ଭୁବନେଶ୍ୱର:ଗତ କିଛି ଦିନ ହେବ ରାଜଧାନୀରେ ଆତଙ୍କ ରଚିଥିବା ଚୋର ସ୍ପାଇଡକୁ ନେଇ ଝାଡପଡା ଜେଲରେ ବଢିଛି ସୁରକ୍ଷା ବ୍ୟବସ୍ଥା । ସ୍ପାଇଡର ସତୀଶକୁ ନେଇ ଝାରପଡା ଜେଲ ଭିତରେ ଜେଲ କର୍ତ୍ତୁପକ୍ଷଙ୍କ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର ସତୀଶ ଓରଫ ସତୀଶ ରେଡ୍ଡୀ । ଯେଉଁଠି ୨୪ ଘଣ୍ଟିଆ CCTV ସର୍ଭିଲାନ୍ସ ସହ ସୁରକ୍ଷା କର୍ମୀ ପଇଁତରା ମାରୁଛନ୍ତି । ସବୁ ସମୟରେ ସ୍ପାଇଡର ସତୀଶ ଉପରେ ନଜର ରଖା ଯାଇଛି । କାରଣ ସ୍ପାଇଡରର ପୂର୍ବ ହିଷ୍ଟ୍ରି ହିଁ କିଛି ଏହିପରି । ଜେଲେ କାନ୍ଥ ଡେଇଁ ଖସିଯିବାର ସ୍ପାଇଡର ପାଇଁ କିଛି ବଡ କଥା ନୁହେଁ । ଜେଲ ସୁରକ୍ଷା ନେଇ ଝାରପଡା ଜେଲ ଅଧକ୍ଷକ ମନୋରଞ୍ଜନ ପ୍ରତିହାରୀ କହିଛନ୍ତି, ସ୍ପାଇଡରର ସବୁ କାର୍ୟ୍ୟକଳାପ ଉପରେ ପୋଲିସ ନଜର ରଖିଛି । ବର୍ତ୍ତମାନ ସୁଦ୍ଧା ଜେଲରେ କୌଣସି ଆକ୍ଟିଭିଟି ଦେଖିବାକୁ ମିଳିନି । ହାଇ ସିକ୍ୟୁରିଟି ୱାର୍ଡ ଭିତରେ ରହିଛି ସ୍ପାଇଡର୍ । ଲକର୍ ଭିତରେ ସ୍ପାଇଡରକୁ ରଖାଯାଇଛି ।