37.1 C
Bhubaneswar
Thursday, March 28, 2024
Homeଓଡିଶାଜୀବନ ସହ ସଂଗ୍ରାମ କରି ହାରିଗଲେ ମୀନତି, ନ୍ୟାୟ ଦାବିରେ ଶବ ରଖି ଥାନା ଘେରିଲେ...

ଜୀବନ ସହ ସଂଗ୍ରାମ କରି ହାରିଗଲେ ମୀନତି, ନ୍ୟାୟ ଦାବିରେ ଶବ ରଖି ଥାନା ଘେରିଲେ ପରିବାର

ବାଲେଶ୍ୱର : ଜୀବନ ସହିତ ସଂଗ୍ରାମ କରି ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ମିନତୀ । ଯୌତୁକ ଦାବିକରି ବୋହୂକୁ କିରୋସିନି ଢାଳି ପୋଡ଼ି ମାରିଦେଲେ ଶ୍ୱଶୂରଘର ଲୋକେ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଶାଳଗଢିଆ ଗ୍ରାମରେ । ସୂଚନା ଅନୁଯାୟୀ, ଗତ ଡିସେମ୍ବର ୨ତାରିଖରେ ଶାଳଗଢିଆ ଗ୍ରାମର ନନ୍ଦକିଶୋର ନାୟକଙ୍କ ପତ୍ନୀ ମିନତୀ ନାୟକ(୨୯)ଙ୍କୁ ପରିବାର ଲୋକେ କିରୋସିନୀ ଢାଳି ପୋଡି ଦେଇଥିଲେ । ମିନତୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ଆଗରପଡ଼ା ମେଡିକାଲ ଏବଂ ପରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏ ବିଷୟରେ ମିନତୀଙ୍କ ଭାଇ କାଳନ୍ଦୀ ବେହେରା ୬ତାରିଖ ଦିନ ଖଇରା ଥାନାରେ ତାଙ୍କ ଭଉଣୀ ମିନତୀଙ୍କୁ ଯୌତୁକ ପାଇଁ ଶ୍ୱଶୂର, ଶାଶୂ ଏବଂ ସ୍ୱାମୀ କିରୋସୀନି ଢାଳି ଜୀବନରୁ ମାରିଦେବାକୁ ଉଦ୍ୟମ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ ଖଇରା ପୁଲିସ ଘଟଣାସ୍ଥଳରେ ପହଞ୍ôଚ ଶାଶୂ, ଶ୍ୱଶୂର ଏବଂ ସ୍ୱାମୀଙ୍କୁ ଥାନାକୁ ଆଣି ତଦନ୍ତ ଚଳାଇଥିଲେ । ତଦନ୍ତ ପରେ ସ୍ୱାମୀ କାଳନ୍ଦୀଙ୍କ ନାମରେ ମାମଲା ରୁଜୁକରି କୋର୍ଟଚାଲାଣ କରିଥିବାବେଳେ ଶ୍ୱଶୂର ଏବଂ ଶାଶୂ ବାର୍ଦ୍ଧକ୍ୟ ଅବସ୍ଥା ଓ ଅସୁସ୍ଥ କାରଣରୁ ତାଙ୍କୁ ଛାଡ଼ି ଦେଇଥିଲେ । ହେଲେ କଟକ ମେଡିକାଲରେ ଚିକିତ୍ସାଧୀନ ଥିବା ମିନତୀ ରବିବାର ପ୍ରାଣତ୍ୟାଗ କରିଥିବା ଜଣାପଡ଼ିଛି ।

ଏ ନେଇ ସୋମବାର ମିନତୀଙ୍କ ପରିବାର ସଦସ୍ୟ ଏବଂ ବାଲେଶ୍ୱରରେ ଥିବା ସାବିତ୍ରୀ ବାଇ ଫୁଲେ ମହିଳା ସଂଘର ସଦସ୍ୟାମାନେ ମିନତୀଙ୍କୁ ନ୍ୟାୟ ଦାବିରେ ଖଇରା ଥାନା ସମ୍ମୁଖରେ ଶବରଖି ଧାରଣା ଦେବା ସହିତ ଶାଶୂ ଓ ଶ୍ୱଶୂରଙ୍କୁ ଗିରଫ ପାଇଁ ଦାବି କରିଥିଲେ। ଏହି ସମୟରେ ପୁଲିସ ଏବଂ ଧାରଣାରତ ପରିବାର ଲୋକଙ୍କ ସହିତ ଯୁକ୍ତିତର୍କ ଓ ଧସ୍ତାଧସ୍ତି ହୋଇଥିଲା । ପରେ ମିନତୀଙ୍କ ପରିବାର ଓ ମହିଳା ସଂଘର ସଦସ୍ୟମାନଙ୍କ ସହିତ ଆଇଆଇସି ସୁବ୍ରତ କୁମାର ବେହେରାଙ୍କ ଆଲୋଚନା ହେବାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ପରେ ଆଇଆଇସି ଶ୍ରୀ ବେହେରା ପ୍ରତିଶ୍ରୁତି ଦେବା ପରେ ପରିବାର ଲୋକେ ଧାରଣା ପ୍ରତ୍ୟାହୃତ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking