33.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶମଦ ନିଶାରେ ସାଙ୍ଗକୁ ଗୁଳି କରିଦେଲା ସାଙ୍ଗ

ମଦ ନିଶାରେ ସାଙ୍ଗକୁ ଗୁଳି କରିଦେଲା ସାଙ୍ଗ

ଲକ୍ଷ୍ନୌ: ମଦ ନିଶାରେ ସାଙ୍ଗକୁ ଗୁଳି କରିଦେଲା ସାଙ୍ଗ । ପରେ ମୃତକଙ୍କ ପରିବାର ଲୋକ ଅଭିଯୁକ୍ତକୁ ପିଟିପିଟି ମାରିଦେଲେ । ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ପୋଲିସ ଏହି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରି ତଦନ୍ତ ଚଳାଇଛି ।ଏଥିସହ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ଉତ୍ତରପ୍ରଦେଶର ବୁଲନ୍ଦସହରରେ ଡବଲ ମର୍ଡର । ବୁଲନ୍ଦସହରର କୋତାୱାଲି ଦିୱାଇ ଅଞ୍ଚଳର ଚିରୌରୀ ଗାଁରେ ଘଟିଛି ଅଭାବନୀୟ ଘଟଣା । ଗତକାଲି ରାତିରେ ଦୁଇଜଣ ସାଙ୍ଗ ବିନୋଦ ଏବଂ ନେମପାଲ ଚିରୌରୀ ଗାଁରେ ମଦ୍ୟପାନ କରୁଥିଲେ । ଏହି ସମୟ ମଧ୍ୟରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ବିବାଦ ଉଗ୍ର ରୂପ ନେବା ପରେ ବିନୋଦ ନେମପାଲଙ୍କୁ ଗୁଳି କରି ହତ୍ୟା କରିଥିଲା । ଗୁଳିର ଶବ୍ଦ ଶୁଣି ସେଠାକୁ ଲୋକମାନେ ଧାଇଁ ଆସିଥିଲେ । ଘଟଣାସ୍ଥଳରେ ନେମପାଲଙ୍କ ପରିବାର ଲୋକ ପହଞ୍ଚି ବିନୋଦଙ୍କୁ କାବୁ କରିବା ସହ ନିର୍ଧୂମ ମାଡ ମାରିଥିଲେ । ଗୁରୁତର ଅବସ୍ଥାରେ ବିନୋଦକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଡବଲ ମର୍ଡର ହୋଇଥିବା ଖବର ପାଇବା ମାତ୍ରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା ।ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ପୋଲିସର ଗୁଳିମାଡ଼ରେ ନେମପାଲ ସିଂ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ନେମପାଲଙ୍କ ପରିବାର ଲୋକ ଗୁଳି କରିଥିବା ଅଭିଯୁକ୍ତ ବିନୋଦକୁ ପିଟିପିଟି ହତ୍ୟା କରିଛନ୍ତି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି ।କୁହାଯାଉଛି ଯେ ଏହି ହତ୍ୟାକାଣ୍ଡର ପ୍ରତିଶୋଧ ନେବାକୁ ତାଙ୍କ ପରିବାର ସଦସ୍ୟ ବିନୋଦଙ୍କୁ ପିଟିପିଟି ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking