33.1 C
Bhubaneswar
Saturday, April 27, 2024
Homeଓଡିଶାସଙ୍କଟରେ ଆଦିମ ଅଧିବାସୀଙ୍କ ଜୀବନ-ଜୀବିକା

ସଙ୍କଟରେ ଆଦିମ ଅଧିବାସୀଙ୍କ ଜୀବନ-ଜୀବିକା

ଧର୍ମଶାଳା : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ୪୫ ଟି ପଞ୍ଚାୟତରେ ଅନେକ ଆଦିବାସୀ, ଦଳିତ ଓ ପଛୁଆ ବର୍ଗର  ଲୋକମାନେ ବସବାସ କରୁଛନ୍ତି । ତେବେ ସ୍ୱାଧୀନତାର ବହୁବର୍ଷ ପରେ ମଧ୍ୟ ସେମାନେ ମୌଳିକ ସୁବିଧାରୁ ବଞ୍ଚିତ ଥିବା  ଦେଖିବାକୁ ମିଳୁଛି ।  ଧର୍ମଶାଳାର ପଶ୍ଚିମାଞ୍ଚଳ କୁହାଯାଉଥିବା ଚକ୍ରଧରପୁର, ଅଞ୍ଜିରା, ସାହାଣୀଡିହ, ମହିଶରା, ସମ୍ପାରୁ, ପୁରୁଣା ବଉଳମାଳ, ଜେନାପୁର, ତାଳଜଙ୍ଗ, ରେଖିଦେଇପୁର, ଥାନୁଆଳ,ପାଖର,ଆରୁହା, ହରିଦାସପୁର ପରି ଅନେକ ପଞ୍ଚାୟତରେ ବହୁ ଆଦିବାସୀ ପରିବାର ରହିଛନ୍ତି ।  ସେମାନଙ୍କ ଜୀବନ ଜୀବିକା ଆଜି ବି ଦୁର୍ବିଶହ ମନେ ହୁଏ । ଏହି ସାହିଗୁଡ଼ିକୁ ଆଜି ବି ସରକାରଙ୍କ ସମସ୍ତ ସୁବିଧା ପହଞ୍ଚି ପାରିନାହିଁ । ପକ୍କାଘର, ରାସ୍ତା, ପାନୀୟ ଜଳ, ବିଜୁଳି, ସ୍କୁଲ, ଅଙ୍ଗନବାଡ଼ିି  ନଥିବା ବେଳେ ସ୍ୱାସ୍ଥ୍ୟସେବା କଥା ପଚାରେ କିଏ ?  ଅନ୍ୟପକ୍ଷରେ ସରକାରଙ୍କ ପକ୍ଷରୁ ଆଦିବାସୀଙ୍କ ବିକାଶକୁ ନେଇ ନାନାଦି ଯୋଜାନା ପ୍ରସ୍ତୁତ କରାଯାଉଛି ।

ହେଲେ ଏହି ଯୋଜାନାଗୁଡିକ କେବଳ ଯୋଜନାରେ ରହିଯାଉଛି ।  ତାହା ନ ହୋଇଥିଲେ ଆଜି ଅନେକ ପରିବାର ପାନୀୟ ଜଳ ପାଇଁ  ଚୂଆ ଉପରେ ନିର୍ଭରଶୀଳ ହେଉନଥା’ନ୍ତେ । ଏଠାରେ ଏକ ଉଦାହରଣ ଦିଆଯାଇପାରେ ନଗଡ଼ାର ପ୍ରତିରୂପ ଧର୍ମଶାଳାର ବୁରୁସାହି ଯେଉଁଠି ଅନେକ ମାସେ ହେବ ନଳକୂପ ଅଚଳ ହୋଇ ପଡ଼ିରହିଛି । ସେହି ସାହିର ଲୋକମାନେ ନିକଟ ଜୋରରୁ ପାଣି ସଂଗ୍ରହ କରି ପାନୀୟ ଭାବେ ବ୍ୟବହାର କରୁଛନ୍ତି । ସେହିପରି ଗମାରିଆ, ବଲାଙ୍ଗିଆ ଓ ହନୁଆ ଏହି ୩ଟି ଆଦିବାସୀ ବସ୍ତିରେ ଲୋକମାନଙ୍କ ଜୀବନ ଜୀବିକା ଦୁର୍ବିଶହ ହୋଇପଡ଼ିଛି । ବ୍ଲକ କାର୍ଯ୍ୟାଳୟ ଠାରୁ  ୧୫ କି.ମି ବ୍ୟବଧାନରେ ଏହି ୩ଟି ସାହି ରହିଥିଲେ  ମଧ୍ୟ ଏଠାରେ ବ୍ଲକ ପ୍ରଶାସନର ପାଦ ପଡିନଥିବା ସ୍ଥାନୀୟ ଲୋକମାନେ କହନ୍ତି ।

ସେହି ସାହିଗୁଡ଼ିକରେ ବିଜୁଳି ଆଲୁଅ ସାତ ସପନ ହୋଇପଡ଼ିଛି । କାଁ ଭାଁ ଖଣ୍ଡେ ପକ୍କାଘର ଦେଖିବାକୁ ମିଳୁଛି । ରାସ୍ତା ନଥିବାରୁ ଜରୁରୀକାଳୀନ ସେବା ଯୋଗାଉଥିବା ଆମ୍ବୁଲାନ୍ସ ସେଠାରେ ପହଞ୍ଚି ପାରୁନାହିଁ । ରାତି ଅଧରେ କାହା ଦେହ ଖରାପ ହେଲେ ରୋଗୀକୁ କାନ୍ଧରେ ମାଇଲ ମାଇଲ ବାଟ ବୋହିବାକୁ ପଡୁଛି । ସେହିପରି ଅଙ୍ଗନବାଡ଼ି  ଓ ସ୍କୁଲ ପାଖରେ ନଥିବାରୁ ବିଲ ହିଡରେ ପିଲାମାନଙ୍କୁ ଯିବାକୁ ପଡୁଛି ଅନେକ ଦୂର । ଜୀବନ ଜୀବିକା ପାଇଁ ପାହାଡ଼ରେ ଗେଟି ବାଡେଇ ପରିବାର ପ୍ରତିପୋଷଣ କରୁଛନ୍ତି ଆଦିବାସୀମାନେ । ନହେଲେ ଅନ୍ୟତ୍ର ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking