26.1 C
Bhubaneswar
Tuesday, May 7, 2024
Homeଓଡିଶାଥାନା ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା

ଥାନା ସମ୍ମୁଖରେ ଶବ ରଖି ଗ୍ରାମବାସୀଙ୍କ ଧାରଣା

ଧର୍ମଶାଳା :  ଯାଜପୁର ଜିଲ୍ଲା  ଧର୍ମଶାଳା ଥାନା ଅନ୍ତର୍ଗତ ମୁରାରୀପୁର ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣ୍ଡଗୋଳ ଘଟଣାରେ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଚିକତ୍ସାଧୀନ ଅବସ୍ଥାରେ  ଜଣେ ନାବାଳକର ମୃତ୍ୟୁ ଘଟିଛି । ମୃତକ ଜଣକ  ମୁରାରୀପୁର ଗ୍ରାମର ନାଲୁ ପାତ୍ରଙ୍କ ପୁଅ ବବୁଲ ପାତ୍ର (୧୫)  ବୋଲି ଜଣାଯାଇଛି । ତେବେ  ବ୍ୟବଚ୍ଛେଦ ପରେ ଗ୍ରାମବାସୀ ନ୍ୟାୟ ଦାବିରେ ଶବକୁ ଧର୍ମଶାଳା ଥାନା ସମ୍ମୁଖରେ ରଖି  ଧାରଣାରେ ବସିଥିଲେ ।

ସୂଚନା ଅନୁଯାୟୀ, ମୁରାରୀପୁର ଗ୍ରାମର ନାଲୁ ପାତ୍ରଙ୍କ ସହିତ ସ୍ଥାନୀୟ ଅଞ୍ଚଳର ନରିଆ ରଣାଙ୍କ  ପୂର୍ବ ଶତ୍ରୁତା ରହିଥିଲା । ତେବେ ସୋମବାର ବବଲୁ ପାତ୍ର ଓ ତାର ଭାଇ ଆରୁହା ହାଟକୁ ଯାଇ ଘରକୁ ଫେରୁଥିବା ବେଳେ ମୁରାରିପୁର ଛକ ନିକଟରେ ଦୁଇ ଭାଇଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା । ଏପରିକି ତାଙ୍କ ଘରକୁ ଯାଇ ସେମାନଙ୍କୁ ମାଡ଼ ମରାଯାଇଥିଲା । ଏଥିରେ ବବଲୁ ଗୁରୁତର ଆହତ ହୋଇଥିବା ବେଳେ ପରିବାର ଲୋକେ ତାଙ୍କୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ହେବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଚାଲିଥିବା ବେଳେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ଶବ ବ୍ୟବଚ୍ଛେଦ ପରେ ମରଶରୀରକୁ ଅଣାଯାଇ ଧର୍ମଶାଳା ଥାନା ସମ୍ମୁଖରେ ରଖି ନ୍ୟାୟ ପାଇଁ ଗ୍ରାମବାସୀ ଧାରଣାରେ ବସିରହିଥିଲେ । ତେବେ ଏହି ଘଟଣାରେ ପୂର୍ବରୁ ପୁଲିସ ମୁଖ୍ୟ ଅଭିଯୁକ୍ତ ନରିଆ ରଣାକୁ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ବେଳେ ବବଲୁର ମୃତ୍ୟୁ ପରେ ଏକ ହତ୍ୟାମାମଲା ରୁଜୁ କରି ତଦନ୍ତ ଚଳାଇଛି । ଏହି ଘଟଣାରେ ଯେଉଁମାନଙ୍କ ସମ୍ପୃକ୍ତି ଥିବ ପୁଲିସ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେବା ପରେ ଗ୍ରମବାସୀ ଧାରଣାରୁ ଓହରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking