22.1 C
Bhubaneswar
Saturday, March 22, 2025
Homeଓଡିଶାମଦ ବିକ୍ରି ବିରୋଧରେ କଡା ଅଭିମୁଖ୍ୟ

ମଦ ବିକ୍ରି ବିରୋଧରେ କଡା ଅଭିମୁଖ୍ୟ

ଭୁବନେଶ୍ୱର: ବେଆଇନ ମଦ ବିକ୍ରି ଉପରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ । ଚଳିତ ବର୍ଷ ୧୨ ହଜାର ୧୧୬ ଟି ସ୍ଥାନରେ ଚଢ଼ାଉ କରି ବେଆଇନ ମଦ କାରବାର ଉପରେ ରୋକ ଲଗାଇଛନ୍ତି ସରକାର । ସେହିଭଳି ବେଆଇନ ମଦ ବିକ୍ରିରେ ସମ୍ପୃକ୍ତ ଥିବା ୧୫ ହଜାର ୬୬୫ ଜଣଙ୍କୁ ଗିରଫ କରିଛନ୍ତି ରାଜ୍ୟ ସରକାର । ବାଲେଶ୍ବରରୁ ସର୍ବାଧିକ ୨ ହଜାର ୧୬୯ ଜଣ ଗିରଫ ହୋଇଛନ୍ତି । ବିଧାନସଭାରେ ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ପ୍ରଶ୍ନର ଉତ୍ତରରେ ଏବାବଦରେ ସ୍ପଷ୍ଟ କରିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଏହାଛଡା ଗଞ୍ଜାମ ଜିଲ୍ଲାର ଚିକିଟିରେ ୫ ଜଣ ବ୍ୟକ୍ତିଙ୍କର ବିଷାକ୍ତ ମଦ୍ୟପାନ ପାଇଁ ମୃତ ଘଟଣାରେ କାର୍ୟ୍ୟାନୁଷ୍ଠାନ ନିଆଯାଇଥିବା କହିଛନ୍ତି ଆଇନମନ୍ତ୍ରୀ । ମଦ ମୃତ୍ୟୁ ମାମଲାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଜଣେ ଅବକାରୀ ନିରୀକ୍ଷକ ଓ ଜଣେ ଅବକାରୀ ଉପ-ନିରୀକ୍ଷକଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ପୃଥ୍ବୀରାଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking