29.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶହେଲିପ୍ୟାଡ ହଟାଇଲା ଚୀନ

ହେଲିପ୍ୟାଡ ହଟାଇଲା ଚୀନ

ନୂଆଦିଲ୍ଲୀ : ଭାରତ ଓ ଚୀନ  ସୀମା ବିବାଦର ଶାନ୍ତି ପୁର୍ଣ୍ଣ ସମାଧାନ ପାଇଁ ଧିରେ ଧିରେ ବାଟ ଖୋଲୁଛି । ପାନଗଙ୍ଗ ହ୍ରଦ ଫିଙ୍ଗର ୫ ଅଞ୍ଚଳରୁ ନିଜ ହେଲିପ୍ୟାଡକୁ ହାଟାଇଛି ଚୀନ । ପାନଗଙ୍ଗର ଏହି ଅଞ୍ଚଳ ପିଏଲଏ ପାଇଁ ବହୁତ ଗୁରୁତ୍ୱପୁର୍ଣ୍ଣ ଥିଲା । ଏହି ଅଞ୍ଚଳରୁ ପାନଗଙ୍ଗରେ ପେଟ୍ରୋଲିଂ କରିବାଠୁ ଆରମ୍ଭ କରି ବିମାନ ଅବତରଣ କରୁଥିଲା ଚୀନ । ଏଲଏସି ଉପରେ ନଜର ରଖିବା ପାଇଁ ଏହି ସବୁ ହେଲିପ୍ୟାଡକୁ ବ୍ୟବହାର କରାଯାଉଥିଲା । ଏହାସହ କିଛିଦିନ ପୁର୍ବେ ମୁତୟନ କରଇଥିବା ଯୁଦ୍ଧ ଟ୍ୟାଙ୍କକୁ ବି ପ୍ରତ୍ୟାହାର କରିନିଆଯାଇଛି । ୨୦୦ରୁ ଅଧିକ ଯୁଦ୍ଧ ଟ୍ୟାଙ୍କକୁ ବିଗତ କିଛି ମାସ ଧରି ଏଠାରେ ମୁତୟନ କରାଯାଇଥିଲା ।

ଦୁଇ ଦେଶ ମଧ୍ୟରେ ବାରମ୍ବାର ସେନା କମାଣ୍ଡର ସ୍ତରୀୟ ଆଲୋଚନା ବେଳେ ସୀମାରୁ ସେନାକୁ ହଟାଇବା ପାଇଁ ଦାବୀ ରଖିଥିଲା ଭାରତ । ୧୫ ଦିନ ଭିତରେ ଏହି ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତି ହୋଇଥିଲା ।ତେବେ ଏହା ପୁର୍ବରୁ ଗତ ଗୁରୁବାର ୧୦୦ରୁ ଅଧିକ ଟ୍ୟାଙ୍କର ଗୁଡିକୁ ହଟାଇ ନିଆଯାଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking