37.1 C
Bhubaneswar
Sunday, May 5, 2024
Homeଓଡିଶାଝିଅକୁ ଅପହରଣ, କିଛି ଶୁଣୁନି ପୋଲିସ

ଝିଅକୁ ଅପହରଣ, କିଛି ଶୁଣୁନି ପୋଲିସ

ଢେଙ୍କାନାଳ:  ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ପରଜଙ୍ଗ ଥାନା ପାଟରପଦା ରଗଡି ସାହିର ମଞ୍ଜୁଳା ନାଏକ ନାବାଳିକା ଝିଅକୁ ଅପହରଣକାରୀଙ୍କ କବଳରୁ ଉଦ୍ଧାର କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ  ଜିଲ୍ଲା ଶିଶୁ ମଙ୍ଗଳ କମିଟି, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟ ଭିକ୍ଷା କରିଛନ୍ତି । ସୂଚନା ଅନୁଯାୟୀ, ସମ୍ପୃକ୍ତା ନାବାଳିକାଙ୍କୁ ସୁଶାନ୍ତ ନାଏକ ଅପହରଣ କରିନେଇଥିଲେ । ଏନେଇ ପରଜଙ୍ଗ ଥାନାରେ ଗତ ଡିସେମ୍ବର ୨୧ ତାରିଖରେ ଅଭିଯୋଗ କରିଥିଲେ । ମାତ୍ର ଥାନାଅଧିକାରୀ ଅଭିଯୋଗ ଗ୍ରହଣ ନକରି  ଅପହୃତାଙ୍କୁ ଅପହରଣକାରୀଙ୍କଠାରୁ ଉଦ୍ଧାର କରିଥିଲେ ମଧ୍ୟ ସେମାନଙ୍କ କୌଣସି ମାମଲା ରୁଜୁ କରିନଥିଲେ। ଉଦ୍ଧାର ପରେ ନାବାଳିକାଙ୍କ ମାନସିକ ସ୍ଥିତି ଦୁର୍ବଳ ହୋଇପଡ଼ିଥିଲା । ଏହାକୁ ଦୃଷ୍ଟିରେ ରଖି ନାବାଳିକାଙ୍କ ମା’ ଅପହରଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ ।

ଥାନାବାବୁ ମାମଲା ରଖିବା ପରିବର୍ତ୍ତେ ଏତଲା ଉପରେ ଦସ୍ତଖତ କରି ଅଭିଯୋଗକାରିଣୀଙ୍କୁ ଏତଲା ଫେରାଇ ଦେଇଥିଲେ । ପୁଲିସଠାରୁ ନିରାଶ ହୋଇ ମଞ୍ଜୁଳା ଏନେଇ ସମସ୍ତ କାଗଜପତ୍ର ସହ ଏକ ଅଭିଯୋଗପତ୍ର ରେଜେଷ୍ଟ୍ରୀ ଡାକ ଯୋଗେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପତ୍ରକୁ ଗ୍ରହଣ କରି ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଥାନାଧିକାରୀଙ୍କ ଡାକରା ପାଇ ମଞ୍ଜୁଳା ଚଳିତ ମାସ ୨ ତାରିଖରେ ଥାନାକୁ ଯାଇଥିଲେ । ଏହି ସମୟରେ ସୁଶାନ୍ତ ନାଏକ, ତାଙ୍କ ବଡଭାଇ ପ୍ରଶାନ୍ତ ନାଏକ ଓ ତାଙ୍କ ୨ ଭାଉଜ ମଞ୍ଜୁଳାଙ୍କ ଘରେ ପହଞ୍ଚିି ନାବାଳିକାକୁ ବଳପୂର୍ବକ ପୁନର୍ବାର ଅପହରଣ କରିନେଇଥିଲେ । ମଞ୍ଜୁଳା ଥାନାରୁ ଆସି ଏହି ଘଟଣା ସମ୍ପର୍କରେ ଜାଣିବା ପରେ ପୁନର୍ବାର ଥାନାକୁ ଯାଇ ଉଭୟ ଅପହରଣକାରୀଙ୍କୁ କାହିଁକି ଗିରଫ କରାଯାଉନି ବୋଲି ପ୍ରଶ୍ନ କରିଥିଲେ । ମାତ୍ର ଥାନାବାବୁ ନିଜେ ଝିଅକୁ ଖୋଜିଆଣ କହି ଫେରାଇ ଦେଇଥିଲେ ।  ବିଭିନ୍ନ ସମୟରେ ଅନୁସୂଚିତ ଜାତି ଉପରେ ନିର୍ଯାତନା ହେଉଥିବା ଓ ନିର୍ଯାତିତଙ୍କୁ ପୁଲିସ୍ ସହାୟତା ଯୋଗାଇ ଦେଉନଥିବାର ଅଭିଯୋଗ ମଧ୍ୟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking