ନୂଆଦିଲ୍ଲୀ : ଭାଲେଣ୍ଟାଇନ୍ସ ଡେରେ ଯୁବତୀ ଜଣଙ୍କ ଯୁବକର ପ୍ରେମକୁ ଗ୍ରହଣ ନକରିବାରୁ ପ୍ରଥମେ ଛୁରୀରେ ଯୁବତୀକୁ ଛୁରୀରେ ଆକ୍ରମଣ କରିଥିଲା । ତାପରେ ମୁହଁରେ ଏସିଡ ଫିଙ୍ଗିଦେଇଥିଲା । ଏଭଳି ଘଟଣା ଆନ୍ଧ୍ରପ୍ରଦେଶର ଅନ୍ନମାୟା ଜିଲ୍ଲାରେ ଘଟିଛି । ସୂଚନା ଅନୁସାରେ , ଯୁବତୀ ଜଣଙ୍କ ସ୍ନାତକ ଛାତ୍ରୀ । ଯୁବକ ଏବଂ ଯୁବତୀ ଜଣଙ୍କ କଲେଜ ସହପାଠୀ । ତେବେ ଏହି ଘଟଣା ଶୁଣିଲା ପରେ ଅନେକ ମନ୍ତ୍ରୀ ତୀବ୍ର ନିନ୍ଦା କରିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି ଏହା ବିରୋଧରେ କଠୋର କାଯ୍ୟାନୁଷ୍ଠାନ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ପୀଡିତାଙ୍କ ପାଇଁ ଚିକିସା ପାଇଁ ସବୁ ପ୍ରକାର ପୂଣ୍ଣ ସହାୟତା ଯୋଗାଇବେ କହିଛନ୍ତି । ଏହି ସମୟରେ ମାନବ ସମ୍ବଳ ଏବଂ ଆଇଟି ମନ୍ତ୍ରୀ ନାରା ଲୋକେଶ ପୀଡିତାଙ୍କ ବାପାଙ୍କୁ ଭେଟି ଘଟଣା ବିଷୟରେ ବୁଝିଥିଲେ । ସେ ଏକ୍ସରେ ପୋଷ୍ଟ କରିଥିଲେ । ଆମେ ଆମ ଭଉଣୀର ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛୁ । ଆକ୍ରମଣ କାରୀଙ୍କୁ କଠୋର ଦଣ୍ଡ ମିଳିବ । ଏବଂ ଭବିଷ୍ୟତରେ ଏପରି ଅପରାଧ କିଭଳି ନହେବ ସେ ଉପରେ ନଜର ରଖିବା ପାଇଁ ସଂସ୍ଥାଗୁଡିକୁ ନିବେଦନ କରିଛନ୍ତି । ଏହି ମାମଲାରେ ପୂର୍ୱତନ ମୁଖ୍ୟମନ୍ତ୍ରୀ ଜଗମୋହନ ରେଡ୍ଡୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । କହିଛନ୍ତି ଏହା ସରକାରଙ୍କ ବିଫଳ ଏବଂ ଅବହେଳା ଯୋଗୁଁ ହୋଇଛି । ଏହା ସହିତ ଆନ୍ଧ୍ରପ୍ରଦେଶରେ ମହିଳାଙ୍କ ସୁରକ୍ଷାକୁ ଉନ୍ନତ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଥିଲେ ।