34.1 C
Bhubaneswar
Friday, March 29, 2024
Homeଓଡିଶାସପ୍ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ସପ୍ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍‌ର ସ୍ଥାନୀୟ ସାରଙ୍ଗଧର ଷ୍ଟାଡିୟମଠାରେ ଆୟୋଜିତ ଏହି ସପ୍ତମ ବାର୍ଷିକ କ୍ରୀଡା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି । ସନ୍ଧ୍ୟାରେ କାମାକ୍ଷାନଗର ମହକୁମାର ହନୁମାନ ମନ୍ଦିରଠାରୁ ଏକ ବିରାଟ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବାପରେ ଷ୍ଟାଡୟଠାରେ ପହଂଚି ଥିଲେ । ଏହି ଉଦ୍‌ଘାଟନି ଉତ୍ସବରେ ରାଜ୍ୟ ଖଣି ଓ ପୁର୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ କୁମାର ମଲ୍ଲିକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଚାରି ଦିନିଆ କ୍ରୀଡା ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ । ଉପଖଣ୍ଡ କ୍ରୀଡା ସଂଘର ସଭାପତି ତଥା କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଢେଙ୍କାନାଳ ସାଂସଦ ଶ୍ରୀଯୁକ୍ତ ମହେଶ ଚନ୍ଦ୍ର ସାହୁ, ଓଡିଶା ଯୁବ କଲ୍ୟାଣ ପରିଷଦର ଅଧ୍ୟକ୍ଷ ବିଜୟ ନାୟକ, ମହୋତ୍ସବ କମିଟି ଉପ ସଭାପତି ଧର୍ମାନନ୍ଦ ପରିଡା, ସଂପାଦକ ଆଦତ୍ୟ ଆଚାର୍ଯ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ବରିଷ୍ଠ ବିଜେଡି ନେତା ବ୍ରହ୍ମାନନ୍ଦ ମହାନ୍ତି ପ୍ରମୁଖ ଯୋଗଦାନ କରିଥିଲେ । ଜାତୀୟ ଘୋଷକ ବିପିନ ସାହୁ ମଂଚ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking