30.1 C
Bhubaneswar
Saturday, May 4, 2024
Homeଓଡିଶାଧଳା ଜହରର ପେଣ୍ଠସ୍ଥଳି ପାଲଟୁଛି ଢେଙ୍କାନାଳ

ଧଳା ଜହରର ପେଣ୍ଠସ୍ଥଳି ପାଲଟୁଛି ଢେଙ୍କାନାଳ

ଢେଙ୍କାନାଳ : ଢେଙ୍କାନାଳ ସହରରେ ବ୍ରାଉନ ସୁଗାର ବେପାର ଦ୍ରୁତ ଗତିରେ ମାଡିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ ଯୁବ ସମାଜ । ଏପରି ପରିସ୍ଥିତିକୁ ଦେଖି ଅବକାରୀ ବିଭାଗ ତତ୍ପର ହୋଇପଡିଛି । ଏହାକୁ ନେଇ ଅବକାରୀ ବିଭାଗ ତରଫରୁ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ବିଭିନ୍ନ ଜାଗାରେ ଚଢାଉ କରାଯାଉଛି । ତେବେ ପୁନର୍ବାର ଟାଉନ୍ ଥାନା ପୁଲିସ ବାଜିଚୈକ ଅଚଂଳରେ ଚଢାଉ କରି ୪୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି । ମିଳିଥିବା ସୁଚନାରୁ, ଢେଙ୍କାନାଳ ସହରରେ ଧଳା ଜହର କାରବାର ପେଣ୍ଠସ୍ଥଳି ସାଜିଥିବା ବାଜିଚୈକ ଅଚଂଳରେ ଗତକାଲି ରାତିରେ ଚଢାଉ କରିଥିଲା ଅବକାରୀ ସ୍କ୍ୱାର୍ଡ ।

ଉକ୍ତ ଚଢାଉ ବେଳେ ୪୦ ଗ୍ରାମ ବ୍ରାଉନ ସୁଗାର ଜବତ କରିବାରେ ସକ୍ଷମ ହୋଇଛି ଅବକାରୀ ସ୍କ୍ୱାର୍ଡ । କାରବାରରେ ଲିପ୍ତ ଥିବା ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହେଇଥିବା ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କର ଘର କାଂଚନ ବଜାର ଅଚଂଳରେ ହୋଇଥିବା ବେଳେ ଅନ୍ୟ ଜଣଙ୍କର ଘର ବାଜିଚୈାକ ଅଚଂଳର ବୋଲି ଜଣାପଡିଛି । ଉଭୟ ବିକ୍ରି କରିବାକୁ ଯାଉଥିବା ବେଳେ ଉଭୟଙ୍କଠାରୁ ୨୦ ଗ୍ରାମ ଲେଖାଏଁ ବ୍ରାଉନ ସୁଗାର ଜବତ କରାଯାଇଛି । ଜିଲ୍ଲାରେ ଟାଉନ୍ ବାରମ୍ବାର ଚଢାଉ କରାଯାଇ ଇତିମଧ୍ୟରେ ୧୬୬ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଅନେକ ଯୁବକଙ୍କୁ ଗିରଫ କରିଛି । ତେବେ ଢେଙ୍କାନାଳ ସହରୁ କିପରି ଏହି ଧଳା ଜହର କବଳରୁ ରକ୍ଷା କରାଯିବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ ନିକଟରେ ଦାବୀ ରଖିଛନ୍ତି ଜିଲ୍ଲାବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking