30.1 C
Bhubaneswar
Monday, May 6, 2024
Homeଓଡିଶାଆସନ୍ତା ୧୭ରୁ ଆରମ୍ଭ ହେବ ଭିତରକନିକାରେ ଡଲଫିନ ଗଣନା

ଆସନ୍ତା ୧୭ରୁ ଆରମ୍ଭ ହେବ ଭିତରକନିକାରେ ଡଲଫିନ ଗଣନା

କେନ୍ଦ୍ରାପଡା  : ଭିତରକନିକା ଜାତୀୟ  ଉଦ୍ୟାନ ଅନ୍ତର୍ଗତ ବିଭିନ୍ନ ନଦୀ ମୁହାଣ ଓ ଲୁଣାପାଣି ଅଂଚଳରେ ବନ ବିଭାଗ ପକ୍ଷରୁ ଆସନ୍ତା ଜାନୁୟାରୀ ୧୭ରେ  ଡଲଫିନ ଗଣନା ଆରମ୍ଭ କରାଯିବ ବୋଲି  ରାଜନଗର ବନବିଭାଗ ପକ୍ଷରୁ  ସୂଚନା ମିଳିଛି । ଧାମରାଠାରୁ ଦେବୀନଦୀ ମୁହାଣ ଯାଏ ସମୁଦ୍ରମଧ୍ୟରେ ତଥା ଭିତରକନିକାରେ ଥିିବା କ୍ରିକ୍ ଓ ନଦୀରେ ଏହି ଗଣନା କରାଯିବ । ସାମୁଦ୍ରିକ ସ୍ତନ୍ୟପାୟୀ ଜୀବ  ଡଲଫିନର ଗଣନା କାର୍ଯ୍ୟରେ ୯ଟି ଟିମ୍ ଭାଗ ନେବେ ବୋଲି ଜଣାପଡିଛି । ବରୁଣେଇ ମୁହାଣ , ଜଟାଧରୀ ମୁହାଣ , ଦେବୀନଦୀ ମୁହାଣ,  ଧାମରା,  କଜଳପାଟିଆ,  ନଳିତା ପାଟିଆ,  ଖଳା, କାଳିଭଞ୍ଜଡିହା, ଜମ୍ବୁ , ଖରିନାସୀ ଓ  ହୁକିଟୋଲା  ନିକଟ  ନଦୀ ମୁହାଣ ଓ ଲୁଣିପାଣି ଅଞ୍ଚଳରେ  ଏହି ଗଣନ କାର୍ଯ୍ୟ କରାଯିବ ବୋଲି ସୂଚନା ମିଳିଛି ।  ପୂର୍ବରୁ କେବଳ ଚିଲିକାରେ ଡଲଫିନ ଗଣନା କାରଯାଉଥିଲା ।  ରାଜ୍ୟସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗର ନିଷ୍ଫତି କ୍ରମେ ଗତ ୫ବଷ ର୍ହେଲା ଭିତରକନିକା ଅଂଚଳରେ ମଧ୍ୟ ଏହି ଗଣନା କାରଯାଉଥିବା ଜଣାପଡିଛିିି ।  ଏହି ଗଣନା ଦ୍ୱାରା ବିଦେଶାଗତ ଇରୱାଡି  ଡଲଫିନର ପ୍ରଜାତି ସହ ଅନ୍ୟାନ୍ୟ ପ୍ରଜାତୀର ସଂଖ୍ୟା ସଂପର୍କରେ ତଥ୍ୟ ମିଳିପାରିବ ବୋଲି ଆଶା କରାଯାଉଛି ।

୨୦୧୫ରେ  ଡଲଫିନ ପରିସଂଖ୍ୟାନରୁ  ଭିତରକନିକାରେ ସନ୍ତୋଷଜନକ ସ୍ଥିତିରେ  ଡଲଫିନ୍ ରହିଥିବା ଜଣା ପଡିଥିଲା । ଏହି ସମୟରେ ମୋଟ  ୨୭୦ ଡଲଫିନ  ଥିବା ସମୟରେ , ୫୮ଟି ଇରୱାଡ ପ୍ରଜାତୀର ଡଲଫିନ ରହିଥିବା ସଂପର୍କରେ  ପ୍ରକାଶିତ ତଥ୍ୟରୁ ସୂଚନା ମିଳିଥିଲା ।  ସେହିପରି ଅନ୍ୟ ପ୍ରଜାତୀ ମଧ୍ୟରେ  ମୈାସା ଚିନେନ୍‌ସିସ   ଡଲଫିିନ ୧୨୩ଟି , ମୈାସା ପ୍ଲମ୍ବେରିଆ  ଡଲଫିନ ୫୦ଟି , ବଟଲ ନୋଜ ଡଲଫିନ  ୨୩ଟି , ପ୍ଲାନ୍ ଟୋପିକାଲ ପ୍ପଟେଡ୍ ଡଲଫିନନ ୧୫ଟି ଓ ଫିନଲେସ ପ୍ରଜୋନ ୧ଟି ଡଲଫିନ ରହିଥବା ଜଣାପଡିଥିଲା । ଅନ୍ୟପକ୍ଷରେ ୨୦୧୬ରେ  ପାଗ ଖରାପକୁ ନେଇ ସାମୁଦ୍ରିକ ଜୀବ ଡଲଫିନ ଗଣନାକୁ ଜଙ୍ଗଲ ବିଭାଗ ପକ୍ଷରୁ ଶେଷରେ ବାତିଲ କରାଯାଇଥିିଲା ।  କାରଣ ପାଗ ଖରାପକୁ ନେଇ ଡଲଫିନର  ଦେଖାମିଳିନଥିଲା । ତେବେ  ୨୦୧୭ ଡଲଫିନ ଗଣନାରୁ  ମୋଟ ୮୨ଟି ଡଲଫିନ ଥିବା ବେଳେ  ସେଥିରୁ ଇରୱାଡି ପ୍ରଜାତୀର  ୫୫ଟି ଥିବା ଜଣାପଡିଥିଲା । ୨୦୧୮ରେ  ୩୦୭, ୨୦୧୯ ରେ ୧୨୬ ଏବଂ ୨୦୨୦ରେ ୬୨ ଟି ଡଲଫିନ ଥିବା ଜଣାପଡିଛି ।

 ତେବେ ଚଳିବର୍ଷ   ଡଲଫିନ ଗଣନା କାର୍ଯ୍ୟ ଜାନୁୟାରୀ ୧୭ରେ  ଆଉଟର ହୁଇଲରରୁ ଚିଂଚିରି ମାଉଥ, ବରୁଣେଇରୁ ପାରାଦୀପ, ହଂସିଣା ବ୍ରିଜରୁ  ମାଇପୁରା ମାଉଥ,  ରାଜନଗର ହଂସୁଆନଦୀରୁ ଖୋଳା, , ଖୋଳାରୁ ଧମରା ମାଉଥ, ଭାୟା ନଳିତାପାଟିଆ, କାଳିଭଂଜଡିଆ , ଜମ୍ବୁ ଖରିନାସୀରୁ ହୁଡିଟୋଲା. ପାରାଦୀପରୁ ଜଟାଧରୀ ମୁହାଣ, ଓ ଦେବୀ ମୁହାଣରୁ ଜଟାଧରୀ ମୁହାଣ  ଯାଏ ଏହି ିଗଣନା କାର୍ଯ୍ୟ ହେବ ।  ଏହି ଡଲଫିିନ ଗଣନା କାର୍ଯ୍ୟରେ ସମୁଦାୟ ୯ଟି ଦଳ  ନିୟୋଜିତ ହେବେ ବୋଲି ବନ ବିଭାଗ ସୂଚନାରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking