38.1 C
Bhubaneswar
Friday, April 26, 2024
Homeଓଡିଶାମହିଳା କଂଗ୍ରେସ ତରଫରୁ ବ୍ୟାସନଗର ରେ ମାସ୍କ ଓ ସାନିଟାଇଜ଼ର ବଣ୍ଟନ

ମହିଳା କଂଗ୍ରେସ ତରଫରୁ ବ୍ୟାସନଗର ରେ ମାସ୍କ ଓ ସାନିଟାଇଜ଼ର ବଣ୍ଟନ

 ଯାଜପୁର : କରୋନା ମହାମାରୀ ରେ ସାରା ବିଶ୍ୱ ଅସ୍ତବ୍ୟସ୍ତ ହୋଇ ପଡି ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ନିର୍ଦେଶ ନାମା ଅନୁଯାଇ ପ୍ରତେକ ନାଗରିକ ମାସ୍କ ଓ ସାନିଟାଇଜ଼ର ବ୍ୟବହାର କରିବା ବାଧ୍ୟତାମୂଳକ ହେବା ବେଳେ ବହୁ ଗରିବ  ଖଟିଖିଆ ଓ ଦିନ ମଜୁରିଆ ଏହି ନିର୍ଦେଶନାମାକୁ କଡାକଡି ଭାବେ ପାଲନ କରିବା ପାଇଁ ସକ୍ଷମ ହୋଇପାରୁନାହାନ୍ତି !ଏହି ପରିପ୍ରେକ୍ଷି ରେ ବ୍ୟାସନଗର ମହିଳା କଂଗ୍ରେସ ଓ ପ୍ରଗତି ମହିଳା ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବସ୍ତି ଅଂଚଳ ରେ ଏହି ଗରିବ ଜନସାଧାରଣ ଙ୍କୁ covid-19 କବଳରୁ ଦୂରରେ ରଖିବା ପାଇଁ ନିଜ ଖର୍ଚ୍ଚ ରେ ମାସ୍କ ପ୍ରସ୍ତୁତ କରିବା ସହ ସାନିଟାଇଜ଼ାର ପ୍ରସ୍ତୁତ କରିବା ସହ ସାନିଟାଇଜ଼ାର ମଧ୍ୟ୍ ବଣ୍ଟନ କରିଛନ୍ତି !କଳିଙ୍ଗ ନଗର ଅତିରିକ୍ତ ଜିଲ୍ଲା ପାଳ ଠାରୁ ସୁପାରିଶ  ପ୍ରାପ୍ତ ହୋଇ ଯାଜପୁର ରୋଡ ଥାନା ଅଧିକାରୀ ଙ୍କ ନିକଟରୁ ଅନୁମତି ନେଇ ସ୍ଥାନୀୟ କୁଷ୍ଠାଶ୍ରମ କଲୋନୀ ଓ ଜଗନ୍ନାଥ ବସ୍ତି ରେ ଦୁଇ ଟି ପର୍ଯୟ ରେ ପ୍ରୟ 500 ମାସ୍କ ଓ 200 ରୁ ଉର୍ଦ୍ଧ ସାନିଟାଇଜ଼ାର  ବଣ୍ଟନ କରିଛନ୍ତି !ଆହୁରି ମଧ୍ୟ ଆଗକୁ ଲକ ଡାଉନ ଅବଧି 17 ତାରିଖ ପର୍ଯ୍ୟନ୍ତ ବଳବତ  ରହିବାରୁ ଆସନ୍ତା 14 ତାରିଖ ରେ ମଧ୍ୟ ଅନ୍ୟାନ୍ୟ ବସ୍ତି ଆଂଚଳ ରେ ମାସ୍କ ଓ ସାନିଟାଇଜ଼ାର ବଣ୍ଟନ କରିବା କୁ ଓଡିଶା ପ୍ରଦେଶ ମିହିଳା କଂଗ୍ରେସ ର ଉପ ସଭା ନେତ୍ରୀ ତଥା ପ୍ରଗତି ମହିଳା ସ୍ୱେଚ୍ଛାସେବୀ ସଂଗଠନ ର ଉପଦେଷ୍ଟା ଆରତୀ ସ୍ୱାଇଁ ଓ ଅନୁଷ୍ଠିତ ର ସମ୍ପାଦିକା ଓ ବ୍ୟାସନଗର ପୌରପାଳିକା କଂଗ୍ରେସ ର ପୂର୍ବତନ  ସଭାନେତ୍ରୀ ପ୍ରମିଳା ସାହୁ ଏବଂ ଜିଲ୍ଲା କଂଗ୍ରେସ ର ସାଧାରଣ  ସମ୍ପାଦକ ତଥା ସମାଜ ସେବି ହୂରସିକେଶ ପତି ଓ ପୂର୍ବତନ କାଉନସିଲର ପଦ୍ମଲାଭ ସ୍ୱାଇଁ ସୂଚନା ପ୍ରଦାନ କରିଛନ୍ତି !ଏହି ମାସ୍କ ସାନିଟାଇଜ଼ାର ବଣ୍ଟନ ବେଳେ କୋପଣ୍ଡ ଲେପରସି  କଲୋନୀ ଓ ଚୂନ ଭାଟି ର ସହ ସହ ମିହିଳା, ଶିଶୁ, ପୁରୁଷ ଓ ବୃଦ୍ଧା ଆନଦ ମନ ରେ ଏହା କୁ ନେଇ ପିନ୍ଧି ଥିଲେ ଓ ସେମାନେ କରୋନା ମହାମାରୀ କୁ ଆମ ଅଂଚଳ କୁ ପଶିବାକୁ ଦେବୁ ନାହିଁ ବୋଲି ଦୃଢ ଭାବେ ଶପଥ ନେଇ କହି ଥିଲେ !

ଅଟୋଚାଳକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀର କିଟ ବଣ୍ଟନ

ଯାଜପୁର : ବରୀ ବିଧାୟିକା ସୁନନ୍ଦା ଦାସ ବରୀ ନିର୍ବାଚନ ମଣ୍ଡଳୀ ର  ୫ ଶହ  ଅଟୋଚାଳକ ମାନଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀର କିଟ ବଣ୍ଟନ କରିଛନ୍ତି |,ସୁଜନପୁର ,ବାଲିଆ ,ଅଜାନ, ରତ୍ନଗିରି ,ଅଙ୍ଗା ଲ, ମଧୁସୂଦନପୁର, ରସୁଲପୁର ଆଦି ଅଞ୍ଚଳରେ ବଣ୍ଟନ କରାଯାଇଛି ,ଏଥିରେ ଦେବେନ୍ଦ୍ର ଦାସ ,ଅଶୋକ ସମାଲ ,ଗଣେଶ ମହାକୁଡ଼ ,ପ୍ରଦୀପ ଦାସ ,ଗିରିଶ ସମାଲ ,ପ୍ରମୋଦ ସମାଲ, କେଦାର ସମାଲ, ପ୍ରମୁଖ ବିଜେଡି ନେତା ମାନେ ସହଯୋଗ କରିଥିଲେ !
ରିପୋର୍ଟ ଅଭିମନ୍ୟୁ ମିଶ୍ର ONA
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking