40.1 C
Bhubaneswar
Wednesday, April 24, 2024
Homeଓଡିଶାକ୍ଷତିପୂରଣ ଦେଇନପାରି ବାପାଙ୍କ ଆତ୍ମହତ୍ୟା  

କ୍ଷତିପୂରଣ ଦେଇନପାରି ବାପାଙ୍କ ଆତ୍ମହତ୍ୟା  

କନ୍ଧମାଳ :  ପରଠାରୁ ୨ ଚକିଆ ବାଇକ୍ ମାଗି ଆଣି ସଉକରେ ଚଲାଇବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି । ଗାଡି ଭାଙ୍ଗି ଯାଇଥିବାରୁ ମାଲିକ କ୍ଷତିପୂରଣ ମାଗିଥିଲେ । ହେଲେ ତାହା ଦେଇନପାରି ବାପା ଆତ୍ମହତ୍ୟା କଲା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଚ୍ଛାପଡା ଜାମଝରୀ ପଞ୍ଚାୟତର କିଲୁପଙ୍ଗା ଗ୍ରାମରେ ଉକ୍ତ ଘଟଣା ଅଞ୍ଚଳକୁ ଶୋକାଭିଭୂତ କରିଛି । ଗ୍ରାମର ନବ କିଶୋର କହଁରଙ୍କ ପୁଅ ଜଣେ ସାଙ୍ଗଠାରୁ ଏକ ଦାମିକା ବାଇକ ମାଗି ଆଣିଥିଲା । ତେବେ ସଉକରେ ଏହି ଗାଡି ଚଳାଇବା ବେଲେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲା ।

ଏହି ଘଟଣା ପରେ ଗାଡି ମାଲିକ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ମାଗିଥିଲେ ନବ କିଶୋରଙ୍କୁ । କିନ୍ତୁ ଏତେ ଟଙ୍କା ଦେବାକୁ ସେ ସମର୍ଥ ନଥିଲେ । ଏନେଇ ପିତାପୁତ୍ର ମଧ୍ୟରେ ମନାନ୍ତର ଦେଖାଦେଇଥିଲା। ରବିବାର ରାତିରେ ଶୋଇଥିଲେ ନବ କିଶୋର । ରାତି ପ୍ରାୟ ୧୨ଟା ବେଳେ ପରିବାର ଲୋକେ ଡାକିବାରେ ଦୁଆର ଖୋଲିଥିଲେ ନବ । ତେବେ ସେତେବେଳକୁ ସେ କୀଟନାଶକ ପିଇ ଦେଇଥିଲେ । ପରିବାର ଜାଣିବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଗୋଚ୍ଛାପଡା ପୁଲିସ ଏକ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ବ୍ୟବଚ୍ଛେଦ ପରେ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ତୃପ୍ତି ରଂଜନ ନାୟକ କହିଛନ୍ତି । 

 
 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking