29.1 C
Bhubaneswar
Monday, May 6, 2024
Homeଓଡିଶାସତ୍ୟ ଓ ନିର୍ଭିକ ସମ୍ବାଦ ପ୍ରଦାନ କରିବା ସାମ୍ବାଦିକଙ୍କ ଧର୍ମ

ସତ୍ୟ ଓ ନିର୍ଭିକ ସମ୍ବାଦ ପ୍ରଦାନ କରିବା ସାମ୍ବାଦିକଙ୍କ ଧର୍ମ

ଢେଙ୍କାନାଳ : ରାଜ୍ୟର ସର୍ବ ପୁରାତନ ଉତ୍କଳ ସାମ୍ବାଦିକ ସଂଘ ସହ ବନ୍ଦିତ ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ସାଧାରଣ ଅଧିବେଶନ ଓ ବାର୍ଷିକ ଉତ୍ସବ ଜିଲ୍ଲାପାଳ ଶ୍ରୀଯୁକ୍ତ ଭୁମେଶ ଚନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗ୍ରାମାଞ୍ଚଳ ତଥା ସହରାଞ୍ଚଳ ଉନ୍ନତି ନିମନ୍ତେ ସାମ୍ବାଦିକମାନେ ନିର୍ଭିକତାର ସହିତ ପ୍ରଶାସନ ନିକଟରେ ବାର୍ତା ଯୋଗାଇଥାନ୍ତି । ଏହି ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ସହ ସାମ୍ବାଦିକମାନେ ସମାଜର ଚତୁର୍ଥ ସ୍ତମ୍ବ ବୋଲି କହିଛନ୍ତି । ଜିଲ୍ଲାର କୋଣାନୁକୋଣରେ ଥିବା ସାମ୍ବାଦିକ ମାନଙ୍କର ସମ୍ବାଦ ସଂଗ୍ରହରେ ଉପୁଜୁଥିବା ଅସୁବିଧାର ସମାଧାନ ନିମନ୍ତେ ଦୃଷ୍ଟି ଦେବେ ବୋଲି ସେ କହିଛନ୍ତି । ଜିଲ୍ଲାର ବିଭିନ୍ନ ଉନ୍ନୟନ ମୁଳକ ବିକାଶରେ ସାମ୍ବାଦିକ ମାନଙ୍କର ସହଯୋଗ କାମନା କରିଥିଲେ ।

ଉକ୍ତ ଅଧିବେଶନରେ ଓଡିଶାର ସର୍ବପୁରାତନ ସାମ୍ବାଦିକ ସଂଘ ତଥା ଉତ୍କଳ ସମ୍ବାଦିକ ସଂଘର ରାଜ୍ୟ ସଭାପତି ଶ୍ରୀଯୁକ୍ତ ବିଭୁତି ଭୁଷଣ କର ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକ ମାନେ କେଉଁ କେଉଁ ସମସ୍ୟାର ସମୁଖିନ ହେଉଛନ୍ତି ସେ ବିଷୟରେ ଜିଲ୍ଲା ପ୍ରଶାସନ ନିକଟରେ ଦୃଷ୍ଟି ଗୋଚର କରିଥିଲେ । କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ତତ୍କାଳିନ ଚିକିତ୍ସା ନିମନ୍ତେ ଥିବା ସହାୟତା ରାଶିକୁ ବୃଦ୍ଧି କରିବା ନିମନ୍ତେ ରାଜ୍ୟ ସରକାରଙ୍କ ନିକଟରେ ଦାବୀ ରଖିବାକୁ ସଂଘ ତରଫରୁ ଦାବୀ କରାଯାଇଛି । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଢେଙ୍କାନାଳ ଜିଲ୍ଲା ସାମ୍ବାଦିକ ସଂଘର ନୁତନ ଭାବେ ସଭାପତି ଶ୍ରୀଯୁକ୍ତ କୃଷ୍ଣ କୁମାର ମିଶ୍ରଙ୍କ ନାମ ଘୋଷଣା କରିବା ସହି ସମ୍ବାନିତ କରିଥିଲେ ।

ଏହି ବୈଠକରେ ସମ୍ମାନୀତ ଅତିଭାବେ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ଗୋଗିନେନୀ, ଜିଲ୍ଲା ପ୍ରକ୍ଲପ ନିର୍ଦେଶକ ଶ୍ରୀଯୁକ୍ତ ନରୋତମ ବେହେରା, ଜିଲ୍ଲା ସୁଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସିତାଂଶୁ କୁମାର ଦାସ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ କେ. ଶିବା ସୁବ୍ରମଣି ପ୍ରମୁଖ ଯୋଗଦାନ କରିବା ସହିତ ସାମ୍ବାଦିକ ମାନଙ୍କର ନିର୍ଭୀକ ସମ୍ବାଦ ପ୍ରଦାନ ଦିଗରେ ଗୁରୁତ୍ୱ ଦେବା ସହିତ ଧନ୍ୟବାଦ ପ୍ରଦାନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲା ସମ୍ବାଦିକ ସଂଘର ସାଧାରଣ ସଂପାଦକ ଶ୍ରୀଯୁକ୍ତ ପ୍ରତାପ କୁମାର ବରାଳ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ସାଧାରଣ ଅଧିବେଶନରେ ଜିଲ୍ଲା ବିଭିନ୍ନ ବ୍ଲକରେ କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking