30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶହଟିଲା ପ୍ରତିବନ୍ଧକ, ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ

ହଟିଲା ପ୍ରତିବନ୍ଧକ, ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ

ନୂଆଦିଲ୍ଲୀ: ଆଜିଠୁ ପୂର୍ଣ୍ଣ କ୍ଷମତାରେ ଉଡିବ ଘରୋଇ ବିମାନ। ଦେଶରେ କରୋନା ସଂକ୍ରମଣ କମିଛି। ତେଣୁ ଶତ ପ୍ରତିଶତ କ୍ଷମତାରେ ବିମାନ ଉଡାଣ ପାଇଁ ନିଷ୍ପତ୍ତି ନେଇଛନ୍ତି ବେସାମରିକ ଘରୋଇ ବିମାନ ଚଳାଚଳ ମନ୍ତ୍ରାଳୟ। ଯାତ୍ରୀଙ୍କୁ କରୋନା କଟକଣା ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପ୍ଟେମ୍ବରରେ ୮୫ ପ୍ରତିଶତ ଯାତ୍ରୀରେ ବିମାନ ଉଡାଣ ପାଇଁ ଅନୁମତି ଦେଇଥିଲା କେନ୍ଦ୍ର। କୋଭିଡ୍‌ ଯୋଗୁଁ ଗତବର୍ଷ ମାର୍ଚ୍ଚ ମାସରୁ ଆନ୍ତର୍ଜାତିକ ଓ ଘରୋଇ ବିମାନ ଉଡାଣ ଉପରେ ଲାଗିଥିଲା କଟକଣା।

ତେବେ ବିମାନ ମଧ୍ୟରେ କୋଭିଡ୍ କଟକଣା କୁ କଡାକଡ଼ି ପାଳନ କରାଯିବ । ୨ଘଣ୍ଟାରୁ କମ୍ ସମୟର ବିମାନ ଯାତ୍ରା କ୍ଷେତ୍ରରେ ଖାଦ୍ୟପେୟର ବ୍ୟବସ୍ଥା କରାଯାଇପାରିବ ନାହିଁ । ସେହିପରି ବିମାନ ଯାତ୍ରା ଭଡ଼ା ସର୍ବନିମ୍ନ ଓ ସର୍ବାଧୂକ ମଧ୍ୟରେ କଟକଣା ରହିବ । ସୂଚନା ଯୋଗ୍ୟ ଗତ ବର୍ଷ ମେ ୨୫ ତାରିଖରୁ ଘରୋଇ ଉଡାଣକୁ ଅନୁମତି ମିଳିଥିଲେ ମଧ୍ୟ କଟକଣା ରହିଥିଲା, ପୂରା କ୍ୟାପାସିଟିରେ ଉଡୁ ନଥିଲା ବିମାନ। ଆଜିଠୁ ସମ୍ପୂର୍ଣ୍ଣ କ୍ଷମତାରେ ବିମାନ ଉଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking