30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗସବୁ ଘରକୁ ପାଇପ୍ ଯୋଗେ ମିଳିବ ପାଣି

ସବୁ ଘରକୁ ପାଇପ୍ ଯୋଗେ ମିଳିବ ପାଣି

ଭୁବନେଶ୍ଵର: ପ୍ରଧାନମନ୍ତ୍ରୀଙ୍କ ଜଳ ଜୀବନ ମିସନ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଏକ ଟ୍ୱିଟ କରିଛନ୍ତି । ସେ କହିଛନ୍ତି ରାଜ୍ୟର ଜଳ ସଙ୍କଟ ଦୂର କରିବା ପାଇଁ ମୋଦି ସରକାର କାର୍ଯ୍ୟରତ ଅଛନ୍ତି । ରାଜ୍ୟର ସବୁ ଘରକୁ ପାଇପ ଯୋଗେ ପାନୀୟ ଜଳ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ୨୦୨୪ ସୁଦ୍ଧା ଦେଶର ସବୁ ଘରକୁ ପାନୀୟ ଜଳ ପହଞ୍ଚାଇବା ଲକ୍ଷ୍ୟ ରଖାଯାଇଛି ।
ଓଡ଼ିଶାର ଗ୍ରାମାଞ୍ଚଳରେ ମୋଟ ୮୧.୨୫ ଲକ୍ଷ ପରିବାର ରହିଛି । ସେଥିମଧ୍ୟରୁ ୪ ପ୍ରତିଶତରୁ କମ୍ ପରିବାର ପାଇପ୍ ପାଣି ପାଉଛନ୍ତି । ଚଳିତବର୍ଷ ଜଳ ଜୀବନ ମିସନ ଅଧୀନରେ ଓଡ଼ିଶାକୁ ୮୧୨କୋଟି ଟଙ୍କା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଜଳ ଯୋଗାଣ ପ୍ରକଳ୍ପ ଘରୋଇ ଇସ୍ପାତର ଚାହିଦା ବଢ଼ାଇବ । ସ୍ୱଚ୍ଛତା ପରେ ଜଳ ସୁରକ୍ଷା ଭାରତର ନୂଆ ସଙ୍କଳ୍ପ ପାଲଟିଛି ବୋଲି ଧର୍ମେନ୍ଦ୍ର କହିଛନ୍ତିି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking