37.1 C
Bhubaneswar
Thursday, March 28, 2024
Homeଖେଳଲୁଇସ୍‌ଙ୍କ ଗୋଲ୍‌ରେ ବେଙ୍ଗାଲୁରୁ-ନର୍ଥଇଷ୍ଟ୍ ମ୍ୟାଚ୍ ଡ୍ର

ଲୁଇସ୍‌ଙ୍କ ଗୋଲ୍‌ରେ ବେଙ୍ଗାଲୁରୁ-ନର୍ଥଇଷ୍ଟ୍ ମ୍ୟାଚ୍ ଡ୍ର

ଗୋଆ : ଚଳିତ ଆଇଏସ୍‌ଏଲ୍‌-୭ର ୨୧ତମ ମ୍ୟାଚ୍ ଡ୍ର ରହିଛି । ଏଠାକାର ଫତୋର୍ଦା ଷ୍ଟାଡିୟମ୍‌ରେ ବେଙ୍ଗାଲୁରୁ ଏଫ୍‌ସି ସହ ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫସିର ମୁକାବିଲା ହୋଇଥିଲା । ଏଥିରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍ ଦେଇଥିଲେ । ମ୍ୟାଚ୍‌ର ପ୍ରଥମ ଗୋଲ୍‌ଟି ତୃତୀୟ ମିନିଟ୍‌ରେ ରୋଚାରଜେଲା ସ୍କୋର୍ କରି ନର୍ଥଇଷ୍ଟ୍‌କୁ ଅଗ୍ରଣୀ କରାଇଥିଲେ । ପରେ ତ୍ରୟୋଦଶ ମିନିଟ୍‌ରେ ଜୁଆନନ୍ ଏହି ଗୋଲ୍‌ଟିକୁ ଶୁଝିଦେଇଥିଲେ । ଦ୍ୱିତୀୟାର୍ଦ୍ଧରେ ୭୦ତମ ମିନିଟ୍‌ରେ ଉଦନ୍ତ ସିଂ ୭୦ତମ ଗୋଲ୍ ଦେଇ ବେଙ୍ଗାଲୁରୁ ଆଗୁଆ କରାଇଥିଲେ । କିନ୍ତୁ ୭୮ତମ ମିନିଟ୍‌ରେ ପର୍ତ୍ତୁଗାଲ୍ ଖେଳାଳି ଲୁଇସ୍ ମାଚାଦୋ  ଗୋଲ୍ ଦେବା ଫଳରେ ସ୍ଥିତି ବରାବର ହୋଇଥିଲା । ପରେ ଆଉ କୌଣସି ଗୋଲ୍ ନ ହେବା ଫଳରେ ଉଭୟ ଦଳ ପଏଣ୍ଟ୍ ବାଣ୍ଟିଥିଲେ । ଏଥିସହ ୯ ପଏଣ୍ଟ୍ ସହ ନର୍ଥଇଷ୍ଟ୍ ଦ୍ୱିତୀୟରେ ଓ ୬ ପଏଣ୍ଟ୍ ସହ ବେଙ୍ଗାଲୁରୁ ଚତୁର୍ଥ ସ୍ଥାନରେ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking