29.1 C
Bhubaneswar
Monday, May 6, 2024
Homeଓଡିଶାପ୍ରଶିକ୍ଷଣକୁ ଯାଇ ଫେରିନଥିଲେ ପୁଅ : ସରକାରଙ୍କ ସହଯୋଗ ଲୋଡିଲେ ଗ୍ରାମବାସୀ

ପ୍ରଶିକ୍ଷଣକୁ ଯାଇ ଫେରିନଥିଲେ ପୁଅ : ସରକାରଙ୍କ ସହଯୋଗ ଲୋଡିଲେ ଗ୍ରାମବାସୀ

ଢେଙ୍କାନାଳ : ଉଦ୍ୟାନ କୃଷି ପ୍ରଶିକ୍ଷଣ ନେବାକୁ ଯାଇ ଦକ୍ଷୀଣ ଆଫ୍ରିକାରେ ଫସିରହିଛନ୍ତି ଜଣେ ଓଡିଆ ଯୁବକ । ସେ ଦକ୍ଷୀଣ ଆଫ୍ରିକାରେ ଏକ ହତ୍ୟା ମାମଲାରେ ସାକ୍ଷୀ ଭାବେ ସେଠରେ ଫସିଯାଇଛନ୍ତି । ମାତ୍ର ଗତ କିଛି ଦିନ ତଳେ ପୁଅକୁ ଝୁରି ଝୁରି ପ୍ରାଣ ହରାଇଛନ୍ତି ତାଙ୍କ ମା । ଏହିଭଳି ଅସମୟରେ ପରିବାର ତଥା ଗ୍ରାମବାସୀ ସରକାରଙ୍କ ସହଯୋଗକୁ ଅଡି ବସିଛନ୍ତି ଗ୍ରାମବାସୀ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ବେଲଟିକିରି ଗ୍ରାମର ସବ୍ୟସଚି ନନ୍ଦ ଆଇଟିଆଇରୁ ବିଟେକ୍ କରି ଗତ ବର୍ଷ ୨୦୧୯ ମସିହାରେ ଉଦ୍ୟାନ କୃଷି ପ୍ରଶିକ୍ଷଣ ନିମନ୍ତେ ଦକ୍ଷୀଣ ଆଫ୍ରିକା ଯାଇଥିଲେ । ମାତ୍ର ଦୁଃଖର ବିଷୟ ପ୍ରଶିକ୍ଷଣ ସାରି ଫେରିବା ସମୟରେ ସାରା ରାଜ୍ୟ ମହାମାରୀ କୋରାନା ତାର କାୟା ବିସ୍ତାର କରିବାରେ ଲାଗିଥିଲା । ସଂକ୍ରମଣ ବୃଦ୍ଧି ରୋକିବାକୁ ଯାଇ ସାରା ରାଜ୍ୟରେ ଯାତାୟତ ଉପରେ କଟକଣା ଲାଗୁ ହୋଇଥିଲା । ଏହି ମହାମାରୀ ଯୋଗୁଁ ଆନ୍ତର୍ଜାତୀୟ ବିମାନ ସେବା ବାତିଲ ହେବା ଫଳରେ ତାଙ୍କର ଫେରିବା ବାଟ ବନ୍ଦ ହୋଇଯାଇଥିଲା । ଫେରିବାର ସବୁ ବାଟ ବନ୍ଦ ହେବା ଫଳରେ ସେ ଗୋଟିଏ ଫାର୍ମ ହାଉସ୍‌ରେ ଭଡାରେ ରହିଥିଲେ ।

ତେବେ ଭାଗ୍ୟର ବିଡମ୍ବନା ସବ୍ୟସଚୀଙ୍କ ଉପସ୍ଥିତିରେ ସେଠାକାର କିଛି ଅସାମାଜିକ ଯୁବକ ଫାର୍ମ ହାଉସ୍ ମାଲିକଙ୍କ ପୁଅକୁ ହତ୍ୟା କରିଥିଲେ । ଏହି ହତ୍ୟା ମାମଲାର ଏକ ମାତ୍ର ମୁଖସାଖୀ ଭାବେ ସେଠାକାର ପ୍ରଶାସନ ଅଧିକାରୀ ତାଙ୍କର ଭିସା ଓ ପାସପୋର୍ଟକୁ ଜବତ କରିଛି । ଫଳରେ ଏହି ମାମଲାର ଅନ୍ତିମ ଶୁଣାଣି ପର୍ଯ୍ୟନ୍ତ ତାଙ୍କୁ ସେଠାରେ ରହିବାକୁ ପଡିବ । ଯାହା ଫଳରେ ପୁଅର ଫେରିବା ବାଟ ବନ୍ଦ ହୋଇଯାଇଛି । ଏପରି ସ୍ଥଳେ କିଛି ଦିନ ତଳେ ତାଙ୍କ ମା ଭକ୍ତିମଞ୍ଜରୀ ନନ୍ଦଙ୍କ ପୁଅକୁ ଝୁରି ଝୁରି ମୃତ୍ୟ ବରଣ କରିଛନ୍ତି । ଯାହାକୁ ନେଇ ବନ୍ଧୁ, ପରିବାର ଓ ଗ୍ରାମବାସୀଙ୍କ ସମେତ ସମସ୍ତେ ମର୍ମାହତ ହୋଇପଡିଛନ୍ତି । ପୁଅ ଫେରିବା ପାଇଁ ଦକ୍ଷୀଣ ଆଫ୍ରିକାର ଭାରତୀୟ ଦୁତାବାସକୁ ଯୋଗାଯୋଗ କରି ମଧ୍ୟ ବିଫଳ ହୋଇଛନ୍ତି ପରିବାର ଲୋକେ। ଏପରିକି ପୁଅକୁ ଫେରାଇ ଆଣିବା ପାଇଁ ସରକାରଙ୍କ ନିକଟରେ ଗୁହାରି କରିଛନ୍ତି ସବ୍ୟସାଚୀଙ୍କ ବାପା ରଞ୍ଜନ ନନ୍ଦ । ତେବେ ଏପରି ଦୁଃଖଦ ସମୟରେ ପୁଅ ଫେରିବା ଦିଗରେ ସରକାରଙ୍କ ସହାଯୋଗକୁ ଅନାଇଁ ବସିଛନ୍ତି ପରିବାର ଓ ଗ୍ରାମବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking