41.1 C
Bhubaneswar
Sunday, April 28, 2024
Homeଓଡିଶାଦୁଃଖ ଏମିତି ବି ଆସେ : ପରିବାର ହେଲା ପୁରୁଷ ଶୂନ୍ୟ

ଦୁଃଖ ଏମିତି ବି ଆସେ : ପରିବାର ହେଲା ପୁରୁଷ ଶୂନ୍ୟ

ଧର୍ମଶାଳା :  ଦୁଃଖ ଏମିତି ବି ଆସେ । ପ୍ରଥମେ ବାପା ପରେ ବଡ଼ଭାଇ ଓ ପୁଣି ସାନ ଭାଇ । ଜଣେ ପରେ ଜଣେ  ଚାଲିଗଲେ ଆରପାରିକୁ । ପରିବାର ହୋଇଗଲା ପୁରୁଷ ଶୂନ୍ୟ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ କୁମାରୀ ଅଞ୍ଚଳରେ । ୩ ମାସ ମଧ୍ୟରେ  ପରିବାରର ତିନି ପୁରୁଷଙ୍କ ମୃତ୍ୟୁ ଘଟଣା ସମଗ୍ର କୁମାରୀ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଧର୍ମଶାଳା ବ୍ଲକ କୁମାରୀ ଗ୍ରାମର ଜ୍ଞାନେନ୍ଦ୍ର ରାଉତ ତାଙ୍କ ପତ୍ନୀ ଏବଂ ନିଜର ୨ ପୁଅ, ୨ ବୋହୁ ଓ ୪ ନାତୁଣୀଙ୍କ ସହିତ କୁମାରୀ ଗ୍ରାମରେ ରହୁଥିଲେ । ସ୍ୱର୍ଗତ ଜ୍ଞାନେନ୍ଦ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରି ଘରେ ପୁଅ ବୋହୁ ଓ ନାତୁଣିମାନଙ୍କ ସହିତ ବେଶ ଖୁସିରେ ରହୁଥିଲେ । ହେଲେ ଗତ ଅଡେଇମାସ ତଳେ ସେ ହଠାତ ଅସୁସ୍ଥ ହୋଇ ପ୍ରାଣ ହରାଇଲେ ।

ବାପାଙ୍କ ମୃତ୍ୟୁର ୨ ମାସ ପରେ ଗତ ୧ ତାରିଖରେ ତାଙ୍କ ବଡ ପୁଅ ରଜତ କୁମାର ରାଉତ (୪୯) ଅସୁସ୍ଥ ହୋଇ କଟକସ୍ଥିତ ବଡ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ । ତାଙ୍କର ଜଣେ ଦିବ୍ୟାଙ୍ଗ ସମେତ ୨ ଝିଅ ଅଛନ୍ତି ।  ବଡ ଭାଇ ରଜତଙ୍କ ମୃତ୍ୟୁ ପରେ ଘରେ ଏକ ମାତ୍ର ପୁରୁଷ ଭାବେ ରଜତଙ୍କ ସାନ ଭାଇ ସୁଶାନ୍ତ ରାଉତ(୪୫)ଙ୍କ ଉପରେ ଘରର  ବୋଝ ପଡିଯାଇଥିଲା ।  ସୁଶାନ୍ତ ଟାଙ୍ଗିସ୍ଥିତ ଡ୍ରିମ୍ସ କଲେଜରେ କମ୍ପୁଟର ଇଷ୍ଟ୍ରକଟର ଭାବେ କାମ କରୁଥିଲେ । ହେଲେ ଭାଇ ମରିବାର ୮ ଦିନ ପରେ ସୋମବାର ସୁଶାନ୍ତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କୁ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ହେଁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି । ସୁଶାନ୍ତଙ୍କ ମଧ୍ୟ ୨ ଝିଅ ଥିବା ଜଣାପଡ଼ିଛି । ବାପା ଓ ୨ ପୁଅଙ୍କ ମୃତ୍ୟୁ ପରେ ପରିବାର ଏବେ ପୁରୁଷ ଶୂନ୍ୟ ହୋଇଯାଇଛି । ଘରେ ଏବେ ବିଧବା ମାଆ,୨ ବୋହୂ ଓ ୪ ଜଣ ନାତୁଣୀ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking