29.1 C
Bhubaneswar
Monday, May 6, 2024
Homeଓଡିଶାବାହାଘର ଭୋଜି ବନ୍ଦ କରାଇଲା ପୋଲିସ, ଅମାନିଆ କନ୍ୟାପିତାଙ୍କୁ ୧ଲକ୍ଷ ଜୋରିମାନା

ବାହାଘର ଭୋଜି ବନ୍ଦ କରାଇଲା ପୋଲିସ, ଅମାନିଆ କନ୍ୟାପିତାଙ୍କୁ ୧ଲକ୍ଷ ଜୋରିମାନା

ଦେବଗଡ : ଦେବଗଡ଼ ଥାନ ପୁରୁଣାଗଡ଼ଠାରେ କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ବାହାଘର ଭୋଜିଭାତ ଆୟୋଜନ କରିଥିବା ଜଣେ କନ୍ୟାପିତାଙ୍କୁ ଆଜି ଦେବଗଡ଼ ଥାନା ପୋଲିସ ଏକ ଲକ୍ଷ ଟଙ୍କା ଜୋରିମାନା ସହ ବାହାଘର ଭୋଜି ବନ୍ଦ କରିଛନ୍ତି । ସୂଚନା ଅନୁଯାୟୀ ଦେବଗଡ଼ ପୌରାଞ୍ଚଳ ପୁରୁଣାଗଡ଼ଠାରେ ଦେବଗଡ଼ ପୌର ପରିଷଦରେ କାର୍ଯ୍ୟରତ ଟେକ୍ସ କଲେକ୍ଟର ସୂର୍ଯ୍ୟ କୁମାର ସାହୁ ତାଙ୍କ ଝିଅର ବିବାହ ତାରିଖ ଧାର୍ଯ୍ୟ କରିଥିଲେ । ବିବାହ ପୂର୍ବରୁ ଆଇନ ଅନୁଯାୟୀ ଥାନାରୁ ୫୦ଜଣ ଲୋକଙ୍କୁ ବିବାହରେ ସାମିଲ ପାଇଁ ଅନୁମତି ଆଣିବା ସହ ସର୍ତ୍ତ ଅନୁଯାୟୀ ବିବାହରେ ସାମିଲ ପାଇଁ ଅନୁମତି ପ୍ରାପ୍ତ ବ୍ୟକ୍ତିଙ୍କ ନାମ ତାଲିକା ବିବାହ ମଣ୍ଡପରେ ଝୁଲାଇବା ପାଇଁ ପୁଲିସ ସମ୍ମତି ଜଣାଇଥିଲେ ।

ମାତ୍ର ଆଜି ବିବାହ ପୂର୍ବରୁ ସୂର୍ଯ୍ୟ ନିଜ ଘରେ ଅଢ଼େଇ ଶହରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ସହ ବିବାହ ମଣ୍ଡପରେ ସାମିଲ ବ୍ୟକ୍ତିଙ୍କ ନାମ ତାଲିକା ଝୁଲାଇନଥିଲେ । ଏ ସମ୍ପର୍କରେ ଦେବଗଡ଼ ଥାନା ପୁଲିସ ସୂଚନା ପାଇ ଆଜି ଦିନ ପ୍ରାୟ ୧ଟାରେ ଏସଡିପିଓ ପ୍ରତ୍ୟୁଷ କୁମାର ମହାପାତ୍ରଙ୍କ ନେତୃତ୍ୱ ରେ ସବ୍‌ଇନ୍ସପେକ୍ଟର ପ୍ରତାପ ମଣ୍ଟୁ ଦଳେଇ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ôଚ ଯାଞ୍ଚ କରିଥିଲେ । ଯାଞ୍ଚବେଳେ ସୂର୍ଯ୍ୟ କୋଭିଡ୍ ଗାଇଡ୍‌ଲାଇନ୍ ଉଲ୍ଲଙ୍ଘନ କରି ଅଢ଼େଇ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ପାଇଁ ରନ୍ଧାରନ୍ଧି କରି ସାମାଜିକ ଦୂରତ୍ୱ ରକ୍ଷା ନ କରି ଖାଇବାକୁ ଦେଉଥିବା ଦେଖିବାକୁ ମିଳିଥିଲା । ଫଳରେ ପୁଲିସ ରନ୍ଧା ଖାଦ୍ୟ ଜବତ ସହ କୋଭିଡ୍ ଆଇନ ଉଲ୍ଲଙ୍ଘନ କରି ଜନଗହଳି କରୁଥିବା ଅଭିଯୋଗରେ ଏକା ମାମଲା ରୁଜୁ କରି ଅମାନିଆ କନ୍ୟାପିତାଙ୍କୁ ୧ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking