29.1 C
Bhubaneswar
Sunday, May 5, 2024
Homeଅପରାଧଡିଏଫଓଙ୍କୁ ଜେରା କରାଯିବ

ଡିଏଫଓଙ୍କୁ ଜେରା କରାଯିବ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାକୁ ୮ ଦିନ ବିତି ଯାଇଥିଲେ ବି ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସ ହାତରେ କିଛି ସୁରାକ୍ ନାହିଁ । ସମୟ ବଢିବା ସହିତ ଏଥିରେ ନୂଆ ନୂଆ ଟ୍ୱିଷ୍ଟ ଆସୁଛି । ଏହାକୁ ନେଇ ଗଜପତି ଏସପି ତପନ ପଟ୍ଟନାୟକ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛନ୍ତି । ଡିଏଫଓଙ୍କୁ ପଚରାଉଚୁରା କରାଯିବ ବୋଲି ସେ କହିଛନ୍ତି । ଏତଲାରେ ଡିଏଫଓଙ୍କ ନାଁ ଥିବାରୁ ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି । ଠିକ ସମୟରେ ଡିଏଫଓଙ୍କୁ ପଚାରଉଚୁରା କରାଯିବ । କ୍ରାଇମବ୍ରାଂଚ ଟିମରେ ସାଇବର ଏକ୍ସପର୍ଟ ରହିଛନ୍ତି । ତଦନ୍ତରେ ସହଯୋଗ କରିବାକୁ କ୍ରାଇମବ୍ରାଂଚ ଟିମ ଆସିଛନ୍ତି । ମୋବାଇଲ କଲ ଡିଟେଲ୍ସ ଆଦି ଯାଂଚ କରିବେ କ୍ରାଇମବ୍ରାଂଚ ଟିମ । ତଦନ୍ତ ଠିକ ଭାବେ ଚାଲିଛି । ମୃତକଙ୍କ ଡାଇଂ ଡିକ୍ଲାରେସନ ରେକର୍ଡ ହୋଇଛି । ଭିଡିଓଗ୍ରାଫି ହୋଇଛି । ପୋଷ୍ଟମର୍ଟନ ରିପୋର୍ଟ ଏଯାଏ ମିଳିପାରିନି । ଏହା ଏକ ଜଟିଳ ମାମଲା । ସବୁ ଦିଗକୁ ନେଇ ଆମେ ତଦନ୍ତ କରୁଛୁ ।
ସେହିପରି ଗୁରାଣ୍ଡି ଥାନା ଓଆଇସି ମମତା ପଣ୍ଡାଙ୍କୁ ପଚରାଯିବ । କେଉଁ ପରିସ୍ଥିତିରେ ଆମ୍ବୁଲାନ୍ସ ଅଟକା ଯାଇଥିଲା ପଚରାଯିବ । କେଉଁ ପରିସ୍ଥିତିରେ ଓ କଣ ପାଇଁ ସେଠାକୁ ଆସିଥିଲେ ପଚରାଯିବ । ଆସିବାକୁ ବିଭାଗୀୟ ନିର୍ଦ୍ଦେଶ ନଥିଲା ବୋଲି ଏସପି ସ୍ପଷ୍ଟ କରିଛନ୍ତି । ସେଠାକୁ ଆସିବାକୁ ତାଙ୍କ ପାଇଁ ବିଭାଗୀୟ ନିର୍ଦ୍ଦେଶ ନଥିଲା । ତଦନ୍ତ ଚାଲିଥିବାରୁ ଏନେଇ କିଛି କହିବି ନାହିଁ ବୋଲି ଓଆଇସି ମମତା କହିଛନ୍ତି ।

ତେବେ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନାମରେ ଯେଉଁସବୁ ଅଭିଯୋଗ ଆସୁଛି ତାକୁ ବିଦ୍ୟାଭାରତୀ ଖଣ୍ଡନ କରିଛନ୍ତି । ଘରୁ ମିଳିଥିବା କାଗଜ ସଂପର୍କରେ ବିଦ୍ୟାଭାରତୀ ପ୍ରତିକ୍ରିୟା ରଖିଛନ୍ତି । ସେ ଏହା କାହାକୁ ଆକ୍ଷେପ କରି ଲେଖିନାହାନ୍ତି ।  ମନ ଖରାପ ଥିବା ବେଳେ ଯାହା ମନକୁ ଆସେ ଲେଖେ ବୋଲି କହିଛନ୍ତି । ହାତରେ ଧରିଥିବା ଲାଲ ପୁଟୁଳି ନେଇ ବି ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ହାତରେ କୌଣସି ଲାଲ ପୁଟୁଳା ନୁହେଁ ଗାମୁଛା ଧରିଥିଲି । ମେଡିକାଲ ଗଲା ବେଳେ ଆବଶ୍ୟକ ପଡିବ ଭାବି ନେଇଥିଲି । ଏଥିରେ କୌଣସି ଜିନିଷ ଲୁଚାଇ ରଖିନଥିଲି ବୋଲି କହିଛନ୍ତି । ଏହାବ୍ୟତୀତ ଏଗ୍ରିମେଣ୍ଟ ସଂପର୍କରେ କିଛି ସେ ଜାଣିନାହାନ୍ତି ବୋଲି ବି କହିଛନ୍ତି । ସୌମ୍ୟଙ୍କର ସେମିତି କିଛି ସଂପତ୍ତି ନାହିଁ । ସୌମ୍ୟଙ୍କ ସଂପତ୍ତି ବାବଦରେ କେବେ ଆଲୋଚନା ମଧ୍ୟ କରିନାହିଁ । ସୌମ୍ୟଙ୍କ ମା ଆଣୁଥିବା ଅଭିଯୋଗ ଆଗରୁ କାହିଁକି କହୁନଥିଲେ ବୋଲି ସେ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking