30.1 C
Bhubaneswar
Monday, May 6, 2024
Homeଓଡିଶାଅଭିଯୋଗ ପରେ ମଧ୍ୟ ତାର ସଜଡା ଯାଉନି

ଅଭିଯୋଗ ପରେ ମଧ୍ୟ ତାର ସଜଡା ଯାଉନି

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚାଉଳିଆ ଖମାର ଗ୍ରାମରେ ବିଦ୍ୟୁତ ବିତରଣ କମ୍ପାନୀର କର୍ମଚାରୀମାନଙ୍କ ମନମୁଖୀ କାର୍ଯ୍ୟକୁ ନେଇ ବିଦ୍ୟୁତ ତାର ଛିଣ୍ଡିବାକୁ ବସିଲାଣି । ଯାହା ଦ୍ୱାରା କି ଗ୍ରାମବାସୀମାନେ ବିପଦର ସହିତ ଯିବା ଆସିବା କରିବାକୁ ପଡୁଛି । ଏହି ତାରଟି ଭୂମି ଠାରୁ ମାତ୍ର କେଇଫୁଟ ଉଚରେ ରହିଛି । ଏନେଇ ବିଦ୍ୟୁତ୍ ବିଭାଗ ଅଧିକାରୀଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଖମାର ଗ୍ରାମର ସର୍ବେଶ୍ୱର ମହାଳିକ ଘର ସମୁଖରେ ଯାଇଥିବା ବିଦ୍ୟୁତ୍ ତାର ଓହଳି ଛିଣ୍ଡିବାକୁ ଲାଗିଲାଣି । ମାତ୍ର ବିଦ୍ୟୁତ୍ କର୍ମଚାରୀମାନଙ୍କ ମନମୁଖୀ କାଯ୍ୟକୁ ନେଇ ଏହି ତାର ଦିନେ ଦିନେ ଛିଣ୍ଡି ଧନ ଜୀବନ ହାନି ହେବାର ଆଶଙ୍କା ନେଇ ଡିଭିଜନ ଅଫିସରେ ଜଣାଥିଲେ । ମାତ୍ର ସେ ମରାମତି ପାଇଁ ସ୍ଥାନୀୟ ଅଞ୍ଚଳର କର୍ମଚାରୀଙ୍କ ପରାମର୍ଶ ଦେଇଥିଲେ ମଧ୍ୟ ସେ ମରାମତି କରିବା ତ ଦୂରର କଥା କାହା କଥା ଶୁଣୁ ନାହାନ୍ତି । ଏନେଇ ବାରମ୍ବାର ଅଧିକାରୀଙ୍କ ଜଣାଇଲେ ମଧ୍ୟ କୌଣସି ମରାମତି ନହେବା ନେଇ ସ୍ଥାନୀୟ ଲୋକେ ଚିନ୍ତାରେ । ଏହି ରାସ୍ତା ଦେଇ ନୀତି ଦିନ ବହୁ ଲୋକ କାମ ଧନ୍ଦା କରିବା ପାଇଁ ଯାଇଥାନ୍ତି । ଛୋଟ ଛୋଟ କୁନି ପିଲା ମାନେ ମଧ୍ୟ ସ୍କୁଲକୁ ପାଠ ପଢିବାକୁ ଯାଇଥାନ୍ତି । କେତେବେଳେ କିଏ ଯେ ଏହି ତାର ଛିଣ୍ଡି ମୁଣ୍ଡ ଉପରେ ପଡିବ ତାହା ଇଶ୍ୱରଙ୍କୁ ଜଣା । ଏପରି ସ୍ଥଳେ ପିଲାମାନେ ବିପଦକୁ ମୁଣ୍ଡ ଉପରେ ଧରି ଯାତାୟତ କରିଥା’ନ୍ତି । ଏହି ତାରର ତୁରନ୍ତ ମରାମତି କରିବା ସହିତ ଏଠାରେ ଗୋଟିଏ ନୁତନ ଲାଇନ ଖୁଣ୍ଟ ସ୍ଥାପନ କରିବା ନେଇ ଗ୍ରାମବାସୀ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking