38.1 C
Bhubaneswar
Friday, April 26, 2024
Homeଓଡିଶାଡକାୟତି ଯୋଜନାବେଳେ ୭ ଗିରଫ

ଡକାୟତି ଯୋଜନାବେଳେ ୭ ଗିରଫ

ଚୌଦ୍ୱାର : ଚୌଦ୍ୱାର ପୁଲିସ୍ ଏକ ବଡ଼ ଡକାୟତି ଯୋଜନାକୁ ପଣ୍ଡ କରିଛି । ଗ୍ୟାଙ୍ଗର ୭ଜଣଙ୍କୁ ଗିରଫ୍ କରିବାରେ ସଫଳ ହୋଇିଛି । ଘଟଣାସ୍ଥଳରୁ ସ୍କୁଟି, ବାଇକ୍‌, ବୋଲେରୋ ସମେତ ଲୁଟ୍‌ରେ ବ୍ୟବହୃତ ଲଙ୍କା କୁଣ୍ଡ, ବନ୍ଧୁକ, ଜୀବନ୍ତ ଗୁଳି ପୁଲିସ ଜବତ କରିଛି । ସମସ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି । ଏ ସଂକ୍ରାନ୍ତରେ ଚୌଦ୍ୱାର ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସିପି ଅମରେନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ଶ୍ରୀ ପତି ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୬ ତାରିଖରେ ମଙ୍ଗଳପୁର ବାଣିପଦା ରାସ୍ତାରେ କିଛି ବ୍ୟକ୍ତି ଏକାଠି ହୋଇ ଏକ ବଡ଼ ଧରଣର ଡକାୟତି ଯୋଜନା କରୁଥିଲେ । ବିଶେଷସୂତ୍ରରୁ ଜଣାପଡ଼ିବା ପରେ ଚୌଦ୍ୱାର ଥାନା ଅଧିକାରୀ ବିରଞ୍ôଚ ନାରାୟଣ ପତିଙ୍କ ନିର୍ଦ୍ଦେଶକ୍ରମେ ଏସ୍‌ଆଇ ପାର୍ଥପ୍ରତିମ ବେଉରା ପୁଲିସ୍ ଟିମ୍ ସହ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ । ଘଟଣାସ୍ଥଳରୁ ୭ଜଣଙ୍କୁ ଗିରଫ୍ କରିବା ସହ ସେମାନଙ୍କଠାରୁ ୨ଟି ସ୍କୁଟି, ୨ଟି ବାଇକ୍‌, ଏକ ମହିନ୍ଦ୍ରା ବୋଲେରୋ, ୯ଟି ମୋବାଇଲ, ୨ଟି ଲଙ୍କାଗୁଣ୍ଡ ପ୍ୟାକେଟ୍‌, ୨ଟି କଟୁରୀ, ଗୋଟିଏ ବନ୍ଧୁକ ସହ ୫ଟି ଜୀବନ୍ତ ଗୁଳି ଜବତ କରିଥିବା ଜଣାପଡ଼ିଛି । ଗିରଫ୍ ଅଭିଯୁକ୍ତମାନେ କଟକ ଦରଘାବଜାରର ଫିରୋଜ୍ ଖାନ୍‌, କାଜିପାଟଣାର ଲାଲ ମିର୍ଜା ବେଗ୍‌, ଟାଙ୍ଗୀ ସାଇଁଟୋ ଅଞ୍ଚଳର ଇମ୍ରାନ୍ ଖାନ୍‌, ଟାଙ୍ଗୀ ନାରପଡ଼ା ଅଞ୍ଚଳର ଏସ୍‌କେ ଆଫ୍ରିଦ୍‌, ନିଆଳିର ଏସ୍‌କେ ଆଝାରଉଦ୍ଦିନ୍‌, କଟକ ମଙ୍ଗଳବାଗର ଇଂତିହାଜ୍ ଖାନ୍ ଓ କଟକ ତିିନିକୋଣିଆ ବଗିଚାର ବି ସାୟମ ବୋଲି ଜଣାପଡ଼ିଛି । ସମସ୍ତଙ୍କ ନାମରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking