34.1 C
Bhubaneswar
Friday, March 29, 2024
Homeଓଡିଶାଚିଲିକାରେ ୧୫୬ ଡଲଫିନ୍‌

ଚିଲିକାରେ ୧୫୬ ଡଲଫିନ୍‌

ଭୁବନେଶ୍ୱର : ଏସିଆର ବୃହତ୍ତମ ହ୍ରଦ ଚିଲିକାର ‘ଜୈବ ବିବିଧତା’ ତଦାରଖ ପ୍ରକ୍ରିୟା ଆରମ୍ଭ ହୋଇଛି ।  ଏଥିପାଇଁ ଗଠିତ ୧୮ଟି ଉଚ୍ଚସ୍ତୀୟ ବୈଷୟିକ ଟିମ୍‌ରେ ଶହେ ବିଶେଷଜ୍ଞ ସାମିଲ ଅଛନ୍ତି ଏବଂ ସକାଳ ୬ରୁ ମଧ୍ୟାହ୍ନ ୧୨ଟା ଯାଏ ହ୍ରଦର ବିଭିିନ୍ନ କ୍ଷେତ୍ରକୁ ସେମାନେ ପରିଦର୍ଶନ କରି ତଥ୍ୟ ସଂଗ୍ରହ କରୁଛନ୍ତି । ପ୍ରାରମ୍ଭିକ ଗଣନାରୁ ବିରଳ ଇରାୱାଡ଼ି ଡଲଫିନ୍‌ଙ୍କ ସଂଖ୍ୟା ବଢ଼ି ୧୫୬ରେ ପହଞ୍ଚିଛି ।
ଶୁକ୍ରବାର ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ,  ବିରଳ ଇରାୱାଡ଼ି ଡଲଫିନ୍‌ଙ୍କ ସଂଖ୍ୟା ବଢ଼ିଛି । ୨୦୧୩ରେ ଡଲଫିନ୍‌ଙ୍କ ସଂଖ୍ୟା ୧୫୨ ଥିଲାବେଳେ ୨୦୧୪ରେ ୧୫୮, ୨୦୧୫ରେ ୧୬୦, ୨୦୧୬ରେ ୧୪୫, ୨୦୧୭ରେ ୧୨୧, ୨୦୧୮ରେ ୧୫୫, ୨୦୧୯ରେ ୧୫୦ ଓ ୨୦୨୦ରେ ୧୫୬ ଡଲ୍‌ଫିନ ସଂଖ୍ୟା ହୋଇଛି ।

ସେହିପରି ଚିଲିକାର ନଳବଣ ଓ ଅନ୍ୟକିଛି ସ୍ଥାନକୁ ବର୍ତ୍ତମାନ ସୁଦ୍ଧା ୧୨ଲକ୍ଷ ୪୨ ହଜାର ବିଦେଶାଗତ ପକ୍ଷୀ ଆସିଛନ୍ତି । ଚଳିତ ବର୍ଷ କେନ୍ଦ୍ରୀୟ ଓ ଦକ୍ଷିଣ ଚିଲିକାରେ ଅଧିକ ପକ୍ଷୀ ସମାଗମ ହୋଇଥିବା ସର୍ଭେରୁ ଜଣାପଡ଼ିଛି । ପୂର୍ବବର୍ଷ ତୁଳନାରେ ପକ୍ଷୀ ଆଗମନ କାହିଁକି ବଢ଼ିଲା ତାହା ଉପରେ ବିଶେଷଜ୍ଞ ଦଳ ତର୍ଜମା କରିଛନ୍ତି । ସେହିପରି  ଚିଲିକାର ମୁଖ୍ୟ ଆକର୍ଷଣ ବିରଳ ଇରାୱାଡ଼ି ଡଲ୍‌ଫିନ ଉପରେ ବିସ୍ତୃତ ତଥ୍ୟ ସଂଗ୍ରହ କରାଯାଉଛି । ଅନ୍ୟପକ୍ଷରେ ଚିଲିକାରେ କିଛି ଘାସ ଜାତୀୟ ଗୁଳ୍ମ ସଂଖ୍ୟା ବଢ଼ିଥିବା ସର୍ଭେବେଳେ ଜଣାପଡ଼ିଛି ବୋଲି ସିଡିଏ ସ୍ପଷ୍ଟକରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking