28.1 C
Bhubaneswar
Friday, April 26, 2024
Homeଓଡିଶାନିଖୋଜ ପିତାଙ୍କ ମୃତଦେହ ଶ୍ମଶାନରୁ ଖୋଳାଯାଇ ପୁତ୍ରକୁ ହସ୍ତାନ୍ତର

ନିଖୋଜ ପିତାଙ୍କ ମୃତଦେହ ଶ୍ମଶାନରୁ ଖୋଳାଯାଇ ପୁତ୍ରକୁ ହସ୍ତାନ୍ତର

ଭଦ୍ରକ:  ଗତ ୨ତାରିଖ ସକାଳେ ଭଣ୍ଡାରିପୋଖରୀ ଥାନା ପୁଲିସ୍  ୧୬ନମ୍ବର ଜାତୀୟ ରାଜପଥର ନେରଡା ମହନ୍ତସେତୁସ୍ଥିତ ଧାନବିଲ ଭିତରେ ଥିବା ନିମ୍ବଗଛ ଡାଳରେ ଝୁଲୁଥିବା ଅଜଣା ଯୁବକର ମୃତଦେହ ସୋମବାର ଚିହ୍ନଟ ହୋଇଛି । ସ୍ଥାନୀୟ ଲୋକେ ସକାଳେ ଶୌଚପାଇଁ ଯାଇ ଶୀତବସ୍ତ୍ରରେ ବନ୍ଧାହୋଇଥିବା ଯୁବକ ଜଣକର ଶବକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଯୁବକର ଗୋଡ଼ ଭୂମିଠାରୁ ମାତ୍ର ୨ଇଞ୍ଚ ଉଚ୍ଚତାରେ ରହିଥିଲା । ପୁଲିସ ମୃତଦେହକୁ ଉଦ୍ଧାର କରିବା ପରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ଶବ ବ୍ୟବଚ୍ଛେଦ ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ତେବେ ଘଟଣାସ୍ଥଳରୁ ଏକ ବ୍ୟାଗ ଜବତ କରାଯାଇଥିବା ବେଳେ କିଛି ଦୂର ବଣ ନିକଟରେ ବିଷ ବୋତଲ, ଜୋତା, ଆଦି ସାମଗ୍ରୀ ପଡିଥିବା ଦେଖିବାକୁ ମିଳିଥିଲା । ସେତେବେଳେ ଯୁବକର ପରିଚୟ ମିଳିନଥିଲା ବେଳେ ବୟସ ୨୫ ହେବ ବୋଲି ଅନୁମାନ କରାଯାଉଥିଲା ।

ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରୁଥିବାବେଳେ ପୁଲିସ୍ ଶବ ଚିହ୍ନଟ ନହେବାରୁ ପୌରପାଳିକା ମାଧ୍ୟମରେ ଭଦ୍ରକ ସହରର ଦକ୍ଷିଣେଶ୍ୱର କାଳୀମନ୍ଦିର ନିକଟ ମଠସାହି ଶ୍ମଶାନରେ ପୋତି ଦେଇଥିଲା । ମାତ୍ର ଏହି ଖବର ଗଣମାଧ୍ୟମରେ ପ୍ରକାଶ ହେବା ପରେ ଆଗରପଡ଼ା ଥାନା ଅଧୀନସ୍ଥ କୁଶୁନନଗର ଗ୍ରାମନିବାସୀ ପ୍ରଦୀପ୍ତ କୁମାର ବେହେରା ଉକ୍ତ ଶବ ତାଙ୍କ ପିତାଙ୍କର ବୋଲି ଜାଣିବାକୁ ପାଇଥିଲେ । ତାଙ୍କ ପିତା ଗତ ୩୧ତାରିଖ ଦିନ ଭୁବନେଶ୍ୱର ସ୍ଥିତ କୃଷି ମିଟିଂକୁ ଯାଉଛନ୍ତି ବୋଲି କହି ସକାଳ ୧୧ଟାରୁ କାଦବରାଙ୍ଗରୁ ଯାଇଥିବା ବିଷୟ ଭଣ୍ଡାରିପୋଖରୀ ଥାନାରେ ଦେଇଥିବା ଏତଲାରୁ ଜଣାପଡିଛି । ସେ ଉକ୍ତ ଏତଲାରେ ଲେଖିଥିବା ତଥ୍ୟ ଅନୁସାରେ ତାଙ୍କ ପିତା ଚକ୍ରଧର(୫୫) ୩୧ ତାରିଖ ରାତି ୯ ଟାରେ ଫୋନ୍ ମାଧ୍ୟମରେ ପୁରୀରେ ଥିବା ଜଣାଇ ସୋମବାର ଦିନ ଭୁବନେଶ୍ୱର ଯାଇ କୃଷକ ମିଟିଂ ସାରି ଘରକୁ ଫେରିବା ନିମନ୍ତେ ଅବଗତ କରାଇଥିଲେ ।

ମାତ୍ର ୪ ତାରିଖ ପର୍ଯ୍ୟନ୍ତ ସେ ଘରକୁ ନଫେରିବାରୁ ସେ ବାଧ୍ୟହୋଇ ଆଗରପଡ଼ା ଥାନାରେ ତାଙ୍କ ପିତାଙ୍କ ସଂପର୍କରେ ଏକ ନିଖୋଜ ରିପୋର୍ଟ ଦେଇଥିଲେ । ଭଦ୍ରକରେ ବ୍ୟବଚ୍ଛେଦ କରାଯାଇ ୫ ତାରିଖ ଦିନ ମଠସାହି ମଶାଣିରେ ପୋତାଯାଇଥିବା ଜାଣିଥିଲେ । ଏଣୁ ସେ ତାଙ୍କ ପିତାଙ୍କ ଶବକୁ ହିନ୍ଦୁ ଧର୍ମ ମୂଳେ ସଂସ୍କାର ପାଇଁ ତାଙ୍କୁ ହସ୍ତାନ୍ତର କରିବାକୁ ଲିଖିତ ନିବେଦନ କରିଥିଲେ । ଏହି ଘଟଣାପରେ ଭଣ୍ଡାରିପୋଖରୀ ଥାନା ପୁଲିସ୍ ତାଙ୍କ ପୁତ୍ର ଓ ପରିବାରଙ୍କୁ ଡକାଇ ଅପରାହ୍ନ ପ୍ରାୟ ୫ଟା ସମୟରେ ମାଜିଷ୍ଟ୍ରେଟ୍ ଭାବେ ଭଦ୍ରକ ଅତିରିକ୍ତ ତହସିଲଦାର ଦୀପ୍ତିରଂଜନ ଜେନାଙ୍କ ଉପସ୍ଥିତିରେ ମଠସାହି ସ୍ଥିତ ଶ୍ମଶାନରୁ ଡ୍ରୋଜର୍ ଯୋଗେ  ପୌର କର୍ମଚାରୀଙ୍କ ସହାୟତାରେ ଶବଟିକୁ ଉଦ୍ଧାର କରି ତାହା ଚିହ୍ନଟ ହେବା ପରେ ହସ୍ତାନ୍ତର କରିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking