ଯାଜପୁର : ଦୀପାବଳୀରେ ବାଣ ନୁହେଁ ହସ ଫୁଟାଇବା । ଏଭଳି ମହତ ଲକ୍ଷ୍ୟ ନେଇ ଯାଜପୁର କଳିଙ୍ଗନଗର ସ୍ଥିତ ଅନ୍ନପୂର୍ଣ୍ଣା ଚାଇଲ୍ଡ କେୟାର ହୋମରେ ଦୀପାବଳୀ ପାଳନ କରିଛି ସମାଜର ଦର୍ପଣ ହେଲ୍ପ ଗ୍ରୁପ୍ ନାମକ ସ୍ବେଚ୍ଛାସେବୀ ସଙ୍ଗଠନ। ସଂଗଠନର କର୍ମକର୍ତ୍ତାମାନେ ଚାଇଲ୍ଡ କେୟାର ହୋମରେ ପହଞ୍ଚି ଅନାଥ ଶିଶୁ ମାନଙ୍କ ସହ ଦୀପାବଳୀ ପାଳନ କରିଛନ୍ତି। ସଂଗଠନ ପକ୍ଷରୁ ପିଲାମାନଙ୍କୁ ପୋଷାକ, ବହି ଖାତା କଲମ, ଶୁଖିଲା ଖାଦ୍ୟ ଓ ସୁସ୍ବାଦୁ ରନ୍ଧା ଖାଦ୍ୟ ଦିଆଯାଇଛି। ଶିଶୁମାନଙ୍କୁ ନେଇ ରଙ୍ଗୋଲି କରାଯାଇଥିଲା। ତେବେ ଚାଇଲ୍ଡ କେୟାର ହୋମରେ ରହୁଥିବା ଅନାଥ ଶିଶୁ ମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଏଭଳି ପ୍ରୟାସ କରାଇଥିଲେ ଅନ୍ନପୂର୍ଣ୍ଣା କନ୍ୟା ଆଶ୍ରମର ଅଧ୍ୟକ୍ଷା ପଙ୍କଜିନି ସାହୁ ସମାଜ ଦର୍ପଣ ସଂଗଠନର କର୍ମକର୍ତ୍ତା କୁଳମଣି ଭୂତିଆ ବୋଲି କହିଛନ୍ତି।