ଭୁବନେଶ୍ୱର: ଗଜାମୁଗକୁ ବହୁ ପୂର୍ବରୁ ଏକ ସୁପରଫୁଡ୍ ଭାବରେ ବିବେଚନା କରାଯାଇଆସୁଛି, ଯାହା ଆକାରରେ ଛୋଟ କିନ୍ତୁ ପ୍ରଚୁର ପୋଷକ ତତ୍ତ୍ୱ ପ୍ରଦାନ କରେ । ଓଜନ ହ୍ରାସ କରିବା ଠାରୁ ଆରମ୍ଭ କରି ହୃଦୟ ସ୍ୱାସ୍ଥ୍ୟକୁ ଉନ୍ନତ କରିବା ପର୍ଯ୍ୟନ୍ତ, ପ୍ରତିଦିନ ଗଜାମୁଗ ଖାଇବାର ଅନେକ ସ୍ୱାସ୍ଥ୍ୟ ଲାଭ ରହିଛି । ଗଜାମୁଗ ଭାଟମିନ୍, ମିନେରାଲ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ପରିପୂର୍ଣ୍ଣ, ଯାହା ସାମଗ୍ରିକ ସ୍ୱାସ୍ଥ୍ୟ ଏବଂ ଜୀବନଶକ୍ତି ବଜାୟ ରଖିବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଗଜାମୁଗରେ ଅଧିକ ପରିମାଣରେ ଅଦ୍ରବଣୀୟ ଫାଇବର ଥାଏ, ଯାହା ହଜମ ପ୍ରକ୍ରିୟାକୁ ସହଜ କରିଥାଏ ଏବଂ କୋଷ୍ଠକାଠିନ୍ୟର ସମଭାବନାକୁ ହ୍ରାସ କରିଥାଏ । ଗଜାମୁଗ ରକ୍ତରେ ଉଚ୍ଚ କୋଲେଷ୍ଟ୍ରଲ୍ ସ୍ତର ଭଳି ହୃଦରୋଗର ବିପଦ କାରକକୁ ହ୍ରାସ କରିପାରେ । ଗଜାମୁଗରେ ଫାଇବର ଏବଂ ପ୍ରୋଟିନ ଅଧିକ ଥାଏ, ଯାହା ଭୋକ ଏବଂ କ୍ୟାଲୋରୀ ଗ୍ରହଣ କମ କରିବାରେ ସାହାଯ୍ୟ କରିପାରେ । ଏହା ଶରୀରର ଓଜନ କମାଇବା ଏବଂ ପେଟର ଚର୍ବି କମାଇବାରେ ସାହାଯ୍ୟ କରିପାରେ । ଗଜାରେ ଥିବା ଭିଟାମିନ୍ ସି ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହଯ୍ୟ କରିପାରେ, ଯାହା ଶରୀରକୁ ସଂକ୍ରମଣ ଏବଂ ରୋଗରୁ ରକ୍ଷା କରିବାର ସାହାଯ୍ୟ କରିପାରେ । ଗଜାମୁଗ ଆପଣଙ୍କ ଚର୍ମର ସ୍ୱାସ୍ଥ୍ୟ ଉପରେ ମଧ୍ୟ ଦୃଷ୍ଟି ଆକର୍ଷଣ କରିଥାଏ । ଗଜାମୁଗରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଅକ୍ସିôଡେଟିଭ୍ ଚାପ ସହିତ ଲଢିଥାଏ, ଯାହା ଚର୍ମ ଜନୀତ ରୋଗରୁ ମୁକ୍ତ ହେବାରେ ସାହାଯ୍ୟ କରେ । ଟାଇପ ୨ ମଧୁମେହ ଥିବା ଲୋକଙ୍କୁ ଗଜାମୁଗ ରକ୍ତ ଶର୍କରାକୁ ଭଲ ଭାବରେ ନିୟନ୍ତ୍ରଣ କରବାରେ ସାହାଯ୍ୟ କରିପାରେ । ଗଜାମୁଗ ହେଉଛି ଭିଟାମିନ୍ କେ ର ଏକ ଭଲ ଉତ୍ସ, ଯାହା ଆପଣଙ୍କ ହାଡ ସ୍ୱାସ୍ଥ୍ୟ ଏବଂ ଘନତାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ ।