30.1 C
Bhubaneswar
Friday, April 26, 2024
Homeକରୋନା୯୫% ମୃତ୍ୟୁ ଆଶଙ୍କା ଏଡାଇବ ଦୁଇଟି ଡୋଜ୍ ଟିକା : ଆଇସିଏମଆର

୯୫% ମୃତ୍ୟୁ ଆଶଙ୍କା ଏଡାଇବ ଦୁଇଟି ଡୋଜ୍ ଟିକା : ଆଇସିଏମଆର

ନୂଆଦିଲ୍ଲୀ: ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତି ୯୫ ପ୍ରତିଶତ କୋଭିଡ୍ ଜନିତ ମୃତ୍ୟୁ ଆଶଙ୍କାକୁ ଏଡାଇପାରିବେ ବୋଲି ଆଇସିଏମଆର ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟରୁ ଜଣାପଡିଛି । ଅପରପକ୍ଷରେ ଗୋଟିଏ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଏହି ଆଶଙ୍କା ୮୨% ନାହିଁ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଇଣ୍ଡିଆନ ଜର୍ଣ୍ଣାଲ ଅଫ୍ ମେଡିକାଲ ରିସର୍ଚ୍ଚରେ ଏହି ରିପୋର୍ଟ ପ୍ରକାଶିତ ହୋଇଛି । ଏଥିପାଇଁ ତାମିଲନାଡୁ ପୁଲିସରେ କର୍ତ୍ତବ୍ୟରତ ୧,୧୭,୫୨୪ କର୍ମଚାରୀଙ୍କୁ ସର୍ଭେରେ ସାମିଲ କରାଯାଇଥିଲା । ଏମାନଙ୍କ ମଧ୍ୟରେ କେତେକ ଆଦୌ ଟିକା ନେଇନଥିବାବେଳେ ଅନ୍ୟମାନେ ସିିଙ୍ଗଲ ଡୋଜ୍ ନେଇଛନ୍ତି । ତେବେ ସିଙ୍ଗଲ ଡୋଜ୍ ଟିକା ନେଇଥିବା ବ୍ୟକ୍ତିମାନେ ମୃତ୍ୟୁମୁଖରେ ପଡିବାର ଆଶଙ୍କା ୮୨ ପ୍ରତିଶତ ନାହିଁ ବୋଲି ରିପୋର୍ଟରେ ଦର୍ଶାଯାଇଛି । ତାମିଲନାଡୁ ପୁଲିସ ପକ୍ଷରୁ ଏହି କର୍ମଚାରୀଙ୍କ ଟିକା ନେବା ତାରିଖ, କେତେ ଡୋଜ୍ ନେଇଛନ୍ତି, କେବେ କୋଭିଡ୍‌ରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି, ସେ ସମ୍ପର୍କିତ ବିସ୍ତୃତ ବିବରଣୀ ସର୍ଭେ ଟିମ୍‌କୁ ପ୍ରଦାନ କରାଯାଇଥିଲା ।

ଟିକା ନେଇଥିବା ଓ ଟିକା ନେଇନଥିବା ପୁଲିସ କର୍ମଚାରୀଙ୍କ ତଥ୍ୟକୁ ସର୍ଭେରେ ସାମିଲ କରାଯାଇଥିଲା । ଏହାକୁ ହିସାବ କରି ଉପରୋକ୍ତ ପ୍ରତିଶତ ବାହାର କରାଯାଇଛି । ଚଳିତବର୍ଷ ଫେବୃଆରୀ ୧ରୁ ମେ’ ୧୪ ମଧ୍ୟରେ ୩୨,୭୯୨ ସିଙ୍ଗଲ ଡୋଜ୍ ଓ ୬୭,୬୭୩ ଡବଲ ଡୋଜ୍ ଟିକା ନେଇଥିଲେ । ୧୭,୦୫୯ ଜଣ ଆଦୌ ଟିକା ନେଇନଥିଲେ । ଏହି ସମୟ ମଧ୍ୟରେ ୩୧ ଜଣ ପୁଲିସ କର୍ମଚାରୀ କୋଭିଡ୍‌ରେ ପ୍ରାଣ ହରାଇଥିଲେ । ସେମାନଙ୍କ ମଧ୍ୟରୁ ୭ ଜଣ ସିଙ୍ଗଲ ଡୋଜ୍‌, ୪ ଜଣ ଡବଲ ଡୋଜ୍ ଓ ଅବଶିଷ୍ଟ ୨୦ ଜଣ ଆଦୌ ଟିକା ନେଇନଥିବା ଜଣାପଡିଛି । ଆଦୌ ଟିକା ନେଇନଥିବା ବ୍ୟକ୍ତିଙ୍କ ତୁଳନାରେ ସିଙ୍ଗଲ ଓ ଡବଲ ଡୋଜ୍ ନେଇଥିବା ବ୍ୟକ୍ତିଙ୍କ ମୃତ୍ୟୁହାର ଯଥାକ୍ରମେ .୧୮ ଓ ୦-୦୫ ପ୍ରତିଶତ ବୋଲି କୁହାଯାଇଛି ।

ତଦନୁଯାୟୀ ଟିକା ନେଇଥିବା ସିଙ୍ଗଲ ଓ ଡବଲ ଡୋଜ୍ ବ୍ୟକ୍ତିଙ୍କ କ୍ଷେତ୍ରରେ ମୃତ୍ୟୁ ଆଶଙ୍କା ଏଡାଇବା ସମ୍ଭାବନା ଯଥାକ୍ରମେ ୮୨ ଓ ୯୫ ପ୍ରତିଶତ ବୋଲି ରିପୋର୍ଟରେ ଦର୍ଶାଯାଇଛି । ପଞ୍ଜାବ ପୁଲିିସରେ କାର୍ଯ୍ୟରତ କର୍ମଚାରୀଙ୍କୁ ମଧ୍ୟ ସର୍ଭେରେ ସାମିଲ କରାଯାଇଥିଲା । ୪୨,୭୨୦ କର୍ମଚାରୀ ଡବଲ ଡୋଜ୍ ନେଇଥିବାବେଳେ କେବଳ ୨ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ସିଙ୍ଗଲ ଡୋଜ୍ ନେଇଥିବା ୩୫,୮୫୬ ଜଣଙ୍କ ମଧ୍ୟରୁ କେବଳ ୯ ଜଣ ପ୍ରାଣ ହରାଇଛନ୍ତି । ଅପରପକ୍ଷରେ ଟିକା ନେଇନଥିବା ୪୮୬୮ ଜଣଙ୍କ ମଧ୍ୟରୁ ୧୫ ଜଣ କୋଭିଡ୍‌ରେ ପ୍ରାଣ ହରାଇଥିବା ଜଣାପଡିଛି ।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ୍ ଅପ୍‌ଡେଟ୍ ପ୍ରଦାନ ଅବସରରେ ନିତି ଆୟୋଗ ସଦସ୍ୟ ଡାଃ ଭି.କେ.ପଲ୍ ଉପରୋକ୍ତ ସୂଚନା ଦେଇଥିବା କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking