30.1 C
Bhubaneswar
Saturday, May 18, 2024
Homeଓଡିଶା*ଡି.ଆଇ.ଇ.ଟି ମାନଙ୍କରେ ଥିବା ବି.ଏଡ୍. କୋର୍ସରେ ଚଳିତ ବର୍ଷରୁ ନାମଲେଖା ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର।...

*ଡି.ଆଇ.ଇ.ଟି ମାନଙ୍କରେ ଥିବା ବି.ଏଡ୍. କୋର୍ସରେ ଚଳିତ ବର୍ଷରୁ ନାମଲେଖା ବନ୍ଦ ନିଷ୍ପତ୍ତି ପ୍ରତ୍ୟାହାର କର। ଏ.ଆଇ.ଡି.ୱାଇ.ଓ*

ଯାଜପୁର: ଜିଲ୍ଲାର ଡୋଲିପୁର ଠାରେ ଥିବା DIET (ଡିଷ୍ଟ୍ରିକ୍ଟ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ) ରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ ଚଳିତବର୍ଷ ଠାରୁ ବି.ଏଡ୍ ପାଇଁ ନାମଲେଖା ହୋଇପାରିବ ନାହିଁ। ସରକାରଙ୍କର ଏଭଳି ଅଗଣତାନ୍ତ୍ରିକ ଓ ଶିକ୍ଷା ଧ୍ଵଂସକାରୀ ନିଷ୍ପତ୍ତିକୁ ଅଲ୍ ଇଣ୍ଡିଆ ଡି.ୱାଇ.ଓ ପକ୍ଷରୁ ଦୃଢ଼ ନିନ୍ଦା କରିବା ସଙ୍ଗେ ସଙ୍ଗେ ଏହାକୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଛି। ଏଠାରେ ପ୍ରକାଶ ଥାଉକି ଯାଜପୁର ଜିଲ୍ଲା ସମେତ ରାଜ୍ୟର ଭଦ୍ରକ, ଜଗତସିଂହପୁର, ପୁରୀ ଓ ଢେ଼ଙ୍କାନାଳ ଜିଲ୍ଲାର ଡିଷ୍ଟ୍ରିକ୍ଟ୍ ଇନଷ୍ଟିଚ୍ୟୁଟ ଅଫ ଏଜୁକେସନ ଆଣ୍ଡ ଟ୍ରେନିଂ (ଡି.ଆଇ.ଇ.ଟି) ମାନଙ୍କରେ ଥିବା ୨୫୦ ବି.ଏଡ୍. କୋର୍ସରେ ଚଳିତ ବର୍ଷ ଠାରୁ ନାମଲେଖା ବନ୍ଦ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି,ଏହାକୁ ଏ ଆଇ ଡି ୱାଇ ଓ ରାଜ୍ୟ କମିଟି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। ଗତ ଶିକ୍ଷାବର୍ଷରେ ଓଡ଼ିଶାର ସମସ୍ତ ୧୪ଟି ସରକାରୀ ବି.ଏଡ୍. କଲେଜ ଗୁଡିକରୁ ଏନ.ସି.ଟି.ଇ(ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ) ସହବନ୍ଧନ ପ୍ରତ୍ୟାହାର କରିନେବାରୁ ଏହି ସବୁ କଲେଜରେ ଥିବା ୧୬୫୦ଟି ବି.ଏଡ୍. ସିଟ୍, ୨୫୦ଟି ଏମ.ଏଡ୍. ସିଟ୍ ଓ ୩୬ଟି ଏମ୍.ଫିଲ୍. ସିଟ୍ ରେ ଛାତ୍ରଛାତ୍ରୀମାନେ ନାମ ଲେଖାଇ ପାରିଲେ ନାହିଁ। ଏହି ସୁଯୋଗରେ ରାଜ୍ୟର କେତେଗୁଡ଼ିଏ ସରକାରୀ ସାଧାରଣ କଲେଜରେ ପାଞ୍ଚ ବର୍ଷିଆ ଇଣ୍ଟିଗ୍ରେଟେଡ ସେଲ୍ଫ ଫାଇନାନ୍ସିଂ ବି.ଏଡ୍ କୋର୍ସର ବେପାର ଆରମ୍ଭ ହେବା ସଙ୍ଗେ ସଙ୍ଗେ ରାଜ୍ୟ ବାହାରର କେତେଗୁଡ଼ିଏ ବିଶ୍ଵବିଦ୍ୟାଳୟର ଶାଖା ନାମରେ ଶିକ୍ଷା ବ୍ୟବସାୟର ଦୋକାନ ମାନ ଖୋଲାଯାଇ ଲକ୍ଷ ଲକ୍ଷ ଟଙ୍କାରେ ବି.ଏଡ୍. ଓ ଏମ୍.ଏଡ୍. ସିଟମାନ ବିକ୍ରୀର ବେପାର ଚାଲିଲା। କିନ୍ତୁ ଏହି ପାଞ୍ଚଟି ଡି.ଆଇ.ଇ.ଟି ରେ ଥିବା ୨୫୦ ସିଟ୍ ରେ ନାମଲେଖା ହୋଇଥିଲା। ଏହି ଡି.ଆଇ.ଇ.ଟି ମାନଙ୍କରେ ଥିବା ବି.ଏଡ୍ କୋର୍ସ ଏନ୍.ସି.ଟି.ଇ ଦ୍ଵାରା ସ୍ଵୀକୃତି ପ୍ରାପ୍ତ ଥିଲା ଏବଂ ଚଳିତବର୍ଷ ମଧ୍ୟ ନାମଲେଖା ପାଇଁ ସେ ଦୃଷ୍ଟିରୁ କୌଣସି ବାଧା ନଥିଲା। ବରଂ ରାଜ୍ୟର ସମସ୍ତ ୧୪ଟି ସରକାରୀ ବି.ଏଡ୍ କଲେଜଗୁଡିକରେ ନାମଲେଖା ନେଇ ଏପର୍ଯ୍ୟନ୍ତ ଅଚଳାବସ୍ଥା ଲାଗିରହିବା ବେଳେ ଏହି ସରକାରୀ ଅନୁଷ୍ଠାନ ଗୁଡିକରେ ଯେତିକି ବି ସିଟ୍ ଅଛି ସେଗୁଡିକରେ ନାମଲେଖା ନିହାତି ଗତ ବର୍ଷପରି ଜରୁରୀ ଥିଲା। କିନ୍ତୁ ସରକାରଙ୍କ ଏପରି ଶିକ୍ଷା ଧ୍ଵଂସକାରୀ ନିଷ୍ପତ୍ତି ରାଜ୍ୟର ସମସ୍ତ ଚିନ୍ତାଶୀଳ ବ୍ୟକ୍ତିମାନଙ୍କୁ ଚକିତ କରିଛି। ସରକାର ପୁଣି ଛାତ୍ର ଓ ଅଭିଭାବକ ମାନଙ୍କୁ ଶିକ୍ଷା ବେପାରୀମାନଙ୍କ ଶୋଷଣର ଜାଲ ଭିତରକୁ ଠେଲିଦେଉଛନ୍ତି। ତେଣୁ ସରକାର ଅବିଳମ୍ବେ ଏହି ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା ସଙ୍ଗେ ସଙ୍ଗେ ବନ୍ଦ ହୋଇଥିବା ୧୪ଟି ବି.ଏଡ୍ କଲେଜରେ ଯୁଦ୍ଧକାଳୀନ ଭିତ୍ତିରେ ଅଧ୍ୟାପକ ନିଯୁକ୍ତି କରି ଏନ୍.ସି.ଟି.ଇ ର ସର୍ତ୍ତ ପୂରଣ ପୂର୍ବକ ଯଥାଶୀଘ୍ର ନାମଲେଖା ଆରମ୍ଭ କରିବାକୁ ଦାବି କରୁଛୁ।ନଚେତ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ ଗଢ଼ିଉଠିବ ସେଥିପାଇଁ ସରକାର ହିଁ ଦାୟୀ ରହିବେ ବୋଲି ଏ ଆଇ ଡି ୱାଇ ଓ ପକ୍ଷରୁ ରାଜ୍ୟ ସଭାପତି ବିଜୟାନନ୍ଦ ମଲ୍ଲିକ, ସମ୍ପାଦକ କେଦାରନାଥ ସାହୁ, ଯାଜପୁର ଜିଲ୍ଲା ସଭାପତି ଅଭିମନ୍ୟୁ ମଲ୍ଲିକ,ସମ୍ପାଦକ ଚୈତନ୍ୟ ମହାରଣା ଦୃଢ଼ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking