29.1 C
Bhubaneswar
Sunday, May 5, 2024
Homeଜୀବନଶୈଳୀଶୋଇବା ସମୟରେ ଜମାବି କରନ୍ତୁ ନାହିଁ ଏହି ୪ଟି ଭୁଲ....

ଶୋଇବା ସମୟରେ ଜମାବି କରନ୍ତୁ ନାହିଁ ଏହି ୪ଟି ଭୁଲ….

ଜୀବନ ଶୈଳୀ —
ବନ୍ଧୁଗଣ ନିଦ ଆମ ଜୀବନର ସବୁଠୁ ଭଲ ଅଭ୍ୟାସ ଅଟେ ଯାହାବିନା ଆମେ ବଞ୍ଚି ପାରିବା ନାହିଁ । ନିଦ ଆମ ଶରୀରକୁ ରିକଭର କରିଥାଏ ଓ ଚାର୍ଜ କରିଥାଏ ଓ ଆମର ଥକାପଣକୁ ବି ଦୂର କରିଥାଏ । ସେଥିପାଇଁ ନିଦର ବହୁତ ଆବଶ୍ୟକ । ଆପଣଙ୍କୁ କହିବାକୁ ଚାହୁଞ୍ଚୁ ନିଦ ଯେତିକି ଆରାମ ଦିଏ ସେତିକି କ୍ଷତି ମଧ୍ୟ କରିଥାଏ । ଯଦି ଆପଣ ଭଲ ନିଦରେ ବା ଆରାମରେ ଶୋଉଛନ୍ତି ଆପଣଙ୍କୁ ବହୁତ ଫାଇଦା ହୋଇପାରେ । ଯଦି ଆପଣ ଅଧା ଓ ଭୁଲ ତରିକାରେ ଶୋଉଛନ୍ତି ତ ଇଏ ଆପଣଙ୍କୁ କ୍ଷତିବି ପହଞ୍ଚାଇ ପାରେ ।

ଏହାର ଗୋଟେ ଉଦାହରଣ ଦେଉଛୁ ଯଦି କେବେ ଆପଣ ଶୋଇକି ଉଠୁଛନ୍ତି ଆପଣଙ୍କର ମୁଣ୍ଡ ବିନ୍ଧା ଓ ଦେହ ଦରଜ ଲାଗୁଛି, କେବେ କେବେ ଶୋଇବା ପରେ ମଧ୍ୟ ଥକା ଅନୁଭବ କରୁଛନ୍ତି । ଏହା ସବୁ ଏଥିପାଇଁ ହେଉଛି କି ଆପଣ ଭୁଲ ତରିକାରେ ଶୋଉଛନ୍ତି । ଭୁଲ ଢଙ୍ଗରେ ଶୋଇଲେ ପୁରା ଦିନ ଖରାପ ହୋଇଯାଏ । ଠିକ ଢଙ୍ଗରେ ଶୋଇଲେ ପୁରା ଦିନର ଥକାପଣ ଦୂର କରିଥାଏ । କେବେ କେବେ ଅଜାଣତରେ ଆମେ ଭୁଲ ଢଙ୍ଗରେ ଶୋଇଥାଉ ଓ ତାପରେ ଅସୁସ୍ଥ ହୋଇପଡୁ ।

ଆମକୁ ଅତିକମରେ ୬ ରୁ ୮ ଘଣ୍ଟା ଶୋଇବା ଉଚିତ କେବଳ ରାତିରେ । ରାତି ନିଦରୁ ଆମକୁ ବହୁତ ଲାଭ ମିଳିଥାଏ । ଯେତେ ଶୀଘ୍ର ଶୋଇ ସେତେ ଶୀଘ୍ର ଉଠିଲେ ଆପଣଙ୍କୁ ବହୁତ ଫାଇଦା ହେବ । ମାନେ ରାତିରେ ଡେରିରେ ଶୋଇଲେ କିଛି ଲାଭ ହେବନି, ଓଲଟା କ୍ଷତି ହିଁ ହୋଇଥାଏ । ୧୦ଟା କି ୧୧ ଟା ଭିତରେ ଶୋଇ ଜଲ୍ଦି ଉଠନ୍ତୁ । ଏଥିରେ ଆପଣ ଦିନଭରି ତାଜା ଓ ବହୁତ ଭଲ ଅନୁଭବ କରିବେ । ଶୋଇବା ପୂର୍ବରୁ ହାଲୁକା କପଡା ପିନ୍ଧି ସୁଅନ୍ତୁ । ଏବେ ଶୋଇବାର କିଛି ଭୁଲ ଢଙ୍ଗ ବିଷୟରେ ଆଲୋଚନା କରିବା ।

ପେଟମାଡି ଶୋଇବା :-👇
ବହୁତ ଲୋକଙ୍କୁ ପେଟ ମାଡି ଶୋଇବା ବହୁତ ଭଲ ଲାଗେ । କିନ୍ତୁ କହିବାକୁ ଯାଉଛୁ ଏମିତି ଶୋଇବା ଦ୍ଵାରା ହୃଦୟ ଓ ଲିଭର ଦବି ଯାଏ । ଯେମିତିକି ସେ ଭଲରେ କାମ କରିପାରେ ନାହିଁ ଓ ରକ୍ତ ସଂଚାଳନ ଠିକସେ ହୁଏନାହିଁ ଓ ଭୋଜନ ବି ଠିକ ସେ ହଜମ ହୁଏ ନାହିଁ । ଯାହାପାଇଁ ଆପଣ ଅସୁସ୍ଥ ଅନୁଭବ କରନ୍ତି ।

ଡାହାଣପଟ ମାଡି ଶୋଇବା :-👇
ଡାହାଣ ପଟ ମାଡି ଶୋଇବା ବି ବହୁତ ଖରାପ ଢଙ୍ଗ ଅଟେ । କାରଣ ଯେତେବେଳେ ଆମେ ରାତିରେ ଖାଇକି ଶୋଇପଡୁ ସେତେବେଳେ ଆମ ପାଚନ ତନ୍ତ୍ର ଖାଦ୍ୟକୁ ହଜମ କରିବାର କ୍ରିୟାକୁ ଜାରି ରଖିଥାଏ । ଆପଣ ଜାଣିଥିବେ ଆମର ପାଚନ ତନ୍ତ୍ର ପେଟର ବାଁ ପାଖରେ ଥାଏ  ନାଁ କି ଡାହାଣ ପାଖରେ , ଯେବେ ଆପଣ ଡାହାଣ ପାଟ ମାଡି ଶୋଇଥାନ୍ତି ତସବୁ ଖାଦ୍ୟ ଡାହାଣ ପାଖକୁ ଓହଳି ପଡେ ଯାହାଦ୍ୱାରା ଖାଦ୍ୟ ଭଲରେ ହଜମ ହୋଇପାରେ ନାହିଁ । ସେଥିପାଇଁ ସବୁବେଳେ ବାଁ ପାଟରେ ଶୋଇବା ଆବଶ୍ୟକ । ଯାହାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇଯିବ ଓ ଆପଣ ହାଲୁକା ଅନୁଭବ କରିବେ ।

ଗୋଡ ଜାକିକି ଶୋଇବା :-👇
ବହୁତ ଲୋକ ଗୋଡ ଜାକିକି ଶୋଇବାକୁ ପସନ୍ଦ କରନ୍ତି । ଯେବେ ଆପଣ ଗୋଡ ଜାକିକି ଶୁଅନ୍ତି ସେବେ ଗୋଡରେ ଘର୍ଷଣ ହୋଇଥାଏ । ଯାହାଦ୍ୱାରା ଗୋଡର ସମସ୍ୟା ଉପୁଜିପାରେ, ସେଥି ପାଇଁ ଗୋଡ ଜାକିକି ଶୋଇବା ଅନୁଚିତ । ଯଦି ଆପଣଙ୍କୁ ଗୋଡ ଜାକିକି ଶୋଇବା ପାଇଁ ଚହୁଁଛନ୍ତି ଗୋଡର ମଝିରେ ତକିଆ ଦେଇ ଶୁଅନ୍ତୁ । ଏଥିରେ ଅସୁବିଧା ହେବନି ।

ସିଧା ଶୋଇବା :-👇
ସିଧା ଶୋଇବା ଭଲ କଥା ଅଟେ କିନ୍ତୁ ଏଥିରେ ମେରୁଦଣ୍ଡ ସିଧା ଓ ସୁସ୍ଥ ରହିଥାଏ । ଯେବେ ଆପଣ ତକିଆ ଲଗେଇ ସିଧା ଶୁଅନ୍ତି ଏହାଦ୍ଵାରା ମେରୁଦଣ୍ଡ ବଙ୍କା ହୋଇଯାଏ । ସେଥିପାଇଁ କେବେ ବି ତକିଆ ଲଗେଇ ସିଧା ଶୁଅନ୍ତୁ ନାହିଁ । ଯଦି ତକିଆ ଦେଇ ଶୋଇବାକୁ ଚାହୁଞ୍ଚନ୍ତି ତ ଗୋଟେ ପାଖ ଦେଇ ଶୁଅନ୍ତୁ ।

ଆଶାକରୁଛି ମୁଁ ପଠେଇଥିବା ଏହି ଟିପ୍ସଟି ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking