26.1 C
Bhubaneswar
Wednesday, May 8, 2024
Homeଓଡିଶାଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ

ଯାଜପୁର: ଯାଜପୁର ସଦରମହାକୁମାସ୍ଥିତ ତୁଳସୀ ରିସୋର୍ଟ ସମ୍ମିଳନୀ କକ୍ଷରେ ଯାଜପୁର ଜିଲ୍ଲା ସାମ୍ବାଦିକ ୟୁନିୟନର ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ଜିଲ୍ଲା ସଭାପତି ସମରଜିତ ମହାନ୍ତିଙ୍କ ସଭାପତିତ୍ୱରେ ଓଡ଼ିଶା ସାମ୍ବାଦିକ ୟୁନିୟନ ସହ ଅନୁବନ୍ଧିତ ଏହି ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଅଧିବେଶନରେ ଓୟୁଜେର ରାଜ୍ୟ ସଭାପତି ପ୍ରଶନ ମହାନ୍ତି ଯୋଗ ଦେଇ ସାମ୍ବାଦିକ ମାନଙ୍କ ସମସ୍ୟା ଓ ଆଗାମୀ ଦିନରେ ସାମ୍ବାଦିକଙ୍କ ଭୂମିକା କିପରି ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଉପସଭାପତି କିଶାନ ରାଉତ, ଜାତୀୟ କାର‌୍ୟ୍ୟକାରିଣୀ ସଭ୍ୟ ସଦାଶିବ ସରାଫ, ଟ୍ରିବ୍ୟୁନାଲ ଅଧ୍ୟକ୍ଷ ରାଜୀବ ମହାନ୍ତି, ଜିଲ୍ଲା ସମ୍ପାଦକ ରଞ୍ଜିତ ରାଉତ, ଅଭୟ ପତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ସ୍ୱତନ୍ତ୍ର ଅଧିବେଶନରେ ଯାଜପୁର ଥାନା ଭାରପ୍ରାପ୍ତ ଅଧିକାରୀ ମାନସ ରଂଜନ ଚକ୍ରଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking