33.1 C
Bhubaneswar
Friday, April 26, 2024
Homeଓଡିଶାରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ରାଜ୍ୟ ପାଇଁ ଗୌରବ ଆଣିଲେ ବାରିପଦାର ଝିଅ

ବାରିପଦା : କଳା ସଂସ୍କୃତିର ଜିଲ୍ଲା ମୟୂରଭଞ୍ଜରେ ପୁଣି ଜଣେ ସଫଳ ଯୁବତୀଙ୍କୁ ନେଇ ଏବେ ଚାଲିଛି ଚର୍ଚ୍ଚା । ଓପେରା ମିସ୍ ଇଣ୍ଡିଆର ରନସ୍ଅପ୍‌ ହୋଇ ମୁକୁଟ ପିନ୍ଧିଲେ ମୟୁରଭଞ୍ଜ ଜିଲ୍ଲାର ଝିଅ ପ୍ରିୟଙ୍କା । ପ୍ରିୟଙ୍କା ଅତ୍ୟନ୍ତ ଗରୀବ ଶ୍ରେଣୀ ପିଲା ବୋଲି ଜଣାପଡ଼ିଛି। ଅପେରା ମିସ୍ ଇଣ୍ଡିଆ ସିଜିନ୍ ଥ୍ରୀ ଅନ୍ ଲାଇନ୍ ଭର୍ଚୁଆଲ କନଟେଷ୍ଟରେ ମୟୁରଭଞ୍ଜ ସୁନ୍ଦରୀ ପ୍ରିୟଙ୍କା ଦୁଇ ଶହ ପ୍ରତିଯୋଗୀଙ୍କୁ ପଛରେ ପକାଇ ବାଜି ମାରି ନେଇଛନ୍ତି । ସୁନ୍ଦରୀ ପ୍ରତିଯୋଗିତା ଯେ ବଡ ବଡ଼ ମେଟ୍ରୋ ସହରର ଯୁବତୀଙ୍କ ହାତରେ ଆଉ ତାହା ନୁହଁ ବରଂ ଭାରତର ସୁନ୍ଦରୀ ଯୁବତୀ ପ୍ରତିଯୋଗିତାରେ ଗ୍ରାମାଞ୍ଚଳ ଏବଂ ଛୋଟ ଛୋଟ ସହରର ଯୁବତୀଙ୍କ ମୁଣ୍ଡରେ ମଧ୍ୟ ମୁକୁଟ ପିନ୍ଧି ବାର ସୌଭାଗ୍ୟ ମିଳିଲାଣି । ବାରିପଦାର ଜଣେ ୨୫ ବର୍ଷୀୟା ଯୁବତୀ ସର୍ବ ଭାରତୀୟ ସ୍ତରର ଦୁଇ ଶହରୁ ଅଧିକ ପ୍ରତିଯୋଗୀଙ୍କୁ ପଛରେ ପକାଇ ରନସ୍ଅପ ହେବାର ସୌଭାଗ୍ୟ ପାଇଛନ୍ତି । ସେ ଅପେରା ମିସ୍ ଇଣ୍ଡିଆ ଫାଇନାଲକୁ ମନୋନୀତ ହୋଇଥିଲେ ଏହା ପରେ ପ୍ରିୟଙ୍କା ଜଣେ ଜାତୀୟ ସୁନ୍ଦରୀ ଭାବେ ପରିଚୟ ପାଇଛନ୍ତି ।

ସଫଳତା ପଛରେ ବାପା ଓ ମାଙ୍କ ସମେତ ଫଟୋ ଗ୍ରାଫର ଡିଜାଇନର ଓ ମେକପ୍ ଆଟିଷ୍ଟଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି । ଗତ ୨୦୨୦ ରେ ମୟୁରଭଞ୍ଜ ଜିଲ୍ଲାର ଜଣେ ଝିଅ ଏହି କନଟେଷ୍ଟ୍‌ରେ ପ୍ରଥମ ହୋଇଥିଲେ ଏବେ ପୁଣି ୨୦୨୧ ରେ ମୟୁରଭଞ୍ଜ ଜିଲ୍ଲା ସମଗ୍ର ଦେଶରେ ଏହି ଟାଇଟେଲ ହାସଲ କରିଛନ୍ତି । ପ୍ରିୟଙ୍କା ବାରିପଦା ପୋଡାଅସ୍ତିଆ ହାଇସ୍କୁଲରୁ ମାଟ୍ରିକ୍,ତାପରେ ଏମ୍,ଟି,ସି ଜୁନିଅର କଲେଜରୁ ଯୁକ୍ତ ଦୁଇ ଏବଂ ଉଦଳା କଲେଜରୁ ଡିଗ୍ରୀ ହାସଲ କରିଥିଲେ । ଛୁଆଟି ବେଳୁ ସେ ମ୍ୟୁଜିକ୍, ଡ୍ୟାନ୍ସ,ସହ ଫିଲ୍ମ ସିରିଏଲ୍‌ରେ ହିରୋଇନ୍ ହେବାକୁ ରୁଚି ରଖିଥିଲେ। ଆଉ ଏହି ରୁଚି ତାଙ୍କୁ ସଫଳତାର ପାହାଚ ଆଡ଼କୁ ଟାଣି ନେଉଛି । ସେ ଚଳିତ ବର୍ଷ ଆଗ୍ରାରେ ହେଉଥିବା ଅପେରା ମିସ୍ ଇଣ୍ଡିଆର ‍ଭରଚୁଆଲ୍‌ ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏବଂ ଆଦିବାସୀଙ୍କ ଚାଲିଚଳନୀ ସଂସ୍କୃତି ବେଶଭୂଷା ଆଦିର ବିଭିନ୍ନ ବାର୍ତ୍ତାକୁ ମଡେଲିଙ୍ଗ ମାଧ୍ୟମରେ ଉପସ୍ଥାପନା କରି ଜଜଙ୍କ ମନ ଜିତି ପାରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking