ଷେତ୍ର ରେ ଯେଉଁଠି ପହଁଚିଛି ତା ଭିତରେ ରହିଛି ବିଜୁବାବୁଙ୍କର ପ୍ରଚଣ୍ଡ ସ୍ବପ୍ନ । କେବଳ ପାରାଦ୍ୱୀପ ବନ୍ଦର କାହିଁକି ନାଲକୋ ଆଲମିନି କାରଖାନା ,ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ,ସୈନିକ ସ୍କୁଲ ,ବୈଷୟିକ ଶିକ୍ଷା ,ଗବେଷଣା ,ଉ ଦଗୟ ପ୍ରସାର କ୍ଷେତ୍ରରେ ବିଜୁ ବାବୁ ଙ୍କ ସ୍ୱପ୍ନର ଗୋଟିଏ ଗୋଟିଏ ବିକଶିତ ପାଖୁଡା ।ତା ସହିତ ୟୁନେସ୍କୋ ସହାୟତା ରେ କଳିଙ୍ଗ ପୁରସ୍କାର ପ୍ରତିଷ୍ଠା ତାଙ୍କର ବିଶ୍ବପ୍ରସାରୀ ଦୃଷ୍ଟି ଭଙ୍ଗୀର ଆଉ ଏକ ପ୍ରମାଣ ।୧୯୪୫ ମସିହାରେ ବିଜୁ ବାବୁଙ୍କ ଓଡିଶା ଟେକ୍ସଟ ଷ୍ଟାଇଲ ମିଲ ପ୍ରତିଷ୍ଠା ସହ ରାଜ୍ୟରେ ଶିଳ୍ପର ବାତାବରଣ ଆରମ୍ଭ ହୋଇଥିଲା ।ବିଜୁ ପଟନାୟକ ଯଥାର୍ଥରେ ଥିଲେ ଝଡ଼ର ଇଗଲ ।ବାଟ ଭାଙ୍ଗି ନୂଆ ବାଟ ସୃଷ୍ଟି କରୁଥିବା ମଣିଷ ।ସର୍ବ ନିମ୍ନ ଦରମା ୧୦ ଟଙ୍କାରୁ ୨୫ ଟଙ୍କା କୁ ବୃଦ୍ଧି ,ଆଦିବାସୀ ମହିଳାଙ୍କୁ ପୋଲିସ କ୍ଷମତା ପ୍ରଦାନ ,ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ତାଙ୍କର ଐତିହାସିକ ପଦକ୍ଷପର ଗୋଟିଏ ଗୋଟିଏ ଗୋଟିଏ ପ୍ରତିଫଳନ । ବିଜୁ ପଟନାୟକ ଯାହା ବି କରିଛନ୍ତି ପରବର୍ତୀ ସମୟରେ ଦେଶ ତାହାକୁ ଅନୁକରଣ କରିଛି ।
ବ୍ରିଟିଶ ସରକାରଙ୍କ ପାଇଲଟ ଥିବା ବେଳେ ମଧ୍ୟ ନିଜ ଭିତରେ ସ୍ୱାଧୀନ ଭରତୀୟ ଚେତନାକୁ ଚପାଇ ପାରିନଥିଲେ । ଭାରତ ଛାଡ଼ ଆନ୍ଦୋଳନ ବେଳେ ବ୍ରିଟିଶଙ୍କ ଅଜାଣତରେ ଆଗଧାଡିର ସ୍ୱାଧୀନତା ସଂଗ୍ରାମୀ ଜୟପ୍ରକାଶ ନାରାୟଣ ,ରାମ ମନହର ଲୋହିଆ ମାନଙ୍କୁ ଗୋପନରେ ବିଭିନ୍ନ ସ୍ଥାନକୁ ନେବା ଆଣିବା କରୁଥିଲେ ।ସେହି ପରି ଛାତ୍ର ଅବସ୍ଥାରୁ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରେରଣାରେ ପ୍ରଭାବିତ ବିଜୁ ବିମାନ ଉଡାଇ ଗଲାବେଳେ ଆଜାଦହିନ୍ଦ ଫୌଜର ପ୍ରଚାର ପତ୍ର ବିଭିନ୍ନ ସ୍ଥାନରେ ପକାଉଥିଲେ ଏହି ସବୁ କାର୍ଯ୍ୟ ଜଣାପଡିବା ପରେ ତାଙ୍କୁ ଚାକିରୀ ହରେଇବାକୁ ପଡିବ ସଙ୍ଗେ ସଂଗେ ଜେଲ ଯିବାକୁ ବି ପଡିଥିଲା ।ବିଜୁପଟ୍ଟନାୟକ ଥିଲେ ଜଣେ ଖାଣ୍ଟି ଓଡ଼ିଆ ଜାତୀୟ ନେତା । ଯେତେବେଳେ ଦେଶର ସ୍ୱାଧୀନତା ,ସର୍ବଭାମତ୍ଵା ଓ ଅଖଣ୍ଡତା ପ୍ରତି ଅହ୍ୱାନ ସୃଷ୍ଟି ହୋଇଛି ସେତେବେଳେ ସେ ଖୋଜା ପଡିଛନ୍ତି ।୧୯୬୫ ମସିହାରେ ବିଜୁବାବୁ ଙ୍କ କୁଟ ନୀତିକ ଦକ୍ଷତାର ପରୀକ୍ଷା ହୋଇଥିଲା । ପାକ ପଟୁ ସମ୍ଭାବ୍ୟ ଆକ୍ରମଣରେ ସହଯୋଗ ଦେବାପାଇଁ ଇଣ୍ଡୋନେସିଆର ସ୍ୱତନ୍ତ୍ର ଯୁଦ୍ଧ ଜାହାଜ ଭାରତ ମୁହଁରେ ହୋଇସାରିଥିଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଅନୁରୋଧ କ୍ରମେ ତାଙ୍କର ବନ୍ଧୁ ଇଣ୍ଡୋନେସିଆର ରାଷ୍ଟ୍ରପତି ସୁକର୍ଣ୍ଣ ଙ୍କ ପାଖରେ ପହଁଚିଗଲେ ଟଙ୍କା କଥା କଟାଇନପାରି ଯୁଦ୍ଧ ଜାହାଜ ଫେରିଯାଇଥିଲା ।ଭାରତ ଉପରୁ ବଡ ବିପଦ ଟଳିଗଲା । ସୁକର୍ଣ୍ଣ ଓ ବିଜୁଙ୍କ ପାରିବାରିକ ସମ୍ପର୍କ ଦେଶର ସୁରକ୍ଷା କବଚ ପାଲଟିଥିଲା । ଅଣ କଂଗ୍ରେସ ଦଳ ପ୍ରତିଷ୍ଠାରେ ବିଜୁଙ୍କର ଥିଲା ସକ୍ରିୟ ଭୂମିକା ।କ୍ଷମତା ରେ ଥାନ୍ତୁ ବା ନଥାନ୍ତୁ ବିଜୁବାବୁଙ୍କର ଜାତୀୟ ରାଜନୀତିରେ ଥିଲା ଅଖଣ୍ଡ ପ୍ରଭାବ ।