ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାଯ୍ୟ ଆହ୍ୱାନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କୁ କେହି ଟ୍ରୋଲ କରନ୍ତୁନି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଦିବାସୀ ସମ୍ପ୍ରଦାୟର ସରଳ ଲୋକ ଅଟେ । ଯାହା ମନରେ ଭାବନ୍ତି ତାହା କହିଦିଅନ୍ତି ।ମୋହନ ମାଝୀଙ୍କୁ ଆଦିବାସୀ ସମ୍ପ୍ରଦାୟର ସରଳ ଅମାୟିକ ଲୋକ ବୋଲି କହିଥିଲେ ପ୍ରସନ୍ନ । ଏଥିସହ ମୁଖ୍ୟମନ୍ତ୍ରୀଙ୍କୁ ଟ୍ରୋଲ କରାଯାଉଥିବାରୁ ଟ୍ରୋଲ ନକରିବାକୁ ଅପିଲ୍ କରିଛନ୍ତି ପ୍ରସନ୍ନ ଆଚାର୍ଯ୍ୟ । ତେବେ ହଠାତ୍ ମୁଖ୍ୟମନ୍ତ୍ରୀଙ୍କ ପାଇଁ କାହିଁକି ଏମିତି କହିଲେ ବିରୋଧୀ ଦଳ ଉପନେତା, ତାହା ଜଣାପଡିନାହିଁ ।