28.1 C
Bhubaneswar
Friday, March 29, 2024
Homeଓଡିଶାମହାମାରୀ କରୋନାର ବିନାଶ ନିମନ୍ତେ ସମୂହ ଦୀପଦାନ

ମହାମାରୀ କରୋନାର ବିନାଶ ନିମନ୍ତେ ସମୂହ ଦୀପଦାନ

ଯାଜପୁର : ସମ୍ପ୍ରତି ମହାମାରୀ କରୋନାର କରାଳ ଗ୍ରାସ ଭିତରେ ସମଗ୍ର ବିଶ୍ୱ କବଳିତ ଥିବାବେଳେ, ଏହି କରୋନାର ବିନାଶ ଏବଂ କରୋନା ରୋଗରେ ମୃତ୍ୟୁ ବରଣ କରିଥିବା ଅମର ଆତ୍ମା ଓ ଦେଶର ସୁରକ୍ଷା ନିମନ୍ତେ ସହିଦ ମାନଙ୍କର ଆତ୍ମାର ମୋକ୍ଷ ତଥା ଅତୃପ୍ତ ଆତ୍ମାର ତୃପ୍ତି ଓ ବିଶ୍ୱର କଲ୍ୟାଣ ନିମନ୍ତେ ଯାଜପୁର ଜିଲ୍ଲାର ବାବଲପୁରଠାରେ ଗଢ଼ି ଉଠିଥିବା ଦେଶର ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ଓ ଫାଉଣ୍ଡେସନଦ୍ୱାରା ପରିଚାଳିତ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପକ୍ଷରୁ ଆଜି ମହାମାରୀ କରୋନା ସଚେତନତା ଓ ରିଲିଫ ବଣ୍ଟନର ୨୩୭ତମ ଦିବସରେ ସମୂହ ଦୀପଦାନ,ନିରବ ପ୍ରାର୍ଥନା ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଚିନ୍ମୟ ଦାଶ, ଡ୍ୟାନ୍ସ ଗ୍ରୁପର ନିର୍ଦ୍ଦେଶକ ମାଷ୍ଟର ମିହିର କୁମାର, କଳାକାର ଶଶୀକାନ୍ତ ପଣ୍ଡା,ଅଭିନେତ୍ରୀ ଯାଜ୍ଞସେନୀ ଜେନାଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking