40.1 C
Bhubaneswar
Wednesday, April 24, 2024
Homeଓଡିଶାବାଇକ୍ ଦୁର୍ଘଟଣାରରେ ଶଳା, ଭିଣୋଇଙ୍କ ମୃତ୍ୟୁ

ବାଇକ୍ ଦୁର୍ଘଟଣାରରେ ଶଳା, ଭିଣୋଇଙ୍କ ମୃତ୍ୟୁ

ଲାଞ୍ଜିଗଡ : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ସିକେରକୁପା ପାଣ୍ଡି ଅନ୍ତର୍ଗତ କିଡିଙ୍ଗ ଗ୍ରାମର ଭାସ୍କର ଶବରଙ୍କ ପୁଅ ଜଗବନ୍ଧୁ ଶବର(୨୦) ଓ ଜ୍ୱାଇଁ ଲକ୍ଷ୍ୟ ଶବର(୨୮)ଙ୍କ ବାଇକ୍ ଧକ୍କାରେ ମୃତ୍ୟୁ ଘଟିଛି।

ସୂଚନା ଅନୁଯାୟୀ,  ଲାଞ୍ଜିଗଡ ବ୍ଲକ ସିକେରକୁପା ପାଣ୍ଡି ଅନ୍ତର୍ଗତ କିଡିଙ୍ଗ ଗ୍ରାମର ଭାସ୍କର ଶବରଙ୍କ ଦୁଇ ଝିଅ ସେବତୀ ଶବର, ରେବତୀ ଶବର ଓ ଗୋଟିଏ ପୁଅ ଜଗବନ୍ଧୁ ଶବର। ସେବତୀକୁ ଆଜିକୁ ୬ ବର୍ଷ ହେଲା କେସିଙ୍ଗା ବ୍ଲକ ଜାମଜୋର ଗ୍ରାମର ଲକ୍ଷ୍ୟ ଶବରଙ୍କୁ ବିବାହ ଦେଇଥିଲେ। ସେହିପରି ୨୦୨୦ ଫେବୃଆରୀ ମାସରେ ରେବତୀକୁ ନର୍ଲା ବ୍ଲକ ଇନ୍ଦ୍ରମାଳ ଗ୍ରାମରେ ବିବାହ ଦେଇଥିଲେ। ସାନ ଝିଅ ରେବତୀ କିଛିଦିନ ହେଲା ନିଜ ବାପଘର କିଡିଙ୍ଗ ଗାଁକୁ ଆସିଥିଲା। ଜାତିପ୍ରଥା ଅନୁସାରେ ଭାସ୍କରଙ୍କ ସମସ୍ତ ବନ୍ଧୁବାନ୍ଧବ ଏକତ୍ରିତ ହୋଇ ଶୁକ୍ରବାର ସକାଳ ୧୦ ଘଣ୍ଟା ସମୟରେ ପ୍ରାୟ ୪୦ ଜଣ ଗୋଟିଏ ପିକଅପ୍ ଭ୍ୟାନ ଗାଡି ଭଡା କରି ଅନ୍ୟ ମାନେ ନିଜ ନିଜ ବାଇକ୍ ଧରି ରେବତୀକୁ ତାର ଶାଶୁ ଘର ଇନ୍ଦ୍ରମାଳ ଗାଁକୁ ଛାଡି ଯାଇଥିଲେ।

ସେଠାରେ ଭୋଜିଭାତ ଖାଇ ପୁଣି ଦିନ ୧ ଘଣ୍ଟା ସମୟରେ ଫେରିଥିଲେ। ନିଜ ଭଡା ଗାଡି ପିକଅପ୍ ଭ୍ୟାନର ପଛେ ପଛେ ଜଗବନ୍ଧୁ ଓ ଜୋଇଁ ଲକ୍ଷ୍ୟ ବାଇକ୍ ଧରି ଆସୁଥିଲେ।ଏହି ସମୟରେ ଦିନ ସାଢ଼େ ୪ ଘଣ୍ଟା ବେଳେ ନିଜ କିଡିଙ୍ଗ ଗାଁ ୧ କିଲୋମିଟର ପୂର୍ବରୁ ଲାଞ୍ଜିଗଡ ବ୍ଲକ ବଂଜାରୀ ଘାଟି ଉଠାଣିରେ ପିକଅପ୍ ଭ୍ୟାନକୁ ଅଭରଟେକ କରୁଥିବା ସମୟରେ ବାଇକ୍ ଟି ପିକଅପ୍ ଭ୍ୟାନରେ ଲାଗି ଭାରସାମ୍ୟ ହରାଇ ସାମ୍ନା ପଟୁ ଆସୁଥିବା ହାଇଡ୍ରା ଗାଡ଼ିରେ ପିଟିହୋଇ ଯାଇଥିଲେ।ଘଟଣା ସ୍ଥଳରେ ଜଗବନ୍ଧୁ ଓ ଲକ୍ଷ୍ୟ ଗୁରୁତର ଆହତ ହୋଇଥିଲେ। ଏହି ଖବର ପାଇ ସିକେରକୁପା ପୋଲିସ,ବ୍ଲକ ବିଜେଡି ଯୁବ ସଭାପତି ଡିଲେଶ ନାଗ, ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ, ଦେବାନନ୍ଦ ବଗର୍ତ୍ତି, ଗୁପ୍ତେଶ୍ଵର ଶବର ଘଟଣା ସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଭବାନୀପାଟଣା ମୁଖ୍ୟ ଡାକ୍ତରଖାନାରେ ନେଇ ଭର୍ତ୍ତି କରିଥିଲେ।ଡାକ୍ତର ଜଗବନ୍ଧୁଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।ଗୁରୁତର ଥିବା ଲକ୍ଷ୍ୟଙ୍କୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ବୁର୍ଲାକୁ ରେଫର କରୁଥିବା ସମୟରେ ମଧ୍ୟ ଲକ୍ଷ୍ୟଙ୍କ ମୃତ୍ୟୁ ଘଟିଥିଲା।ସିକେରକୁପା ଫାଣ୍ଡି ଅଧିକାରୀ ସୁବାଷ ଗୁରୁ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ କରିଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking