28.1 C
Bhubaneswar
Wednesday, April 24, 2024
Homeଓଡିଶାରିଭଲଭର ସହ ୪ଯୁବକ ଗିରଫ 

ରିଭଲଭର ସହ ୪ଯୁବକ ଗିରଫ 

ମୟୂରଭଞ୍ଜ :  ବାରିପଦା ସହର ଦିନକୁଦିନ ଅଶାନ୍ତ ହେବାରେ ଲାଗିଛି। ଚୋରି, ଛିନ୍ତାଇ, ଲୁଟ, ଅପହରଣ ଭଳି ଘଟଣାକୁନେଇ ସହରବାସୀ ଆତଙ୍କିତ ଅବସ୍ଥାରେ। ଏଭଳି ଆତଙ୍କିତ ପରିସ୍ଥିତି ଲାଗି ରହିଥିବା ବେଳେ ଆଜି ମୟୁରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ପ୍ରାୟ ତିନିଶହ ଫୁଟ ଦୂରରେ ଥିବା ହୋଟେଲର ରୁମ ଭିତରୁ ଏକ ରିଭଲଭର ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ବାରିପଦା ଟାଉନଥାନା ପୁଲିସ । କୌଣସି ସୂତ୍ରରୁ ଖବରପାଇ ସନ୍ଧ୍ୟା ସମୟରେ ବସଷ୍ଟାଣ୍ଡ ନିକଟସ୍ଥ ଏକ ହୋଟେଲରେ ଅତର୍କିତ ଚଢ଼ାଉ କରି ରୁମ ନମ୍ବର ୧୫ ଭିତରୁ ଏକ ବନ୍ଧୁକ ସହ ସନ୍ଦିଗ୍ଧ ୪ ଜଣ ଯୁବକଙ୍କୁ ପୋଲିସ ମାଡ଼ିବସି କାବୁ କରିବାରେ ସଫଳ ହୋଇଥିଲା।

ଏହାପରେ ସେମାନଙ୍କୁ ପୋଲିସ ଥାନାକୁ ଆଣି ପଚରା ଉଚାର ଜାରି ରଖିଛି। ଅଭିଯୁକ୍ତମାନେ ହେଲେ, ଗଂଜାମ ଜିଲ୍ଲା ବ୍ରହ୍ମପୁର ସଦର ଥାନା ସାତପହୁଣ୍ଡିଆ ଗ୍ରାମର କେ ଗୁରୁମୁର୍ତ୍ତି ରେଡ୍ଡିଙ୍କ ପୁଅ କେ ଯୁଧିଷ୍ଠିର ରେଡ୍ଡୀ(୪୨), ଖୋର୍ଦ୍ଧା ଜିଲ୍ଲା ନୟାପଲ୍ଲୀ ଥାନା ଆଇଆରସି ଭିଲେଜ ପ୍ଲଟ ନମ୍ବର ୦୩/୪୫୩ର ବାମନ କିଶୋର ସାହୁଙ୍କ ପୁଅ ତପନ ରଞ୍ଜନ ସାହୁ(୪୨) , ନୟାପଲ୍ଲୀ ଆଇଆରସି ଭିଲେଜ ପ୍ଲଟ ନମ୍ବର ୬/୧୨୪ରେ ବସବାସ କରୁଥିବା ଆଠଗଡ ବ୍ରାହ୍ମଣ ଶାସନର ବିଜୟ କୁମାର ଶତପଥୀଙ୍କ ପୁଅ ଶୁଭଦୀପ ଶତପଥୀ(୩୪)  ଏବଂ କଟକ ନିଆଳି ଥାନା ତିହୁଡ଼ି ଅଞ୍ଚଳର ଜଟାଧାରୀ ସାହୁଙ୍କ ପୁଅ ପ୍ରଦୀପ୍ତ ସାହୁ(୩୬)। ଏନେଇ ବାରିପଦା ଟାଉନ ଥାନାରେ ୨୫୨/୨୧ ମାମଲା ରୁଜ୍ଜୁକରି ଗିରଫ ଯୁବକମାନେ ବନ୍ଧୁକ ସହ କାହିଁକି ଆସିଥିଲେ କଣ ଥିଲା ତାଙ୍କର ଉଦ୍ଦେଶ୍ୟ ତାକୁନେଇ ଅଧିକ ତଦନ୍ତ ଜାରି ରଖିଛି ଟାଉନ ଥାନା ପୋଲିସ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking